ପାକ୍‌ ବିପକ୍ଷରେ ୨୨୭ ରନ୍‌ରେ ଅଟକିଲା ଆଫଗାନିସ୍ତାନ

ଲଣ୍ଡନ୍‌: ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ପାକିସ୍ତାନ ପ୍ରତିପକ୍ଷ ଆଫଗାନିସ୍ତାନ ୨୨୭ ରନ୍‌ରେ ଅଟକାଇବାକୁ ସମର୍ଥ ହୋଇଛି। ଆଫଗାନିସ୍ତାନ ନିର୍ଦ୍ଧାରିତ ୫୦ ଓଭର୍‌ରେ ୯ ୱିକେଟ୍‌ ହରାଇ ୨୨୭ ରନ୍‌ କରିବାକୁ ସକ୍ଷମ ହୋଇଛି। ପାକିସ୍ତାନ ଏହି ମ୍ୟାଚ୍‌ରେ ୨୨୮ ରନ୍‌ କରିପାରିଲେ, ଦଳର ସେମିଫାଇନାଲ୍ ଆଶା ଉଜ୍ଜୀବିତ ହୋଇ ରହିବ। ତେଣୁ ସର୍ଫରାଜ ଅହମ୍ମଦଙ୍କ ଦଳ ଯେମିତି ହେଲେ ଏହି ମ୍ୟାଚ୍‌କୁ ଜିତିବାକୁ ଚେଷ୍ଟା କରିବ। କିନ୍ତୁ ଆଫଗାନିସ୍ତାନର ସ୍ପିନ ବାହିନୀ ଆଗରେ ପାକିସ୍ତାନକୁ ପ୍ରଥମେ ତିଷ୍ଟିବାକୁ […]

sq

sq

Hemant Lenka
  • Published: Saturday, 29 June 2019
  • Updated: 29 June 2019, 06:41 PM IST

Sports

Latest News

ଲଣ୍ଡନ୍‌: ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ପାକିସ୍ତାନ ପ୍ରତିପକ୍ଷ ଆଫଗାନିସ୍ତାନ ୨୨୭ ରନ୍‌ରେ ଅଟକାଇବାକୁ ସମର୍ଥ ହୋଇଛି। ଆଫଗାନିସ୍ତାନ ନିର୍ଦ୍ଧାରିତ ୫୦ ଓଭର୍‌ରେ ୯ ୱିକେଟ୍‌ ହରାଇ ୨୨୭ ରନ୍‌ କରିବାକୁ ସକ୍ଷମ ହୋଇଛି। ପାକିସ୍ତାନ ଏହି ମ୍ୟାଚ୍‌ରେ ୨୨୮ ରନ୍‌ କରିପାରିଲେ, ଦଳର ସେମିଫାଇନାଲ୍ ଆଶା ଉଜ୍ଜୀବିତ ହୋଇ ରହିବ। ତେଣୁ ସର୍ଫରାଜ ଅହମ୍ମଦଙ୍କ ଦଳ ଯେମିତି ହେଲେ ଏହି ମ୍ୟାଚ୍‌କୁ ଜିତିବାକୁ ଚେଷ୍ଟା କରିବ। କିନ୍ତୁ ଆଫଗାନିସ୍ତାନର ସ୍ପିନ ବାହିନୀ ଆଗରେ ପାକିସ୍ତାନକୁ ପ୍ରଥମେ ତିଷ୍ଟିବାକୁ ପଡ଼ିବ।

ଟସ୍‌ ହାରି ପ୍ରଥମ ବ୍ୟାଟିଂ କରିଥିବା ଆଫଗାନିସ୍ତାନ ପ୍ରଥମ ୱିକେଟ୍‌ ପାଇଁ ୨୭ ରନ୍‌ ଯୋଡ଼ିଥିଲା। ଏହି ସମୟରେ ଅଧିନାୟକ ଗୁଲବଦ୍ଦିନ ନୈବି ମାତ୍ର ୧୨ ରନ୍‌ କରି ଶାହେନ ଆଫ୍ରିଦିଙ୍କ ବଲ୍‌ରେ ପ୍ୟାଭିଲିୟନ ଫେରିଥିଲେ। ଏହାପରେ ବ୍ୟାଟିଂ କରିବାକୁ ଆସିଥିବା ହଶମତୁଲ୍ଲା ଶାହିଦି ପ୍ରଥମ ବଲରେ ହିଁ ଆଫ୍ରିଦିଙ୍କ ଦ୍ୱିତୀୟ ଶିକାର ହୋଇଥିଲେ।

୨୭ ରନ୍‌ରେ ଦୁଇ ୱିକେଟ୍‌ ହରାଇଥିବା ଆଫଗାନିସ୍ତାନ ପାଇଁ ରହମତ ଶାହ ଓ ଇକରାମ ଅଲୀ ଖିଲି ସ୍ଥିତି ସମ୍ଭାଳିବା ସହ ଦଳୀୟ ସ୍କୋରକୁ ୫୭ରେ ପହଞ୍ଚାଇଥିଲେ। କିନ୍ତୁ ୩୫ ରନ୍‌ କରିଥିବା ରହମତଙ୍କୁ ସ୍ପିନର ଇମାଦ ୱାସିମ ଆଉଟ୍‌ କରି ଆଫଗାନିସ୍ତାନକୁ ବ୍ୟାକ୍‌ଫୁଟ୍‌କୁ ଠେଲିବାକୁ ଚେଷ୍ଟା କରିଥିଲେ। ହେଲେ ଇକରାମ ଓ ଅଭିଜ୍ଞ ଅସଗର ଆଫଗାନ୍‌ ଲଢ଼ୁଆ ବ୍ୟାଟିଂ କରିଥିଲେ। ଉଭୟ ପାକିସ୍ତାନ ବୋଲରଙ୍କୁ କଡ଼ା ମୁକାବିଲା କରି ଦଳୀୟ ସ୍କୋରକୁ ୧୦୦ ପାର କରାଇଥିଲେ।

ଦଳୀୟ ସ୍କୋର ୧୨୧ ଥିବା ବେଳେ ୪୨ ରନ୍‌ କରିଥିବା ଆଫଗାନ୍‌ଙ୍କୁ ଶଦାବ ଖାନ୍‌ କ୍ଲିନ୍‌ବୋଲ୍ଡ କରି ଦେଇଥିଲେ। ଇକରାମ ମଧ୍ୟ ୨୪ ରନ୍‌ କରି ଇମାଦଙ୍କ ଦ୍ୱିତୀୟ ଶିକାର ବନିଥିଲେ। ନଜିବୁଲ୍ଲା ଜର୍ଦ୍ଦାନ ଓ ମହମ୍ମଦ ନାବି ଯଥାକ୍ରମେ ୪୨ ଓ ୧୬ ରନ୍‌ କରିବାକୁ ସକ୍ଷମ ହୋଇଥିଲେ।

ରଶିଦ ଖାନ୍‌ ୮ ଓ ହମିଦ ହାସ ମାତ୍ର ୧ ରନ୍‌ କରି ସମସ୍ତଙ୍କୁ ନିରାଶ କରିଥିଲେ। ଶେଷ ଭାଗରେ ସମିଉଲ୍ଲା ଶିନୱାରି ୧୯ ଓ ମୁଜିବୁର ରେହମାନ ଅପରାଜିତ ୯ ରନ୍‌ର ଇନିଂସ୍‌ ଖେଳିବାରୁ ଦଳୀୟ ସ୍କୋର ୨୨୭ରେ ପହଞ୍ଚି ପାରିଥିଲା।

ପାକିସ୍ତାନ ପକ୍ଷରୁ ଶାହେନ ଆଫ୍ରିଦି ସର୍ବାଧିକ ୪ଟି ୱିକେଟ୍‌ ନେଇଥିବା ବେଳେ ଇମାଦ ୱାସିମ ଓ ୱାହାବ ରିଆଜ ୨ଟି ଓ ଶଦାବ ଖାନ ଗୋଟିଏ ୱିକେଟ୍‌ ଦଖଲ କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos