ଇଂଲଣ୍ଡର ବିଜୟରଥ ରୋକିଲା ପାକିସ୍ତାନ

ନଟ୍ଟିଂହାମ: ଲଗାତାର ୧୧ଟି ମ୍ୟାଚର ପରାଜୟଧାରା ଭାଙ୍ଗିଛି ପାକିସ୍ତାନ। ଚଳିତ ବିଶ୍ୱକପର ଷଷ୍ଠ ମୁକାବିଲାରେ ପାକିସ୍ତାନ ଉଭୟ ବିଭାଗରେ ପ୍ରଶଂସୀନୟ ପ୍ରଦର୍ଶନ କରି ଆୟୋଜକ ଇଂଲଣ୍ଡକୁ ୧୪ ରନରେ ପରାସ୍ତ କରିଛି। ଅନ୍ୟପକ୍ଷରେ ଘରୋଇ ମାଟିରେ ଇଂଲଣ୍ଡର କ୍ରଗାମଜ ବିଜୟଧାରାରେ ମଧ୍ୟ ବ୍ରେକ୍ ଲାଗିଛି। ଏହି ମ୍ୟାଚରେ ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୮ ୱିକେଟ୍ ହରାଇ ୩୪୮ ରନ୍ କରିଥିଲା। ଜବାବରେ ଜୋ ରୁଟ୍ ଓ ଜୋସ୍ ବଟଲରଙ୍କ ବିସ୍ଫୋରକ ଶତକ ସତ୍ତ୍ୱେ […]

pakistan

pakistan

Hemant Lenka
  • Published: Tuesday, 04 June 2019
  • Updated: 04 June 2019, 03:42 PM IST

Sports

Latest News

ନଟ୍ଟିଂହାମ: ଲଗାତାର ୧୧ଟି ମ୍ୟାଚର ପରାଜୟଧାରା ଭାଙ୍ଗିଛି ପାକିସ୍ତାନ। ଚଳିତ ବିଶ୍ୱକପର ଷଷ୍ଠ ମୁକାବିଲାରେ ପାକିସ୍ତାନ ଉଭୟ ବିଭାଗରେ ପ୍ରଶଂସୀନୟ ପ୍ରଦର୍ଶନ କରି ଆୟୋଜକ ଇଂଲଣ୍ଡକୁ ୧୪ ରନରେ ପରାସ୍ତ କରିଛି। ଅନ୍ୟପକ୍ଷରେ ଘରୋଇ ମାଟିରେ ଇଂଲଣ୍ଡର କ୍ରଗାମଜ ବିଜୟଧାରାରେ ମଧ୍ୟ ବ୍ରେକ୍ ଲାଗିଛି।

ଏହି ମ୍ୟାଚରେ ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ୫୦ ଓଭରରେ ୮ ୱିକେଟ୍ ହରାଇ ୩୪୮ ରନ୍ କରିଥିଲା। ଜବାବରେ ଜୋ ରୁଟ୍ ଓ ଜୋସ୍ ବଟଲରଙ୍କ ବିସ୍ଫୋରକ ଶତକ ସତ୍ତ୍ୱେ ଇଂଲଣ୍ଡ ୯ ୱିକେଟ୍ ହରାଇ ୩୩୪ ରନ୍ କରି ପରାସ୍ତ ହୋଇଥିଲା। ପାକିସ୍ତାନ ବିପକ୍ଷରେ ପ୍ରମୁଖ ଭୂମିକା ବହନ କରିଥିବା ମହମ୍ମଦ ହଫିଜ୍ (୮୪ ରନ୍, ୧ ୱିକେଟ୍) ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଥିଲେ।

