ଏହି ତିନି ଲଜ୍ଜାଜନକ ରେକର୍ଡର ଅଧିକାରୀ ହେଲା ପାକିସ୍ତାନ

ନଟ୍ଟିଂହାମ୍: ଶୁକ୍ରବାର ଆଇସିସି ବିଶ୍ୱକପର ଦ୍ୱିତୀୟ ମ୍ୟାଚରେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍ ୱେଷ୍ଟଇଣ୍ଡିଜ୍ ବୋଲରଙ୍କ ଆଗରେ ଆତ୍ମସମର୍ପଣ କରିଛନ୍ତି। ଫଳସ୍ୱରୂପ ପାକିସ୍ତାନ ମାତ୍ର ୧୦୫ ରନରେ ଅଲଆଉଟ୍ ହୋଇଛି। ପାକିସ୍ତାନର କେବଳ ଚାରିଜଣ ବ୍ୟାଟ୍ସମ୍ୟାନ୍ ଦୁଇଅଙ୍କ ଛୁଇଁବାକୁ ସକ୍ଷମ ହୋଇଛନ୍ତି। ଏଥିସହ ପାକିସ୍ତାନ ନିଜ ନାମରେ ତିନି ଲଜ୍ଜାଜନକ ରେକର୍ଡକୁ ଯୋଡ଼ିଛି। ବିଶ୍ୱକପରେ ପାକିସ୍ତାନର ଏହା ଦ୍ୱିତୀୟ ସର୍ବନିମ୍ନ ସ୍କୋର। ଏହା ପୂର୍ବରୁ ୧୯୯୨ ବିଶ୍ୱକପରେ ଇଂଲଣ୍ଡ ବିପକ୍ଷରେ ପାକିସ୍ତାନ ମାତ୍ର ୭୪ ରନ୍ କରି ଅଲଆଉଟ୍ ହୋଇଥିଲା। […]

PAKISTAN

Hemant Lenka
  • Published: Friday, 31 May 2019
  • , Updated: 31 May 2019, 08:02 PM IST

ନଟ୍ଟିଂହାମ୍: ଶୁକ୍ରବାର ଆଇସିସି ବିଶ୍ୱକପର ଦ୍ୱିତୀୟ ମ୍ୟାଚରେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍ ୱେଷ୍ଟଇଣ୍ଡିଜ୍ ବୋଲରଙ୍କ ଆଗରେ ଆତ୍ମସମର୍ପଣ କରିଛନ୍ତି। ଫଳସ୍ୱରୂପ ପାକିସ୍ତାନ ମାତ୍ର ୧୦୫ ରନରେ ଅଲଆଉଟ୍ ହୋଇଛି। ପାକିସ୍ତାନର କେବଳ ଚାରିଜଣ ବ୍ୟାଟ୍ସମ୍ୟାନ୍ ଦୁଇଅଙ୍କ ଛୁଇଁବାକୁ ସକ୍ଷମ ହୋଇଛନ୍ତି। ଏଥିସହ ପାକିସ୍ତାନ ନିଜ ନାମରେ ତିନି ଲଜ୍ଜାଜନକ ରେକର୍ଡକୁ ଯୋଡ଼ିଛି।

ବିଶ୍ୱକପରେ ପାକିସ୍ତାନର ଏହା ଦ୍ୱିତୀୟ ସର୍ବନିମ୍ନ ସ୍କୋର। ଏହା ପୂର୍ବରୁ ୧୯୯୨ ବିଶ୍ୱକପରେ ଇଂଲଣ୍ଡ ବିପକ୍ଷରେ ପାକିସ୍ତାନ ମାତ୍ର ୭୪ ରନ୍ କରି ଅଲଆଉଟ୍ ହୋଇଥିଲା। ଏହାଛଡ଼ା ୧୯୯୯ ବିଶ୍ୱକପରେ ଅଷ୍ଟ୍ରେଲିଆ ବିପକ୍ଷରେ ପାକିସ୍ତାନ ୧୩୨ ରନରେ ଅଲଆଉଟ୍ ହୋଇଥିବା ବେଳେ ୨୦୦୩ ବିଶ୍ୱକପରେ ଆୟର୍ଲ୍ୟାଣ୍ଡ୍ ବିପକ୍ଷରେ ୧୩୨ ଓ ଇଂଲଣ୍ଡ ବିପକ୍ଷରେ ୧୩୪ ରନରେ ଅଲଆଉଟ୍ ହୋଇଯାଇଥିଲା।

ସେହିପରି ଦିନିକିଆରେ ସବୁଠାରୁ କମ୍ ଓଭରରେ ଅଲଆଉଟ୍ ହେବାରେ ପାକିସ୍ତାନ ରେକର୍ଡ କରିଛି। ୧୯୯୩ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ପାକିସ୍ତାନ ୧୯.୫ ଓଭରରେ ଅଲଆଉଟ୍ ହୋଇଥିଲା। ଆଜି ମ୍ୟାଚରେ ପାକିସ୍ତାନ ୨୧.୪ ଓଭରରେ ତା'ର ସମସ୍ତ ୱିକେଟ୍ ହରାଇଛି। ୨୦୦୯ରେ ଶ୍ରୀଲଙ୍କା ବିପକ୍ଷରେ ପାକିସ୍ତାନ ୨୨.୫ ଓଭରରେ ଅଲଆଉଟ୍ ହୋଇଥିଲା।

ତେବେ ବିଶ୍ୱକପରେ ସବୁଠାରୁ କମ୍ ଓଭରରେ ଅଲଆଉଟ୍ ହେବା ମାମଲାରେ ପାକିସ୍ତାନ ତୃତୀୟ ସ୍ଥାନରେ ପହଞ୍ଚିଛି। ସବୁଠାରୁ ସଅଳ ଅଲଆଉଟ୍ ହେବାର ରେକର୍ଡ ବାଂଲାଦେଶ ନାମରେ ରହିଛି। ୨୦୧୧ ବିଶ୍ୱକପରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ବାଂଲାଦେଶ ୧୮.୫ ଓଭରରେ ୫୮ ରନ୍ କରି ଅଲଆଉଟ୍ ହୋଇଥିଲା। ୨୦୦୭ ବିଶ୍ୱକପରେ ପାକିସ୍ତାନ ବିପକ୍ଷରେ ଜିମ୍ବାୱେ ୧୯.୧ ଓଭରରେ ୯୯ ରନ୍ କରି ଅଲଆଉଟ୍ ହୋଇ ଦ୍ୱିତୀୟ ସ୍ଥାନରେ ରହିଛି।

Related story