ଭାରତ-ପାକ୍‌ ମ୍ୟାଚ୍‌ ପୂର୍ବରୁ ପାକ୍‌ ଟିଭି ଚ୍ୟାନେଲ୍‌ରେ ତାଚ୍ଛଲ୍ୟପୂର୍ଣ୍ଣ ଭିଡିଓ

ଇସ୍‌ଲାମାବାଦ: ଆସନ୍ତା ରବିବାର ବିଶ୍ୱକପ୍‌ର ସବୁଠାରୁ ହାଇଭୋଲଟେଜ ମ୍ୟାଚ୍‌ ଅନୁଷ୍ଠିତ ହେବ। ଏଥିରେ ଦୁଇ ଚିରପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବେ। ତେବେ ଏହି ମ୍ୟାଚ୍‌ ପୂର୍ବରୁ ପାକିସ୍ତାନର ଏକ ଟିଭି ଚ୍ୟାନେଲ ଭାରତୀୟ ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ତାଚ୍ଛଲ୍ୟ କରି ଏକ ବିଜ୍ଞାପନ ଭିଡିଓ ପ୍ରସାରଣ କରିଛି। ଭାରତ-ପାକିସ୍ତାନ ଗତ ଫେବୃଆରୀ ୨୭ରେ ଆକାଶ ମାର୍ଗରେ ମୁହାଁମୁହିଁ ହୋଇଥିଲେ। ଏହି ସମୟରେ ପାକିସ୍ତାନର ଏଫ୍‌-୧୬ ଯୁଦ୍ଧ ବିମାନକୁ ୱିଙ୍ଗ କମାଣ୍ଡର ଅଭିନନ୍ଦନ ଖସାଇ ଦେଇଥିଲେ। […]

tt

tt

Hemant Lenka
  • Published: Tuesday, 11 June 2019
  • Updated: 11 June 2019, 05:01 PM IST

Sports

Latest News

ଇସ୍‌ଲାମାବାଦ: ଆସନ୍ତା ରବିବାର ବିଶ୍ୱକପ୍‌ର ସବୁଠାରୁ ହାଇଭୋଲଟେଜ ମ୍ୟାଚ୍‌ ଅନୁଷ୍ଠିତ ହେବ। ଏଥିରେ ଦୁଇ ଚିରପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବେ। ତେବେ ଏହି ମ୍ୟାଚ୍‌ ପୂର୍ବରୁ ପାକିସ୍ତାନର ଏକ ଟିଭି ଚ୍ୟାନେଲ ଭାରତୀୟ ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ତାଚ୍ଛଲ୍ୟ କରି ଏକ ବିଜ୍ଞାପନ ଭିଡିଓ ପ୍ରସାରଣ କରିଛି।

ଭାରତ-ପାକିସ୍ତାନ ଗତ ଫେବୃଆରୀ ୨୭ରେ ଆକାଶ ମାର୍ଗରେ ମୁହାଁମୁହିଁ ହୋଇଥିଲେ। ଏହି ସମୟରେ ପାକିସ୍ତାନର ଏଫ୍‌-୧୬ ଯୁଦ୍ଧ ବିମାନକୁ ୱିଙ୍ଗ କମାଣ୍ଡର ଅଭିନନ୍ଦନ ଖସାଇ ଦେଇଥିଲେ। ଏହାପରେ ପାକିସ୍ତାନର ଗୁଳିମାଡ଼ରେ ଅଭିନନ୍ଦନଙ୍କ ବିମାନ ମଧ୍ୟ ପାକିସ୍ତାନ ସୀମା ମଧ୍ୟରେ ଖସି ପଡ଼ିଥିଲା। ତାଙ୍କୁ ପାକିସ୍ତାନ ସେନା ଗିରଫ କରିଥିଲା। ପରେ ତାଙ୍କୁ ପାକିସ୍ତାନର ମିଲିଟାରୀ କ୍ୟାମ୍ପରେ ରଖାଯାଇ ଜେରା କରାଯାଇଥିଲା।

ଜେରା ବେଳେ ଅଭିନନ୍ଦନ ଯେଉଁ ଶୈଳୀରେ ଉତ୍ତର ଦେଇଥିଲେ, ଏବେ ପାକ୍‌ ଟିଭି ଚ୍ୟାନେଲ୍‌ରେ ତାଙ୍କ ଭଳି ଦେଖାଯାଉଥିବା ଜଣେ ବ୍ୟକ୍ତିଙ୍କୁ ଛିଡ଼ା କରି ଅନୁରୂପ ପ୍ରଶ୍ନ କରୁଛି। ଭାରତ ଓ ପାକିସ୍ତାନ ମ୍ୟାଚ୍‌ ସମ୍ପର୍କରେ ଏହି ପ୍ରଶ୍ନ କରାଯାଉଛି।

ସେହି ଭିଡିଓରେ ନକଲି 'ଅଭିନନ୍ଦନ' ହାତରେ ଚା’ କପ୍‌ ଧରିବା ସହ ଭାରତୀୟ ଜର୍ସି ପିନ୍ଧିଛନ୍ତି। ତାଙ୍କୁ ପ୍ରଥମେ ପଚରା ଯାଉଛି ଯେ ରବିବାର ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆର ଚୂଡ଼ାନ୍ତ ଏକାଦଶରେ କେଉଁମାନେ ସାମିଲ ହେବେ? ୱିଙ୍ଗ କମାଣ୍ଡର ଅଭିନନ୍ଦନ ଯେମିତି ଉତ୍ତର ଦେଇଥିଲେ, ଉକ୍ତ ବ୍ୟକ୍ତି ଜଣଙ୍କ ମଧ୍ୟ ସମାନ ଢଙ୍ଗରେ ଉତ୍ତର ଦେଇଛନ୍ତି। ସେ କହୁଛନ୍ତି, “ଆଇ ଆମ୍‌ ନଟ୍‌ ସପୋଜଡ୍‌ ଟୁ ଟେଲ୍‌ ଦିସ୍‌, ଅର୍ଥାତ ମୁଁ ଏହା ଆପଣଙ୍କୁ କହିବାକୁ ବାଧ୍ୟ ନୁହେଁ।

ଏହପରେ ଚା’ କେମିତି ଲାଗୁଛି ବୋଲି ପଚରା ଯାଉଛି। ବ୍ୟକ୍ତି ଜଣଙ୍କ ଅଭିନନ୍ଦନଙ୍କ ଷ୍ଟାଇଲ୍‌ରେ ଟି ଇଜ୍‌ ଫାଣ୍ଟାଷ୍ଟିକ୍‌ ବା ଚା’ ବହୁତ ବଢ଼ିଆ ବୋଲି କହିଥିଲେ। ଏହି ଦୁଇଟି ପ୍ରଶ୍ନ ପରେ ନକଲି ଅଭିନନ୍ଦନଙ୍କୁ ପ୍ରଶ୍ନ କରୁଥିବା ବ୍ୟକ୍ତି ଜଣଙ୍କ କହୁଛନ୍ତି, ଠିକ୍‌ ଅଛି, ଆପଣ ଏବେ ଯାଇପାରନ୍ତି। ନକଲି ବ୍ୟକ୍ତି ଜଣଙ୍କ ଯିବାକୁ ବାହାରୁ ଥିବା ବେଳେ ପ୍ରଶ୍ନ କରୁଥିବା ଲୋକ ଜଣଙ୍କ ତାଙ୍କୁ ଅଟକାଇ ଦେଉଛନ୍ତି।

ସେ କହୁଛନ୍ତି, ଗୋଟେ ସେକେଣ୍ଡ ରୁହ। କପ୍‌ କୁଆଡ଼େ ନେଇକି ଯାଉଚ? କପ୍‌ର ଅର୍ଥ ଏଠି ବିଶ୍ୱକପ୍‌କୁ ବୁଝାଉଛି। ବିଶ୍ୱକପ୍‌ ଭାରତ ନେଇପାରିବ ନାହିଁ ବୋଲି କହିବାକୁ ଯାଇ ଉକ୍ତ ପାକ୍‌ ଟିଭି ଚ୍ୟାନେଲ୍‌ ଏହି ତାଚ୍ଛଲ୍ୟଭରା ବିଜ୍ଞାପନ ଜାରି କରିଛି। ୩୩ ସେକେଣ୍ଡର ଏହି ଭିଡିଓଟି ଜାଜ୍‌ ଟିଭିରେ ପ୍ରସାରିତ ହୋଇଛି।

ଦେଖନ୍ତୁ ଭିଡିଓ

https://twitter.com/i/status/1138318807573979137

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story