ଟ୍ରେଣ୍ଟବ୍ରିଜରେ ଅନୁଷ୍ଠିତ ଏହି ମ୍ୟାଚରେ ଇଂଲଣ୍ଡ କ୍ୟାପଟେନ୍ ଇଆନ୍ ମୋର୍ଗାନ୍ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପାକିସ୍ତାନକୁ ଦୁଇ ଓପ୍ନର ଇମାମ-ଉଲ୍-ହକ୍ (୪୪) ଓ ଫକର ଜମାନ୍ (୩୬) ଭଲ ଆରମ୍ଭ ଦେଇଥିଲେ। ମଧ୍ୟକ୍ରମରେ ବାବର ଆଜମ, ହଫିଜ୍ ଓ ଅଧିନାୟକ ସର୍ଫରାଜ ଅହମ୍ମଦ ଭଲ ବ୍ୟାଟିଂ କରି ଟିମକୁ ବଡ଼ ସ୍କୋରରେ ପହଞ୍ଚାଇଥିଲେ। ହଫିଜ୍ ୬୨ ବଲରେ ୮ ଚୌକା ଓ ୨ ଛକା ସହ ସର୍ବାଧିକ ୮୪ ରନ୍ କରି ମାର୍କ ଉଡଙ୍କ ଶିକାର ହୋଇଥିଲେ।

ବାବର ୬୩ (୬୨ ବଲ୍, ୮ ଚୌକା, ୨ ଛକା) ଓ ସର୍ଫରାଜ ୫୫ (୪୪ ବଲ୍, ୫ ଚୌକା) ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ। ଆସିଫ୍ ଅଲୀ (୧୪) ଓ ଶୋଏବ ମଲିକ୍ (୮) ନିରାଶ କରିଥିବା ବେଳେ ଶେଷଭାଗରେ ହାସାନ୍ ଅଲୀ (୧୦) ଓ ଶଦାବ ଖାନ୍ (୧୦) ଦ୍ରୁତ ରନ୍ ସଂଗ୍ରହ କରି ପାକିସ୍ତାନକୁ ୩୪୮ ରନରେ ପହଞ୍ଚାଇଥିଲେ। ଇଂଲଣ୍ଡ ପକ୍ଷରୁ କ୍ରିସ୍ ଓକ୍ସ ଓ ମୋଇନ୍ ଅଲୀ ୩ଟି ଲେଖାଏ ୱିକେଟ୍ ହାସଲ କରିଥିଲେ।

୩୪୯ ରନର ଟାର୍ଗେଟକୁ ପିଛା କରି ଇଂଲଣ୍ଡ ପ୍ରାରମ୍ଭିକ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ୧୧୮ ରନରେ ଇଂଲଣ୍ଡର ୪ ୱିକେଟ୍ ନେଇ ପାକିସ୍ତାନ ମ୍ୟାଚରେ ଭଲ ସ୍ଥିତିରେ ରହିଥିଲା। କିନ୍ତୁ ଜୋ ରୁଟ୍ ଓ ଜୋସ୍ ବଟଲର୍ ଚମତ୍କାର ବ୍ୟାଟିଂ କରିଥିଲେ। ଦୁହେଁ ଶତକ ମାରିବା ସହ ପଞ୍ଚମ ୱିକେଟ୍ ପାଇଁ ୧୩୦ ରନର ଭାଗୀଦାରୀ କରିଥିଲେ।

ରୁଟ୍ ୧୦୪ ବଲରେ ୧୦ ଚୌକା ଓ ୧ ଛକା ସହ ୧୦୭ ଓ ବଟଲର୍ ୭୬ ବଲରେ ୯ ଚୌକା ଓ ୨ ଛକା ସହ ୧୦୩ ରନ୍ କରି ଆଉଟ୍ ହୋଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜେସନ୍ ରୟ (୮), ଜନ୍ନି ବେୟାରଷ୍ଟୋ (୩୨), ଅଧିନାୟକ ଇଆନ୍ ମୋର୍ଗାନ୍ (୯), ବେନ୍ ଷ୍ଟୋକ୍ସ (୧୩) ନିରାଶ କରିଥିଲେ। ଶେଷଭାଗରେ ମୋଇନ୍ ଅଲୀ (୧୯) ଓ ଓକ୍ସ (୨୧) ପ୍ରୟାସ କରିଥିଲେ ହେଁ, ଟିମକୁ ଜିତାଇପାରି ନଥିଲେ। ପାକିସ୍ତାନ ପକ୍ଷରୁ ୱହାବ ରିଆଜ ୩ଟି, ମହମ୍ମଦ ଆମୀର ଓ ଶଦାବ ୨ଟି ଲେଖାଏ ୱିକେଟ୍ ହାସଲ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos