କର ବା ମର ମ୍ୟାଚରେ ପ୍ରଥମେ ବ୍ୟାଟିଂ କରୁଛି ପାକିସ୍ତାନ

ଲର୍ଡ୍ସ: ଐତିହାସିକ ଲର୍ଡ୍ସ ମଇଦାନରେ ଶୁକ୍ରବାର ପାକିସ୍ତାନ ଓ ବାଂଲାଦେଶ ମଧ୍ୟରେ ନିର୍ଣ୍ଣାୟକ ମ୍ୟାଚ୍ ଖେଳାଯାଉଛି। ବିଶ୍ୱକପ୍ ସେମିଫାଇନାଲରେ ପହଞ୍ଚିବା ପାଇଁ ପାକିସ୍ତାନକୁ ଅସମ୍ଭବ ବିଜୟ ଦରକାର। ଏହି ଆଧାରରେ ପାକିସ୍ତାନ ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି । ବାଂଲାଦେଶକୁ ହରାଇବାକୁ ହେଲେ ପାକିସ୍ତାନକୁ ବଡ଼ ସ୍କୋର ଛିଡ଼ା କରିବାକୁ ପଡ଼ିବ। କିନ୍ତୁ ପାକିସ୍ତାନ ଏହାର ବିପରୀତ ବ୍ୟାଟିଂ କରିଛି। ଟିମ୍ ୮ ଓଭରରେ ୧ ୱିକେଟ୍ ହରାଇ ମାତ୍ର ୨୮ […]

pak

pak

Hemant Lenka
  • Published: Friday, 05 July 2019
  • Updated: 05 July 2019, 03:37 PM IST

Sports

Latest News

ଲର୍ଡ୍ସ: ଐତିହାସିକ ଲର୍ଡ୍ସ ମଇଦାନରେ ଶୁକ୍ରବାର ପାକିସ୍ତାନ ଓ ବାଂଲାଦେଶ ମଧ୍ୟରେ ନିର୍ଣ୍ଣାୟକ ମ୍ୟାଚ୍ ଖେଳାଯାଉଛି। ବିଶ୍ୱକପ୍ ସେମିଫାଇନାଲରେ ପହଞ୍ଚିବା ପାଇଁ ପାକିସ୍ତାନକୁ ଅସମ୍ଭବ ବିଜୟ ଦରକାର। ଏହି ଆଧାରରେ ପାକିସ୍ତାନ ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି ।

ବାଂଲାଦେଶକୁ ହରାଇବାକୁ ହେଲେ ପାକିସ୍ତାନକୁ ବଡ଼ ସ୍କୋର ଛିଡ଼ା କରିବାକୁ ପଡ଼ିବ। କିନ୍ତୁ ପାକିସ୍ତାନ ଏହାର ବିପରୀତ ବ୍ୟାଟିଂ କରିଛି। ଟିମ୍ ୮ ଓଭରରେ ୧ ୱିକେଟ୍ ହରାଇ ମାତ୍ର ୨୮ ରନ୍ କରିଛି। ଇମାମ୍ ଉଲ୍-ହକ୍ ୧୦ ଓ ବାବର ଆଜମ୍ ୫ ରନରେ ବ୍ୟାଟିଂ କରୁଛନ୍ତି। ଓପ୍ନର ଫକର ଜମାନ୍ ୧୩ ରନ୍ କରି ପ୍ୟାଭିଲିୟନ୍ ଫେରିଛନ୍ତି।

ଏହି ମ୍ୟାଚରେ ପାକିସ୍ତାନ ତା'ର ଚୂଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରିନାହିଁ। ଏହି ମ୍ୟାଚରେ ପାକିସ୍ତାନର ସ୍କୋର ଯଦି ୩୧୧ ରନ୍ ଭିତରେ ସୀମିତ ରୁହେ, ତାହେଲେ ଟିମର ସେମିଫାଇନାଲ୍ ଆଶା ଶେଷ ହୋଇଯିବ।

ଯଦି ସେମାନେ ୩୫୦ ରନ୍ କରନ୍ତି, ତାହେଲେ ବାଂଲାଦେଶକୁ ୩୯ ରନ୍ ଭିତରେ ଅଲଆଉଟ୍ କରିବାକୁ ପଡ଼ିବ। ଏହାଛଡ଼ା ପାକିସ୍ତାନ ୪୦୦ ରନ୍ କଲେ, ବାଂଲାଦେଶ ୮୪ ରନରେ ଅଲଆଉଟ୍ ହେବା ଦରକାର। ତେଣୁ ପାକିସ୍ତାନ ପକ୍ଷେ ଏହା କରିବା ଅସମ୍ଭବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos