ବିଶ୍ୱକପରେ ଏହି ଟିମର ଖେଳ ବିଗାଡ଼ିପାରେ ବର୍ଷା

ନୂଆଦିଲ୍ଲୀ: ଆଇସିସି କ୍ରିକେଟ୍ ବିଶ୍ୱକପରେ ଏପର୍ଯ୍ୟନ୍ତ ତିନୋଟି ମ୍ୟାଚ୍ ବର୍ଷା ଯୋଗୁ ବାତିଲ ହୋଇସାରିଛି ଏବଂ ପରବର୍ତ୍ତୀ ମୁକାବିଲା ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିବ ବୋଲି ଅନୁମାନ କରାଯାଉଛି। ପାକିସ୍ତାନ ବନାନ ଶ୍ରୀଲଙ୍କା, ଦକ୍ଷିଣ ଆଫ୍ରିକା ବନାମ ୱେଷ୍ଟଇଣ୍ଡିଜ, ବାଂଲାଦେଶ ବନାମ ଶ୍ରୀଲଙ୍କା ମ୍ୟାଚ୍ ବର୍ଷା ଯୋଗୁ ବାତିଲ୍ ହୋଇଥିଲା। ଏହି ତିନୋଟି ମ୍ୟାଚରେ ପ୍ରତି ଟିମ୍ ପଏଣ୍ଟ ଭାଗ କରିଥିଲେ। ଯାହା ପରେ ଏହି ଗୁଡ଼ିକ ପାଇଁ ଏବେ ସେମିଫାଇନାଲ ପହଞ୍ଚିବା କଷ୍ଟକର ହୋଇପଡ଼ିଛି। […]

rain

rain

Hemant Lenka
  • Published: Thursday, 13 June 2019
  • Updated: 13 June 2019, 06:30 PM IST

Sports

Latest News

ନୂଆଦିଲ୍ଲୀ: ଆଇସିସି କ୍ରିକେଟ୍ ବିଶ୍ୱକପରେ ଏପର୍ଯ୍ୟନ୍ତ ତିନୋଟି ମ୍ୟାଚ୍ ବର୍ଷା ଯୋଗୁ ବାତିଲ ହୋଇସାରିଛି ଏବଂ ପରବର୍ତ୍ତୀ ମୁକାବିଲା ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିବ ବୋଲି ଅନୁମାନ କରାଯାଉଛି। ପାକିସ୍ତାନ ବନାନ ଶ୍ରୀଲଙ୍କା, ଦକ୍ଷିଣ ଆଫ୍ରିକା ବନାମ ୱେଷ୍ଟଇଣ୍ଡିଜ, ବାଂଲାଦେଶ ବନାମ ଶ୍ରୀଲଙ୍କା ମ୍ୟାଚ୍ ବର୍ଷା ଯୋଗୁ ବାତିଲ୍ ହୋଇଥିଲା।

ଏହି ତିନୋଟି ମ୍ୟାଚରେ ପ୍ରତି ଟିମ୍ ପଏଣ୍ଟ ଭାଗ କରିଥିଲେ। ଯାହା ପରେ ଏହି ଗୁଡ଼ିକ ପାଇଁ ଏବେ ସେମିଫାଇନାଲ ପହଞ୍ଚିବା କଷ୍ଟକର ହୋଇପଡ଼ିଛି। ଚଳିତ ବିଶ୍ୱକପରେ ଏପର୍ଯ୍ୟନ୍ତ ରେକର୍ଡ ତିନୋଟି ମ୍ୟାଚ୍ ବାତିଲ ହୋଇସାରିଛି ଏବଂ ଏହାର ସଂଖ୍ୟା ଆହୁରି ବଢ଼ିବ ବୋଲି ଆଶଙ୍କା କରାଯାଉଛି। ଏହାର ପ୍ରଭାବ ଭାରତ ଓ ନ୍ୟୁଜିଲ୍ୟାଣ୍ଡ୍ ମ୍ୟାଚ୍ ଉପରେ ମଧ୍ୟ ପଡ଼ିଛି।

ପାଣିପାଗ ବିଭାଗ ଅନୁଯାୟୀ, ୧୬ ଜୁନରେ ହେବାକୁଥିବା ଭାରତ ଓ ପାକିସ୍ତାନ ମୁକାବିଲା ଉପରେ ମଧ୍ୟ ବର୍ଷାର ଖେଳ ଦେଖିବାକୁ ମିଳିପାରେ। ଏଭଳି ସ୍ଥିତିରେ ଏକ ଟିମର ଲଢ଼େଇ ପ୍ରତିପକ୍ଷ ଟିମ୍ ବଦଳରେ ବର୍ଷା ସହ ହେଉଛି। ଏବେ ଟିମଗୁଡ଼ିକ ବର୍ଷାକୁ ଦୃଷ୍ଟିରେ ରଖି ନିଜ ନିଜର ଗଣନା ଆରମ୍ଭ କରିଦେଇଛନ୍ତି। ଇନ୍ଦ୍ର ଦେବତା ବିଶ୍ୱକପର ପଏଣ୍ଟ ତାଲିକାକୁ ବହୁତ ପ୍ରଭାବିତ କରିପାରନ୍ତି। ତେଣୁ ଆସନ୍ତୁ ଜାଣିବା, କେଉଁ ଟିମର ସେମିଫାଇନାଲ୍ ଆଶାକୁ ଧୂଳିସାତ୍ କରିପାରେ ବର୍ଷା।

ଶ୍ରୀଲଙ୍କା: ପାଣିପାଗ ଦ୍ୱାରା ଯଦି କୌଣସି ଟିମ୍ ଅଧିକ ପ୍ରଭାବିତ ହୋଇଛି, ସେ ହେଉଛି ଶ୍ରୀଲଙ୍କା। ଚଳିତ ବିଶ୍ୱକପରେ ଶ୍ରୀଲଙ୍କାର ଦୁଇଟି ମ୍ୟାଚ୍ ବିନା ବଲରେ ଶେଷ ହୋଇଛି। ବର୍ତ୍ତମାନ ଶ୍ରୀଲଙ୍କା ପଏଣ୍ଟ ଟେବୁଲରେ ୪ଟି ମ୍ୟାଚରୁ ୪ ପଏଣ୍ଟ ସହ ପଞ୍ଚମ ସ୍ଥାନରେ ରହିଛି। ଶ୍ରୀଲଙ୍କା ଟିମର ପରବର୍ତ୍ତୀ ପାଞ୍ଚଟି ମ୍ୟାଚ୍ କଠିନ ଟିମ୍ ସହ ରହିଛି। ତେଣୁ ଶ୍ରୀଲଙ୍କା ଟିମ୍ ଚାହୁଁଥିବ ଯେ, ପରବର୍ତ୍ତୀ ମ୍ୟାଚ୍ ଗୁଡ଼ିକରେ ବର୍ଷା ହେଉ ଏବଂ ସେମାନଙ୍କୁ ୧ ପଏଣ୍ଟ ଲେଖାଏ ମିଳୁ। ଯଦି ପଏଣ୍ଟ ତାଲିକାର ସ୍ଥିତିକୁ ଦେଖାଯିବ, ତାହେଲେ ଶ୍ରୀଲଙ୍କାକୁ ଟପ୍-୪ରେ ପହଞ୍ଚିବା କଷ୍ଟକର ହେବ।

ଦକ୍ଷିଣ ଆଫ୍ରିକା: ଚଳିତ ବିଶ୍ୱକପ୍ ଦକ୍ଷିଣ ଆଫ୍ରିକା ଟିମ୍ ପାଇଁ ବହୁତ ନୈରାଶ୍ୟଜନକ ରହିଛି। ଏପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକା ତା'ର ପ୍ରଥମ ଚାରୋଟି ମ୍ୟାଚରେ ଗୋଟିଏ ବି ବିଜୟ ହାସଲ କରିପାରି ନାହିଁ। ଚାରୋଟି ମ୍ୟାଚରୁ ୧ ପଏଣ୍ଟ ସହ ପ୍ରୋଟିଜ୍ ଟିମ୍ ପଏଣ୍ଟ ତାଲିକାର ନବମ ସ୍ଥାନରେ ଅଛି ଏବଂ ଏବେ ଏହି ଟିମ୍ ଟୁର୍ଣ୍ଣାମେଣ୍ଟରେ ପ୍ରଥମ ବିଜୟ ଅପେକ୍ଷାରେ ଅଛି। ୱେଷ୍ଟଇଣ୍ଡିଜ୍ ବିପକ୍ଷ ମ୍ୟାଚ୍ ବାତିଲ ହେବା ପରେ ଦକ୍ଷିଣ ଆଫ୍ରିକାକୁ ଏକ ପଏଣ୍ଟ ମିଳିଛି ଏବଂ ସେମାନେ ଖାତା ଖୋଲିବାରେ ସଫଳ ହୋଇଛନ୍ତି। କିନ୍ତୁ ଖରାପ ପାଗ ଏବଂ ଖରାପ ଫର୍ମ ଦେଇ ଗତି କରୁଥିବା ଦକ୍ଷିଣ ଆଫ୍ରିକା ଟିମର ସେମିଫାଇନାଲ୍ ପହଞ୍ଚିବା ଏବେ କଷ୍ଟକର ହୋଇ ପଡ଼ିଛି। ବିଶ୍ୱକପରେ ଆଶା ଉଜ୍ଜୀବିତ ରଖିବା ପାଇଁ ଦକ୍ଷିଣ ଆଫ୍ରିକାକୁ ଏବେ ବାକି ମ୍ୟାଚ୍ ଗୁଡ଼ିକୁ କୌଣସି ପରିସ୍ଥିତିରେ ଜିତିବାକୁ ପଡ଼ିବ। ଏହାଛଡ଼ା ଦକ୍ଷିଣ ଆଫ୍ରିକାର ପରବର୍ତ୍ତୀ ମ୍ୟାଚରେ ଯଦି ବର୍ଷା ବାଧକ ସାଜେ, ତାହେଲେ ଟିମର ସେମିଫାଇନାଲ୍ ଆଶା ଧୂଳିସାତ୍ ହୋଇଯିବ।

ବାଂଲାଦେଶ: ବାଂଲାଦେଶ ଟିମ୍ ବର୍ତ୍ତମାନ ପଏଣ୍ଟ ତାଲିକାର ସପ୍ତମ ସ୍ଥାନରେ ଅଛି ଏବଂ ବର୍ତ୍ତମାନ ଟିମ୍ ଭଲ କ୍ରିକେଟ୍ ମଧ୍ୟ ଖେଳୁଛି। ବାଂଲାଦେଶ ପାଖରେ ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ୨ ପଏଣ୍ଟ ହାସଲ କରିବାର ଭଲ ସୁଯୋଗ ଥିଲା, କିନ୍ତୁ ବର୍ଷା କାରଣରୁ ଏହି ମ୍ୟାଚ୍ ଧୋଇ ହୋଇଯାଇଥିଲା ଏବଂ ଉଭୟ ଦଳ ପଏଣ୍ଟ ଭାଗ କରିଥିଲେ। ଚାରି ମ୍ୟାଚରୁ ୩ ପଏଣ୍ଟ ହାସଲ କରିଥିବା ବାଂଲାଦେଶର ସେମିଫାଇନାଲ୍ ପହଞ୍ଚିବା ମଧ୍ୟ କଷ୍ଟକର ଲାଗୁଛି। ଟିମକୁ ଏବେ ଆଉ ୫ଟି ମ୍ୟାଚ୍ ଖେଳିବାକୁ ଅଛି। ତେଣୁ ଏହି ସବୁ ମ୍ୟାଚରେ ବିଜୟୀ ହେଲେ ବାଂଲାଦେଶ ତା'ର ସେମିଫାଇନାଲ୍ ଆଶାକୁ ଉଜ୍ଜୀବିତ ରଖିପାରିବ।

ପାକିସ୍ତାନ: ଚଳିତ ବିଶ୍ୱକପର ପ୍ରଥମ ମ୍ୟାଚରେ ୱେଷ୍ଟଇଣ୍ଡିଜଠାରୁ ହାରିବା ପରେ ପାକିସ୍ତାନ ଆୟୋଜକ ଇଂଲଣ୍ଡକୁ ହରାଇ ଟୁର୍ଣ୍ଣାମେଣ୍ଟ ଜବରଦସ୍ତ ପ୍ରତ୍ୟାବର୍ତ୍ତନ କରିଥିଲା। ପାକିସ୍ତାନ ବର୍ତ୍ତମାନ ପଏଣ୍ଟ ତାଲିକାରେ ଚାରି ମ୍ୟାଚରୁ ୩ ପଏଣ୍ଟ ସହ ଅଷ୍ଟମ ସ୍ଥାନରେ ଅଛି ଏବଂ ସେମାନଙ୍କ ସ୍ଥିତି ଏବେ 'କର ବା ମର' ସଦୃଶ ହୋଇଛି। ଏବେ ପାକିସ୍ତାନ ପାଇଁ ବଡ଼ ଚ୍ୟାଲେଞ୍ଜ ହେଉଛି ଭାରତୀୟ ଟିମ୍। ଯଦି ପାକିସ୍ତାନ ଏହି ମ୍ୟାଚ୍ ଜିତିବାରେ ସଫଳ ହୁଏ, ତାହେଲେ ଟିମକୁ ପରବର୍ତ୍ତୀ ମ୍ୟାଚରେ ଜିତିବାରେ ସହଜ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos