ପାକ୍‌ ଅଧିନାୟକ ମହିଳା ବିଶ୍ୱକପରୁ ଆଉଟ

ମେଲବର୍ଣ୍ଣ: ପାକିସ୍ତାନକୁ ବଡ଼ ଝଟକା ଲାଗିଛି। ଗୁରୁତ୍ୱପୂର୍ଣ୍ଣ ଦକ୍ଷିଣ ଆଫ୍ରିକା ବିପକ୍ଷ ମହିଳା ଟି-୨୦ ବିଶ୍ୱକପ ମୁକାବିଲା ପୂର୍ବରୁ ଦଳରୁ ଅଧିନାୟକ ବିସ୍ମା ମାରୁଫ ବାଦ ପଡ଼ିଛନ୍ତି। ସେ ଆଉ ବିଶ୍ୱକପର କୌଣସି ମ୍ୟାଚ୍‌ ଖେଳିବେ ନାହିଁ। ଗତକାଲି ପାକିସ୍ତାନ ଓ ଇଂଲଣ୍ଡ ମଧ୍ୟରେ ମ୍ୟାଚ୍‌ ଅନୁଷ୍ଠିତ ହୋଇଥିଲା। ଏହି ସମୟରେ ବିସ୍ମାଙ୍କ ହାତରେ ବଲ ମାଡ଼ ହୋଇଥିଲା। ମ୍ୟାଚ୍‌ ପରେ ତାଙ୍କର ସ୍କାନ୍‌ କରାଯାଇଥିଲା। ସ୍କାନ ବେଳେ ତାଙ୍କ ବୁଢ଼ା ଆଙ୍ଗୁଠି ଭାଙ୍ଗି ଯାଇଥିବା ଜଣାପଡ଼ିଛି। […]

es

es

Hemant Lenka
  • Published: Saturday, 29 February 2020
  • Updated: 29 February 2020, 07:03 PM IST

Sports

Latest News

ମେଲବର୍ଣ୍ଣ: ପାକିସ୍ତାନକୁ ବଡ଼ ଝଟକା ଲାଗିଛି। ଗୁରୁତ୍ୱପୂର୍ଣ୍ଣ ଦକ୍ଷିଣ ଆଫ୍ରିକା ବିପକ୍ଷ ମହିଳା ଟି-୨୦ ବିଶ୍ୱକପ ମୁକାବିଲା ପୂର୍ବରୁ ଦଳରୁ ଅଧିନାୟକ ବିସ୍ମା ମାରୁଫ ବାଦ ପଡ଼ିଛନ୍ତି। ସେ ଆଉ ବିଶ୍ୱକପର କୌଣସି ମ୍ୟାଚ୍‌ ଖେଳିବେ ନାହିଁ।

ଗତକାଲି ପାକିସ୍ତାନ ଓ ଇଂଲଣ୍ଡ ମଧ୍ୟରେ ମ୍ୟାଚ୍‌ ଅନୁଷ୍ଠିତ ହୋଇଥିଲା। ଏହି ସମୟରେ ବିସ୍ମାଙ୍କ ହାତରେ ବଲ ମାଡ଼ ହୋଇଥିଲା। ମ୍ୟାଚ୍‌ ପରେ ତାଙ୍କର ସ୍କାନ୍‌ କରାଯାଇଥିଲା। ସ୍କାନ ବେଳେ ତାଙ୍କ ବୁଢ଼ା ଆଙ୍ଗୁଠି ଭାଙ୍ଗି ଯାଇଥିବା ଜଣାପଡ଼ିଛି। ପାକିସ୍ତାନ କ୍ରିକେଟ ବୋର୍ଡ ପକ୍ଷରୁ କୁହାଯାଇଛି ଯେ ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ମ୍ୟାଚ୍‌ରେ ମାରୁଫ ମ୍ୟାଚ୍‌ ୱିନିଂ ଇନିଂସ ଖେଳିଥିଲେ।

ତେବେ ଇଂଲଣ୍ଡ ବିପକ୍ଷ ମ୍ୟାଚ୍‌ରେ ସେ ଏକ ସ୍କୁପ ଶଟ ଖେଳୁଥିବା ବେଳେ ତାଙ୍କ ହାତରେ ବଲ ମାଡ଼ ହୋଇଥିଲା। ତାଙ୍କର ଗୋଟିଏ ଆଙ୍ଗୁଠି ଭାଙ୍ଗି ଯାଇଛି। ତେଣୁ ସେ ପୂରା ବିଶ୍ୱକପରୁ ବାଦ ପଡ଼ିଛନ୍ତି। ତାଙ୍କ ସ୍ଥାନରେ ଜାଭେରିଆ ଖାନ୍‌ ଦଳର କ୍ୟାପ୍ଟେନ ହେବେ। ସେହିପରି ବିସ୍ମାଙ୍କ ବିକଳ୍ପ ଖେଳାଳି ଭାବେ ନାହିଦ ଖାନଙ୍କୁ ସ୍କ୍ୱାଡରେ ସାମିଲ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos