ପାକିସ୍ତାନ ହକି ଟିମ୍ ଅଲିମ୍ପିକ୍ସରୁ ବଞ୍ଚିତ

ଆମଷ୍ଟରଡାମ୍‌: ତିନିଥରର ଚାମ୍ପିୟନ୍ ପାକିସ୍ତାନ ପୁରୁଷ ହକି ଟିମ୍ ଆସନ୍ତାବର୍ଷ ହେବାକୁଥିବା ଅଲିମ୍ପିକ୍ସ କ୍ରୀଡ଼ୀକୁ କ୍ୱାଲିଫାଏ କରିବାରୁ ବଞ୍ଚିତ ହୋଇଛି। ଦ୍ୱିତୀୟ କ୍ୱାଲିଫାୟରରେ ନେଦରଲ୍ୟାଣ୍ଡଠାରୁ ୧-୬ ଗୋଲରେ ହାରିବା ପରେ ପାକିସ୍ତାନ ହକି ଟିମର ୨୦୨୦ ଟୋକିଓ ଅଲିମ୍ପିକ୍ ଆଶା ଧୂଳିସାତ୍ ହୋଇଯାଇଛି। ନେଦରଲ୍ୟାଣ୍ଡ ଓ ପାକିସ୍ତାନ ମଧ୍ୟରେ ଶନିବାର ଖେଳାଯାଇଥିବା ପ୍ରଥମ କ୍ୱାଲିଫାୟର୍ ମ୍ୟାଚ୍ ୪-୪ ଗୋଲରେ ଡ୍ର’ ରହିଥିଲା, କିନ୍ତୁ ରବିବାର ନେଦରଲ୍ୟାଣ୍ଡ ଦମଦାର ପ୍ରତ୍ୟାବର୍ତ୍ତନ କରିଥିଲା ଏବଂ ଆକ୍ରମଣାତ୍ମଖ ହକିର ପ୍ରଦର୍ଶନ କରିଥିଲା। […]

PAK-HOCKEY

PAK-HOCKEY

Ranjit Kumar Jena
  • Published: Monday, 28 October 2019
  • Updated: 28 October 2019, 06:24 PM IST

Sports

Latest News

ଆମଷ୍ଟରଡାମ୍‌: ତିନିଥରର ଚାମ୍ପିୟନ୍ ପାକିସ୍ତାନ ପୁରୁଷ ହକି ଟିମ୍ ଆସନ୍ତାବର୍ଷ ହେବାକୁଥିବା ଅଲିମ୍ପିକ୍ସ କ୍ରୀଡ଼ୀକୁ କ୍ୱାଲିଫାଏ କରିବାରୁ ବଞ୍ଚିତ ହୋଇଛି। ଦ୍ୱିତୀୟ କ୍ୱାଲିଫାୟରରେ ନେଦରଲ୍ୟାଣ୍ଡଠାରୁ ୧-୬ ଗୋଲରେ ହାରିବା ପରେ ପାକିସ୍ତାନ ହକି ଟିମର ୨୦୨୦ ଟୋକିଓ ଅଲିମ୍ପିକ୍ ଆଶା ଧୂଳିସାତ୍ ହୋଇଯାଇଛି।

ନେଦରଲ୍ୟାଣ୍ଡ ଓ ପାକିସ୍ତାନ ମଧ୍ୟରେ ଶନିବାର ଖେଳାଯାଇଥିବା ପ୍ରଥମ କ୍ୱାଲିଫାୟର୍ ମ୍ୟାଚ୍ ୪-୪ ଗୋଲରେ ଡ୍ର' ରହିଥିଲା, କିନ୍ତୁ ରବିବାର ନେଦରଲ୍ୟାଣ୍ଡ ଦମଦାର ପ୍ରତ୍ୟାବର୍ତ୍ତନ କରିଥିଲା ଏବଂ ଆକ୍ରମଣାତ୍ମଖ ହକିର ପ୍ରଦର୍ଶନ କରିଥିଲା। ନେଦରଲ୍ୟାଣ୍ଡର ମୋଟ ୧୦-୫ ହାରରେ ବିଜୟ ହାସଲ କରିଛି। ନେଦରଲ୍ୟାଣ୍ଡ୍ ଟିମ୍ ହାଫ୍ ଟାଇମ ସୁଦ୍ଧା ୪-୦ରେ ଆଗୁଆ ଥିଲା। ପ୍ରଥମାର୍ଦ୍ଧରେ ଦଳ ପକ୍ଷରୁ ମିଙ୍କ ଭାନ୍ ଡର୍ ୱୀର୍ଡେନ୍ ଦୁଇଟି ଏବଂ ବିଜର୍ନ କେଲରମ୍ୟାନ୍ ଏବଂ ମାଇକ୍ରୋ ପ୍ରୁଇଜସର୍ ଗୋଟିଏ ଲେଖାଏ ଗୋଲ୍ ଦେଇଥିଲେ।

ତୃତୀୟ କ୍ୱାର୍ଟରରେ ଟେରାନ୍ସ ପିଟର୍ସ ଓ ଜିପ୍ ଜାନସେନ୍ ଚାରି ମିନିଟ୍ ଭିତରେ ଗୋଲ୍ ଦେଇ ନେଦରଲ୍ୟାଣ୍ଡକୁ ମଜଭୁତ୍ ସ୍ଥିତିରେ ପହଞ୍ଚାଇଥିଲେ। ତେବେ ରିଜୱାନ ଅଲୀ ୫୩ତମ ମିନିଟରେ ପାକିସ୍ତାନ ପାଇଁ ସାନ୍ତ୍ୱନାମୂଳକ ଗୋଲ୍ ଦେଇଥିଲେ। ମ୍ୟାଚ୍ ହାରିବା ପରେ ପାକିସ୍ତାନ ଖେଳାଳି ରଶିଦ୍ ମେହମୁଦ୍ କହିଥିଲେ, "ଏହା ଆମ ପାଇଁ ସବୁଠାରୁ ଖରାପ ଦିନ। ଦ୍ୱିତୀୟ ମ୍ୟାଚରେ ଆମେ ଭଲ ପ୍ରଦର୍ଶନ କରିପାରିଲୁ ନାହିଁ। ଡଚ୍ ଟିମ୍ ଏହି ମ୍ୟାଚରେ ଭଲ ଡିଫେଣ୍ଡ୍ କରିଥିଲା। ଏକାଧିକ ଭୁଲ ପାଇଁ ଆମେ ଗୋଲ୍ କରିବାରେ ବିଫଳ ହେଲୁ।"

ସୂଚନାଯୋଗ୍ୟ, ପାକିସ୍ତାନ ଟିମ୍ ୧୯୬୦, ୧୯୬୮ ଏବଂ ୧୯୮୪ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିଲା। ଏହା ପରେ ଟିମର ପ୍ରଦର୍ଶନ ଲଗାତାର ଖରାପ ହେବାରେ ଲାଗିଥିଲା। ସେମାନେ ଶେଷଥର ପାଇଁ ୧୯୯୨ ଗେମ୍ସରେ ବ୍ରୋଞ୍ଜ ପଦକ ଜିତିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story