ଆଗୁଆ ସିରିଜ କବଜା କଲା ପାକିସ୍ତାନ

ଇସଲାମାବାଦ: ଅଧିନାୟକ ବାବର ଆଜମ ଓ ଅଭିଜ୍ଞ ମହମ୍ମଦ ହାଫିଜଙ୍କ ଦମଦାର ଅର୍ଦ୍ଧଶତକ ବଳରେ ପାକିସ୍ତାନ ଅପେକ୍ଷାକୃତ ଦୁର୍ବଳ ବାଂଲାଦେଶକୁ ଦ୍ୱିତୀୟ ଟି-୨୦ରେ ପରାସ୍ତ କରିଛି। ୯ ୱିକେଟରେ ଏକପାକ୍ଷିଆ ବିଜୟ ସହ ପାକିସ୍ତାନ ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌କୁ ଆଗୁଆ ୨-୦ରେ କବଜା କରିନେଇଛି। ଲାହୋରର ଗଦାଫି ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ବାଂଲାଦେଶ ମାତ୍ର ୧୩୬ ରନ୍‌ କରିଥିଲା। ଏହାର ଜବାବରେ ପାକିସ୍ତାନ ୧୬.୪ ଓଭରରେ ଗୋଟିଏ ୱିକେଟ ହରାଇ ଟାର୍ଗେଟକୁ ହାସଲ […]

i

i

Hemant Lenka
  • Published: Saturday, 25 January 2020
  • Updated: 25 January 2020, 08:42 PM IST

Sports

Latest News

ଇସଲାମାବାଦ: ଅଧିନାୟକ ବାବର ଆଜମ ଓ ଅଭିଜ୍ଞ ମହମ୍ମଦ ହାଫିଜଙ୍କ ଦମଦାର ଅର୍ଦ୍ଧଶତକ ବଳରେ ପାକିସ୍ତାନ ଅପେକ୍ଷାକୃତ ଦୁର୍ବଳ ବାଂଲାଦେଶକୁ ଦ୍ୱିତୀୟ ଟି-୨୦ରେ ପରାସ୍ତ କରିଛି। ୯ ୱିକେଟରେ ଏକପାକ୍ଷିଆ ବିଜୟ ସହ ପାକିସ୍ତାନ ୩ ମ୍ୟାଚ୍‌ ବିଶିଷ୍ଟ ଟି-୨୦ ସିରିଜ୍‌କୁ ଆଗୁଆ ୨-୦ରେ କବଜା କରିନେଇଛି।

ଲାହୋରର ଗଦାଫି ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ବାଂଲାଦେଶ ମାତ୍ର ୧୩୬ ରନ୍‌ କରିଥିଲା। ଏହାର ଜବାବରେ ପାକିସ୍ତାନ ୧୬.୪ ଓଭରରେ ଗୋଟିଏ ୱିକେଟ ହରାଇ ଟାର୍ଗେଟକୁ ହାସଲ କରିନେଇଛି। ବାବର ୪୪ ବଲରେ ୬୬ ଓ ହାଫିଜ ୪୯ ବଲରେ ୬୭ ରନ୍‌ କରି ଶେଷ ଯାଏ ଅପରାଜିତ ରହିଥିଲେ।

ବାଂଲାଦେଶ ଟସ୍‌ ଜିତି ବ୍ୟାଟିଂ କରିଥିଲା। ଓପନର ତାମିମ ଇକବାଲ ୫୩ ବଲରେ ୬୫ ରନ୍‌ କରିଥିଲେ ହେଁ ବାଂଲାଦେଶ ୨୦ ଓଭରରେ ୬ ୱିକେଟ ହରାଇ ମାତ୍ର ୧୩୬ ରନ କରିପାରିଥିଲା। ପାକିସ୍ତାନ ଗତକାଲି ପ୍ରଥମ ମ୍ୟାଚ୍‌କୁ ୫ ୱିକେଟରେ ଜିତିଥିଲା। ସିରିଜର ଅନ୍ତିମ ମ୍ୟାଚ୍‌ ସୋମବାର ଏହି ଗଦାଫି ଷ୍ଟାଡିୟମରେ ଖେଳାଯିବ।

୧୩୭ ରନ୍‌ର ଟାର୍ଗେଟ ପିଛା କରୁଥିବା ପାକିସ୍ତାନ ଦ୍ୱିତୀୟ ଓଭରରେ ଏହସାନ ଅଲୀଙ୍କୁ ହରାଇଥିଲା। ତାଙ୍କ ୱିକେଟ ଦ୍ରୁତ ବୋଲର ସୈଫୁଲ ଇସଲାମ ନେଇଥିଲେ। ତେବେ ଟି-୨୦ରେ ବିଶ୍ୱର ୧ନଂ ବ୍ୟାଟସମ୍ୟାନ ବାବର ବାଂଲା ବୋଲରଙ୍କୁ କାଉଣ୍ଟର ଆଟାକ କରିଥିଲେ।

ସେ ୭ଟି ଚୌକା ଓ ଗୋଟିଏ ଛକା ସହ ନିଜ ଟି-୨୦ କ୍ୟାରିୟରର ୧୩ତମ ଅର୍ଦ୍ଧଶତକ ହାସଲ କରିଥିଲେ। ସେହିପରି ୧୪ ମାସ ପରେ ପାକ୍‌ର ଟି-୨୦ ଟିମକୁ ଫେରିଥିବା ହାଫିଜ ମଧ୍ୟ ୯ଟି ଚୌକା ଓ ଗୋଟିଏ ଛକା ସହ ନିଜ ଟି-୨୦ କ୍ୟାରିୟରର ୧୧ତମ ଅର୍ଦ୍ଧଶତକ ହାସଲ କରିଥିଲେ। ଉଭୟ ଦ୍ୱିତୀୟ ୱିକେଟ ପାଇଁ ୧୩୧ ରନ୍‌ର ଅପରାଜିତ ଭାଗିଦାରୀ କରି ଦଳକୁ ୯ ୱିକେଟରେ ବିଜୟୀ କରାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story