ଅଷ୍ଟ୍ରେଲିଆକୁ ହରାଇଲା ପାକିସ୍ତାନ

ମେଲବୋର୍ଣ୍ଣ: ୫ଟି ମ୍ୟାଚ୍ ବିଶିଷ୍ଟ୍ ଦିନିକିଆ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ରେ ଆଜି ଅଷ୍ଟ୍ରେଲିଆକୁ ୬ ୱିକେଟ୍‌ରେ ହରାଇ ସ୍ଥିତି ବରାବର କରିବାରେ ସକ୍ଷମ ହୋଇଛି ପାକିସ୍ତାନ। ପ୍ରଥମ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ୯୨ ରନ୍‌ରେ ଜିତି ଥିଲା। ଆଜି ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୪୮.୨ ଓଭରରେ ସମସ୍ତ ୱିକେଟ୍ ହରାଇ ୨୨୦ ରନ୍ କରିଥିଲା। ପାକିସ୍ତାନ ୪୭.୪ ଓଭରରେ ୪ଟି ୱିକେଟ୍ ହରାଇ ୨୨୧ ରନ୍ କରି ମ୍ୟାଚ୍‌ ଜିତି ଯାଇଥିଲା। ଆହତ ଅଧିନାୟକ ଆଝାର ଅଲିଙ୍କ […]

hafeez

hafeez

Rakesh Mallick
  • Published: Sunday, 15 January 2017
  • Updated: 15 January 2017, 09:44 PM IST

Sports

Latest News

ମେଲବୋର୍ଣ୍ଣ: ୫ଟି ମ୍ୟାଚ୍ ବିଶିଷ୍ଟ୍ ଦିନିକିଆ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ରେ ଆଜି ଅଷ୍ଟ୍ରେଲିଆକୁ ୬ ୱିକେଟ୍‌ରେ ହରାଇ ସ୍ଥିତି ବରାବର କରିବାରେ ସକ୍ଷମ ହୋଇଛି ପାକିସ୍ତାନ। ପ୍ରଥମ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ୯୨ ରନ୍‌ରେ ଜିତି ଥିଲା।

ଆଜି ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୪୮.୨ ଓଭରରେ ସମସ୍ତ ୱିକେଟ୍ ହରାଇ ୨୨୦ ରନ୍ କରିଥିଲା। ପାକିସ୍ତାନ ୪୭.୪ ଓଭରରେ ୪ଟି ୱିକେଟ୍ ହରାଇ ୨୨୧ ରନ୍ କରି ମ୍ୟାଚ୍‌ ଜିତି ଯାଇଥିଲା।

ଆହତ ଅଧିନାୟକ ଆଝାର ଅଲିଙ୍କ ଅନୁପସ୍ଥିତିରେ ପାକିସ୍ତାନର ନେତୃତ୍ୱ ନେଇଥିବା ମହମ୍ମଦ ହାଫିଜ୍ ପ୍ରଶଂସନୀୟ ୭୨ ରନ୍ କରି ମ୍ୟାଚ୍‌କୁ ଜିତାଇ ଥିଲେ। ବ୍ରିସ୍‌ବେନ୍‌ରେ ପ୍ରଥମ ଦିନିକିଆରେ ଆଝାର ଆହତ ହୋଇଥିଲେ। ତେଣୁ ଆଜି ମ୍ୟାଚ୍ ସେ ଖେଳି ନ ଥିଲେ।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos