ଇଂଲଣ୍ଡ ବିପକ୍ଷରେ ଭାରତର ବିଜୟ ଚାହେଁ ପାକିସ୍ତାନ

ଲଣ୍ଡନ: ଆଇସିସି ବିଶ୍ୱକପରେ ବୁଧବାର ପାକିସ୍ତାନ ନ୍ୟୁଜିଲ୍ୟାଣ୍ଡକୁ ହରାଇବା ପରେ କ୍ରିକେଟର ଏହି ମହାକୁମ୍ଭରେ ରୋମାଞ୍ଚ ବଢ଼ିଯାଇଛି। ଏହି ବିଜୟ ସହ ପାକିସ୍ତାନର ସେମିଫାଇନାଲ୍ ବାଟ ଫିଟିବାରେ ଲାଗିଛି। ବିଶ୍ୱକପ୍ ପଏଣ୍ଟ ଟେବୁଲରେ ଚତୁର୍ଥ ସ୍ଥାନ ପାଇଁ ଲଢ଼େଇ ଏବେ ଆହୁରି ରୋଚକ ହୋଇ ପଡ଼ିଛି। ନ୍ୟୁଜିଲ୍ୟାଣ୍ଡକୁ ୬ ୱିକେଟରେ ହରାଇବା ପରେ ପାକିସ୍ତାନ କ୍ରିକେଟ୍ ଟିମ୍ ପଏଣ୍ଟ ଟେବୁଲର ଷଷ୍ଠ ସ୍ଥାନରେ ରହିଛି। ୭ଟି ମ୍ୟାଚରୁ ପାକିସ୍ତାନର ଏହା ତୃତୀୟ ବିଜୟ। ଏଥିସହ ପାକିସ୍ତାନର ୭ […]

pak

pak

Hemant Lenka
  • Published: Thursday, 27 June 2019
  • Updated: 27 June 2019, 07:56 PM IST

Sports

Latest News

ଲଣ୍ଡନ: ଆଇସିସି ବିଶ୍ୱକପରେ ବୁଧବାର ପାକିସ୍ତାନ ନ୍ୟୁଜିଲ୍ୟାଣ୍ଡକୁ ହରାଇବା ପରେ କ୍ରିକେଟର ଏହି ମହାକୁମ୍ଭରେ ରୋମାଞ୍ଚ ବଢ଼ିଯାଇଛି। ଏହି ବିଜୟ ସହ ପାକିସ୍ତାନର ସେମିଫାଇନାଲ୍ ବାଟ ଫିଟିବାରେ ଲାଗିଛି। ବିଶ୍ୱକପ୍ ପଏଣ୍ଟ ଟେବୁଲରେ ଚତୁର୍ଥ ସ୍ଥାନ ପାଇଁ ଲଢ଼େଇ ଏବେ ଆହୁରି ରୋଚକ ହୋଇ ପଡ଼ିଛି।

ନ୍ୟୁଜିଲ୍ୟାଣ୍ଡକୁ ୬ ୱିକେଟରେ ହରାଇବା ପରେ ପାକିସ୍ତାନ କ୍ରିକେଟ୍ ଟିମ୍ ପଏଣ୍ଟ ଟେବୁଲର ଷଷ୍ଠ ସ୍ଥାନରେ ରହିଛି। ୭ଟି ମ୍ୟାଚରୁ ପାକିସ୍ତାନର ଏହା ତୃତୀୟ ବିଜୟ। ଏଥିସହ ପାକିସ୍ତାନର ୭ ପଏଣ୍ଟ ହୋଇଯାଇଛି। ପାକିସ୍ତାନ ତା'ର ଶେଷ ଦୁଇଟି ମ୍ୟାଚରେ ଅପେକ୍ଷାକୃତ ଦୁର୍ବଳ ଆଫଗାନିସ୍ତାନ ଓ ବାଂଲାଦେଶକୁ ଭେଟିବ।

ସେମିଫାଇନାଲ୍ ଟିକେଟ୍ ହାସଲ କରିବା ପାଇଁ ପାକିସ୍ତାନକୁ ଏହି ଦୁଇଟି ମ୍ୟାଚରେ ଜିତିବାକୁ ପଡ଼ିବ। ଏଭଳି ସ୍ଥିତିରେ ପାକିସ୍ତାନ ପାଇଁ ପ୍ରତି ମ୍ୟାଚ୍ ସେମିଫାଇନାଲ୍ ସଦୃଶ ହେବ, କାରଣ ଗୋଟିଏ ପରାଜୟ ଟିମକୁ ଟୁର୍ଣ୍ଣାମେଣ୍ଟରୁ ବାହାର କରିଦେବ।

ଅଷ୍ଟ୍ରେଲିଆ ପ୍ରଥମ ଟିମ୍ ଭାବେ ଟୁର୍ଣ୍ଣାମେଣ୍ଟର ସେମିଫାଇନାଲ୍ ସ୍ଥାନ ପକ୍କା କରିସାରିଛି। ଏହାବ୍ୟତୀତ ନ୍ୟୁଜିଲ୍ୟାଣ୍ଡକୁ ସେମିଫାଇନାରେ ସ୍ଥାନ ହାସଲ କରିବାକୁ ହେଲେ ଗୋଟିଏ ବିଜୟ ଆବଶ୍ୟକ ହେଉଛି। ଏହି ଦୁଇ ଟିମ୍ ବ୍ୟତୀତ ଭାରତ ମଧ୍ୟ ମଜଭୁତ୍ ସ୍ଥିତିରେ ଅଛି ଏବଂ ଗୋଟିଏ ବିଜୟ ସହ ଟିମର ସେମିଫାଇନାଲ୍ ବାଟ ଫିଟିଯିବ। ଭାରତର ସମ୍ଭାବନା ଏଥିପାଇଁ ଅଧିକ, କାରଣ ଟିମକୁ ଆହୁରି ୪ଟି ମ୍ୟାଚ୍ ଖେଳିବାକୁ ଅଛି।

ଅନ୍ୟ ଟିମ୍ ମଧ୍ୟରେ ଇଂଲଣ୍ଡ, ବାଂଲାଦେଶ ଓ ପାକିସ୍ତାନକୁ ୨ଟି ଲେଖାଏ ମ୍ୟାଚ୍ ଖେଳିବାକୁ ଅଛି। ସେମିଫାଇନାଲରେ ପହଞ୍ଚିବାକୁ ହେଲେ ଏହି ତିନି ଟିମ୍ ପାଇଁ ଏବେ ସବୁ ମ୍ୟାଚ୍ 'କର ବା ମର' ସହ ସମକକ୍ଷ। ଏହାବ୍ୟତୀତ ଶ୍ରୀଲଙ୍କାର ତିନୋଟି ମ୍ୟାଚ୍ ବାକି ଅଛି ଏବଂ ଏହି ଟିମକୁ ମଧ୍ୟ ସବୁଯାକ ମ୍ୟାଚ୍ ଜିତିବାକୁ ପଡ଼ିବ।

ଏଭଳି ସ୍ଥିତିରେ ଇଂଲଣ୍ଡ ଯଦି ତା'ର ଶେଷ ଦୁଇଟି ମ୍ୟାଚ୍ ହାରିଯାଏ, ତାହେଲେ ବାକି ତିନୋଟି ଟିମ୍ (ପାକିସ୍ତାନ, ବାଂଲାଦେଶ, ଶ୍ରୀଲଙ୍କା) ପାଇଁ ସେମିଫାଇନାଲ୍ ସୁଯୋଗ ବରାବର ରହିବ। ଇଂଲଣ୍ଡ ତା'ର ବାକି ଦୁଇଟି ମ୍ୟାଚ୍ ଭାରତ ଓ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷରେ ଖେଳିବ ଏବଂ ଦୁଇଟି ଯାକ ଟିମ୍ ବହୁତ ମଜଭୁତ୍।

ତେବେ ବଡ଼ କଥା ହେଉଛି, ବିଶ୍ୱକପରେ ଇଂଲଣ୍ଡ ଏହି ଦୁଇଟି ଟିମ୍ ବିପକ୍ଷରେ ଗତ ୨୭ ବର୍ଷ ହେବ ବିଜୟ ହାସଲ କରିପାରିନାହିଁ। ଇଂଲଣ୍ଡ ତା'ର ପରବର୍ତ୍ତୀ ମୁକାବିଲା ଜୁନ୍ ୩୦ ତାରିଖରେ ଭାରତ ବିପକ୍ଷରେ ଖେଳିବ। ଏହି କାରଣରୁ ପାକିସ୍ତାନ, ବାଂଲାଦେଶ ଓ ଶ୍ରୀଲଙ୍କା ଟିମ୍ ଆଶା କରୁଥିବେ ଯେ ଭାରତ ଏହି ମୁକାବିଲାରେ ଇଂଲଣ୍ଡକୁ ହରାଉ ଏବଂ ସେମାନଙ୍କ ସେମିଫାଇନାଲ୍ ରାସ୍ତା ସହଜ ହେଇଯାଉ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos