ବିରାଟ ଓ ୱିଲିୟମସନଙ୍କୁ ଟପିବାକୁ ପାକ୍‌ ଅଧିନାୟକଙ୍କ ଇଚ୍ଛା

ଇସଲାମାବାଦ: ଆସନ୍ତା ନଭେମ୍ବର ୩ରୁ ଅଷ୍ଟ୍ରେଲିଆ ଓ ପାକିସ୍ତାନ ମଧ୍ୟରେ ଟି-୨୦ ସିରିଜ୍‌ ଆରମ୍ଭ ହେବ। ପାକ୍‌ ଟି-୨୦ ଦଳ ପାଇଁ ନବନିର୍ବାଚିତ ଅଧିନାୟକ ବାବର ଆଜମ ଏଥିର ଦଳର ନେତୃତ୍ୱ ନେବେ। ବାବରଙ୍କ ଅଧିନାୟିକତ୍ୱରେ ପାକିସ୍ତାନ କେମିତି ପ୍ରଦର୍ଶନ କରୁଛି, ତାହା ଉପରେ ସମସ୍ତଙ୍କ ନଜର। ତେବେ ଏହି ସିରିଜ ପୂର୍ବରୁ ବାବର ବଡ଼ ବୟାନ ଦେଇଛନ୍ତି। ସେ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଏବଂ ନ୍ୟୁଜିଲ୍ୟାଣ୍ଡ ଅଧିନାୟକ କେନ୍‌ ୱିଲିୟମସନଙ୍କୁ ଅତିକ୍ରମ କରିବେ […]

b

b

Hemant Lenka
  • Published: Saturday, 26 October 2019
  • Updated: 26 October 2019, 03:37 PM IST

Sports

Latest News

ଇସଲାମାବାଦ: ଆସନ୍ତା ନଭେମ୍ବର ୩ରୁ ଅଷ୍ଟ୍ରେଲିଆ ଓ ପାକିସ୍ତାନ ମଧ୍ୟରେ ଟି-୨୦ ସିରିଜ୍‌ ଆରମ୍ଭ ହେବ। ପାକ୍‌ ଟି-୨୦ ଦଳ ପାଇଁ ନବନିର୍ବାଚିତ ଅଧିନାୟକ ବାବର ଆଜମ ଏଥିର ଦଳର ନେତୃତ୍ୱ ନେବେ। ବାବରଙ୍କ ଅଧିନାୟିକତ୍ୱରେ ପାକିସ୍ତାନ କେମିତି ପ୍ରଦର୍ଶନ କରୁଛି, ତାହା ଉପରେ ସମସ୍ତଙ୍କ ନଜର।

ତେବେ ଏହି ସିରିଜ ପୂର୍ବରୁ ବାବର ବଡ଼ ବୟାନ ଦେଇଛନ୍ତି। ସେ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଏବଂ ନ୍ୟୁଜିଲ୍ୟାଣ୍ଡ ଅଧିନାୟକ କେନ୍‌ ୱିଲିୟମସନଙ୍କୁ ଅତିକ୍ରମ କରିବେ ବୋଲି ଦମ୍ଭୋକ୍ତି କରିଛନ୍ତି।

ସେ କହିଛନ୍ତି, “ଶ୍ରୀଲଙ୍କା ବିପକ୍ଷ ସିରିଜରେ ମୁଁ ୧୩,୩ ଓ ୨୭ ରନ୍‌ କରିଥିଲି। ଲୋକମାନେ ୩ଟି ମ୍ୟାଚ୍‌ ଦେଖି ନିଷ୍ପତ୍ତି ନେଇ ଯାଉଛନ୍ତି। ମୁଁ ଦଳର ଉପ ଅଧିନାୟକ ଥିଲି ବୋଲି ଯେ ଖରାପ ପ୍ରଦର୍ଶନ କଲି ବୋଲି କୁହାଯାଉଛି। କିନ୍ତୁ ଏହା ସଂପୂର୍ଣ୍ଣ ଭାବେ ଭୁଲ।

କ୍ରିକେଟରେ ଉତ୍ଥାନପତନ ଲାଗି ରହିଥାଏ। ଆମେ ଖରାପ ଖେଳିବାରୁ ମ୍ୟାଚ୍‌ ହାରିଲୁ। ମୁଁ ପ୍ରତିଟି ମ୍ୟାଚରେ ୧୨୦ ପ୍ରତିଶତ ଦେବାକୁ ଚେଷ୍ଟା କରେ। ମୁଁ ବୁଝି ପାରେନାହିଁ ଯେ କ୍ୟାପ୍ଟେନ ହେଲେ କାହିଁକି ଲୋକମାନେ ଅଧିକ ଚାପରେ ଜଣେ ଖେଳାଳି ରୁହନ୍ତି ବୋଲି କୁହନ୍ତି।

ମୁଁ କ୍ୟାପ୍ଟେନ ହେଲେ ବି ପୂର୍ବଭଳି ଖେଳିବି। ମୋର ଆଶା ସବୁ କିଛି ଭଲ ହେବ। ମୁଁ ଏବେ କେନ୍‌ ୱିଲିୟମସନ ଓ ବିରାଟ କୋହଲିଙ୍କ କ୍ୟାପ୍ଟେନଶିପ୍‌କୁ ଦେଖିଛି। ସେମାନେ କେମିତି ନିଜ ପ୍ରଦର୍ଶନ ସହ ଦଳକୁ ଜିତାଉଛନ୍ତି, ସେକଥା ମଧ୍ୟ ଦେଖୁଛି। ସେମାନଙ୍କ ଠାରୁ ଚାପକୁ କେମିତି ନିୟନ୍ତ୍ରଣ କରିହେବ ସେକଥା ଶିଖୁଛି। ମୁଁ ସେମାନଙ୍କୁ ଅତିକ୍ରମ କରିବାକୁ ଚେଷ୍ଟା କରିବି।”

ନଭେମ୍ବର ୩, ୫ ଓ ୮ ତାରିଖରେ ପାକିସ୍ତାନ ଓ ଅଷ୍ଟ୍ରେଲିଆ ମଧ୍ୟରେ ଟି-୨୦ ସିରିଜ ଖେଳାଯିବ। ଏହାପରେ ଉଭୟ ଦେଶ ମଧ୍ୟରେ ଟେଷ୍ଟ ମ୍ୟାଚ୍‌ ଆରମ୍ଭ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos