ଏବେବି ପାକିସ୍ତାନ ପାଇଁ ସେମିଫାଇନାଲ୍ ସୁଯୋଗ ଅଛି

ବର୍ମିଂହାମ୍: ଆଇସିସି ବିଶ୍ୱକପରେ ଭାରତର ବିଜୟରଥ ଅଟକି ଯାଇଛି। ରବିବାର ଆୟୋଜକ ଇଂଲଣ୍ଡ ୩୧ ରନରେ ଭାରତକୁ ପରାସ୍ତ କରି ବିଜୟଧାରାକୁ ଫେରିଛି। ଏହି ବିଜୟ ସହ ଇଂଲଣ୍ଡ ପଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନକୁ ଉଠିଛି। ଅନ୍ୟପକ୍ଷରେ ବିରାଟ କୋହଲିଙ୍କ ଭାରତୀୟ ଟିମର ସେମିଫାଇନାଲ୍ ପହଞ୍ଚିବାର ଅପେକ୍ଷା ପରବର୍ତ୍ତୀ ମ୍ୟାଚ୍ ପର୍ଯ୍ୟନ୍ତ ଘୁଞ୍ଚିଯାଇଛି। ଟିମ୍ ଇଣ୍ଡିଆର ପରାଜୟରେ ପାକିସ୍ତାନକୁ ବଡ଼ ଝଟକା ଲାଗିଛି। ପାକିସ୍ତାନର ଏବେ ସେମିଫାଇନାଲ୍ ଆଶା କମିବାରେ ଲାଗିଛି। ପାକିସ୍ତାନୀ ପ୍ରଶଂସକ ରବିବାର ଇଂଲଣ୍ଡ […]

pak

pak

Hemant Lenka
  • Published: Monday, 01 July 2019
  • Updated: 01 July 2019, 09:21 PM IST

Sports

Latest News

ବର୍ମିଂହାମ୍: ଆଇସିସି ବିଶ୍ୱକପରେ ଭାରତର ବିଜୟରଥ ଅଟକି ଯାଇଛି। ରବିବାର ଆୟୋଜକ ଇଂଲଣ୍ଡ ୩୧ ରନରେ ଭାରତକୁ ପରାସ୍ତ କରି ବିଜୟଧାରାକୁ ଫେରିଛି। ଏହି ବିଜୟ ସହ ଇଂଲଣ୍ଡ ପଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନକୁ ଉଠିଛି। ଅନ୍ୟପକ୍ଷରେ ବିରାଟ କୋହଲିଙ୍କ ଭାରତୀୟ ଟିମର ସେମିଫାଇନାଲ୍ ପହଞ୍ଚିବାର ଅପେକ୍ଷା ପରବର୍ତ୍ତୀ ମ୍ୟାଚ୍ ପର୍ଯ୍ୟନ୍ତ ଘୁଞ୍ଚିଯାଇଛି।

ଟିମ୍ ଇଣ୍ଡିଆର ପରାଜୟରେ ପାକିସ୍ତାନକୁ ବଡ଼ ଝଟକା ଲାଗିଛି। ପାକିସ୍ତାନର ଏବେ ସେମିଫାଇନାଲ୍ ଆଶା କମିବାରେ ଲାଗିଛି। ପାକିସ୍ତାନୀ ପ୍ରଶଂସକ ରବିବାର ଇଂଲଣ୍ଡ ବିପକ୍ଷରେ ଟିମ୍ ଇଣ୍ଡିଆର ବିଜୟ ପାଇଁ ପ୍ରାର୍ଥନା କରୁଥିଲେ, କାରଣ ଆୟୋଜକ ଟିମର ପରାଜୟରେ ପାକିସ୍ତାନର ସେମିଫାଇନାଲ୍ ଆଶା ଅଧିକ ହୋଇଥାନ୍ତା।

ତେବେ ଇଂଲଣ୍ଡର ବିଜୟ ଦ୍ୱାରା ସମୀକରଣ ବଦଳି ଯାଇଛି। ରବିବାର ମ୍ୟାଚ୍ ପୂର୍ବରୁ ପାକିସ୍ତାନ ଟିମ୍ ପଏଣ୍ଟ ଟେବୁଲର ଚତୁର୍ଥ ସ୍ଥାନରେ ରହିଥିଲା, କିନ୍ତୁ ଭାରତର ପରାଜୟ ପରେ ପାକିସ୍ତାନ ପଞ୍ଚମକୁ ଖସି ଆସିଛି। ଏବେବି ପାକିସ୍ତାନର ସେମିଫାଇନାଲ୍ ଯିବା ଆଶା ସମ୍ପୂର୍ଣ୍ଣ ଭାବେ ଶେଷ ହୋଇ ନାହିଁ। ଇଂଲଣ୍ଡର ବିଜୟ ସହ ଶ୍ରୀଲଙ୍କା ସେମିଫାଇନାଲ୍ ଦୌଡ଼ରୁ ବାଦ୍ ପଡ଼ିଛି।

ଆସନ୍ତୁ ଜାଣିବା ସମୀକରଣ: ପାକିସ୍ତାନକୁ ଯଦି ସେମିଫାଇନାଲ୍ ପାଇଁ କ୍ୱାଲିଫାଏ କରିବାକୁ ଚାହେଁ, ତାହେଲେ ବାଂଲାଦେଶକୁ କୌଣସି ପରିସ୍ଥିତିରେ ହରାଇବାକୁ ପଡ଼ିବ। ଏହାସହ ନ୍ୟୁଜିଲ୍ୟାଣ୍ଡ୍ ଓ ଇଂଲଣ୍ଡ ମଧ୍ୟରେ ହେବାକୁଥିବା ମ୍ୟାଚର ଫଳାଫଳ ଉପରେ ମଧ୍ୟ ନିର୍ଭର କରାଯିବ। ଯଦି ନ୍ୟୁଜିଲ୍ୟାଣ୍ଡ୍ ଇଂଲଣ୍ଡକୁ ହରାଇଦିଏ ଏବଂ ପାକିସ୍ତାନ ଟିମ୍ ବାଂଲାଦେଶକୁ ପରାସ୍ତ କରେ, ତାହେଲେ ପାକିସ୍ତାନ ସେମିଫାଇନାଲରେ ପହଞ୍ଚିପାରିବ। ଯଦି ଇଂଲଣ୍ଡ ନ୍ୟୁଜିଲ୍ୟାଣ୍ଡକୁ ହରାଇଦିଏ, ତାହେଲେ ସେମିଫାଇନାଲକୁ କ୍ୱାଲିଫାଏ କରିବ।

ଚଳିତ ବିଶ୍ୱକପର ପଏଣ୍ଟ ତାଲିକା ଅନୁଯାୟୀ, ଅଷ୍ଟ୍ରେଲିଆ ଟିମ୍ ଶୀର୍ଷରେ ଅଛି। ଟିମ୍ ଇଣ୍ଡିଆ ଦ୍ୱିତୀୟ, ନ୍ୟୁଜିଲ୍ୟାଣ୍ଡ ତୃତୀୟ ଏବଂ ଇଂଲଣ୍ଡ ଚତୁର୍ଥ ସ୍ଥାନରେ ଅଛି। ଇଂଲଣ୍ଡର ଏବେ ୮ ମ୍ୟାଚରୁ ୧୦ ପଏଣ୍ଟ ଅଛି। ପାକିସ୍ତାନର ୮ ମ୍ୟାଚରୁ ୯ ପଏଣ୍ଟ ଅଛି।

ଯଦି ନ୍ୟୁଜିଲ୍ୟାଣ୍ଡ ଟିମ୍ ଇଂଲଣ୍ଡକୁ ହରାଇଦିଏ, ତାହେଲେ ଇଂଲଣ୍ଡର ୧୦ ପଏଣ୍ଟ ହିଁ ରହିବ। ଅନ୍ୟପକ୍ଷରେ ଯଦି ପାକିସ୍ତାନ ତା'ର ଶେଷ ମ୍ୟାଚରେ ବାଂଲାଦେଶକୁ ହରାଇବାରେ ସଫଳ ହୁଏ, ତାହେଲେ ଟିମର ୧୧ ପଏଣ୍ଟ ହୋଇଯିବ ଏବଂ ସେମିଫାଇନାଲକୁ କ୍ୱାଲିଫାଏ କରିବ। ତେବେ ପାକିସ୍ତାନ ପାଇଁ ବାଟ ସେତେଟା ସହଜ ନୁହେଁ, କାରଣ ବାଂଲାଦେଶ ମଧ୍ୟ ସେମିଫାଇନାଲ୍ ପହଞ୍ଚିବା ପାଇଁ କଠିନ ପରିଶ୍ରମ କରୁଛି। ବାଂଲାଦେଶ ଯଦି ତା'ର ଶେଷ ଦୁଇଟି ମ୍ୟାଚରେ ବିଜୟୀ ହୁଏ, ତାହେଲେ ସେମିଫାଇନାଲରେ ପହଞ୍ଚିପାରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos