ଭୁବନେଶ୍ୱରରେ ହେବାକୁ ଥିବା ହକି ୱାଲର୍ଡ କପରେ ପାକିସ୍ତାନ ଯୋଗଦେବା ନେଇ ଅନିଶ୍ଚିତତା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତାବର୍ଷ ହେବାକୁଥିବା ହକି ୱାଲର୍ଡ କପରେ ପାକିସ୍ତାନର ଭାଗ ନେବା ନେଇ ଅନିଶ୍ଚିତତା ଦେଖାଦେଇଛି। ବିଶ୍ୱକପ୍ ମ୍ୟାଚ ବେଳେ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ପାଇଁ ଦାବି କରିଛି ପାକିସ୍ତାନ୍। ଏଥିସହ ଠିକ ସମୟରେ ଭିସା ଯୋଗାଇ ଦିଆନଗଲେ ପାକିସ୍ତାନ ଟିମ୍ ୱାଲର୍ଡ କପରେ ଭାଗ ନେବ ନାହିଁ ବୋଲି ସୂଚନା ଦେଇଛି। ପାକିସ୍ତାନ ହକି ଫେଡେରସନର ଅଧ୍ୟକ୍ଷ ସାହାବାଜ ଅହମ୍ମଦ ଏନେଇ ଚେତାବନୀ ମଧ୍ୟ ଦେଇଛନ୍ତି। ଏହି ପ୍ରସଙ୍ଗରେ ସାହାବାଜ ହକି ଇଣ୍ଡିଆ […]

626610-dc-msdvncd

626610-dc-msdvncd

Rakesh Mallick
  • Published: Friday, 22 September 2017
  • Updated: 22 September 2017, 07:07 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଆସନ୍ତାବର୍ଷ ହେବାକୁଥିବା ହକି ୱାଲର୍ଡ କପରେ ପାକିସ୍ତାନର ଭାଗ ନେବା ନେଇ ଅନିଶ୍ଚିତତା ଦେଖାଦେଇଛି। ବିଶ୍ୱକପ୍ ମ୍ୟାଚ ବେଳେ ପର୍ଯ୍ୟାପ୍ତ ସୁରକ୍ଷା ବ୍ୟବସ୍ଥା ପାଇଁ ଦାବି କରିଛି ପାକିସ୍ତାନ୍। ଏଥିସହ ଠିକ ସମୟରେ ଭିସା ଯୋଗାଇ ଦିଆନଗଲେ ପାକିସ୍ତାନ ଟିମ୍ ୱାଲର୍ଡ କପରେ ଭାଗ ନେବ ନାହିଁ ବୋଲି ସୂଚନା ଦେଇଛି। ପାକିସ୍ତାନ ହକି ଫେଡେରସନର ଅଧ୍ୟକ୍ଷ ସାହାବାଜ ଅହମ୍ମଦ ଏନେଇ ଚେତାବନୀ ମଧ୍ୟ ଦେଇଛନ୍ତି। ଏହି ପ୍ରସଙ୍ଗରେ ସାହାବାଜ ହକି ଇଣ୍ଡିଆ ସଭାପତି ନରିନ୍ଦର ବାତ୍ରାଙ୍କ ସହ ଆଲୋଚନା କରିଛନ୍ତି। କିନ୍ତୁ ଏ ସମ୍ପର୍କରେ ନରିନ୍ଦର ବାତ୍ରା କିଛି ସ୍ପଷ୍ଟ କରି ନାହାନ୍ତି। ଆସନ୍ତା ବର୍ଷ ନଭେମ୍ବର - ଡିସେମ୍ବରରେ ଓଡିଶାରେ ହକି ବିଶ୍ୱକପ୍ ଆୟୋଜିତ ହେବ। ଦୁଇ ଦେଶ ମଧ୍ୟରେ ସମ୍ପର୍କ ତିକ୍ତ ହୋଇଥିବାରୁ ଉଭୟ ଭାରତ ଓ ପାକିସ୍ତାନ ମଧ୍ୟରେ କୌଣସି ଦ୍ୱିପାକ୍ଷିକ ସିରିଜ ଆୟୋଜିତ ହେଉନାହିଁ।  ଏପରିକି ନିକଟରେ ଭୁବନେଶ୍ୱରରେ ଶେଷ ହୋଇଥିବା ଏସିଆନ ଆଥଲେଟିକ ଚାମ୍ପିୟନସିପରେ ପାକ ଆଥଲେଟ ମାନଙ୍କୁ ବହୁ ବିଳମ୍ବରେ ଭିସା ମିଳିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos