ବାହାଘର ଦିନ ବି ମ୍ୟାଚ୍‌ ଦେଖିବାକୁ ଭୁଲିଲେନି ଏହି ଦମ୍ପତି

ଦୁବାଇ: ପାକିସ୍ତାନ କ୍ରିକେଟ୍‌ ଟିମ୍‌ର ଜଣେ ପ୍ରଂଶସକଙ୍କ କ୍ରିକେଟ ପ୍ରତି ଥିବା ଭଲ ପାଇବାକୁ ଆଇସିସି ସଲାମ କରିଛି। ହାସନ ତସଲୀନ ନାମକ ଜଣେ ଯୁବକ ନିଜ ବାହାଘର ଦିନ ବି କ୍ରିକେଟ ମ୍ୟାଚ୍‌ ଦେଖିବାକୁ ଭୁଲି ନାହାନ୍ତି। ହାସନ ନିଜ ନବବିବାହିତ ବେଗମଙ୍କ ସହ ପାକିସ୍ତାନ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ମ୍ୟାଚ୍‌ ଦେଖୁଥିବା ଏକ ଫଟୋ ପୋଷ୍ଟ କରିବା ସହ ଚିଠି ଲେଖିଥିଲେ। ଏହାପରେ ହାସନଙ୍କ କ୍ରିକେଟ ପ୍ରତି ଥିବା ଭଲ […]

qw

qw

Hemant Lenka
  • Published: Wednesday, 06 November 2019
  • Updated: 06 November 2019, 05:54 PM IST

Sports

Latest News

ଦୁବାଇ: ପାକିସ୍ତାନ କ୍ରିକେଟ୍‌ ଟିମ୍‌ର ଜଣେ ପ୍ରଂଶସକଙ୍କ କ୍ରିକେଟ ପ୍ରତି ଥିବା ଭଲ ପାଇବାକୁ ଆଇସିସି ସଲାମ କରିଛି। ହାସନ ତସଲୀନ ନାମକ ଜଣେ ଯୁବକ ନିଜ ବାହାଘର ଦିନ ବି କ୍ରିକେଟ ମ୍ୟାଚ୍‌ ଦେଖିବାକୁ ଭୁଲି ନାହାନ୍ତି।

ହାସନ ନିଜ ନବବିବାହିତ ବେଗମଙ୍କ ସହ ପାକିସ୍ତାନ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ମ୍ୟାଚ୍‌ ଦେଖୁଥିବା ଏକ ଫଟୋ ପୋଷ୍ଟ କରିବା ସହ ଚିଠି ଲେଖିଥିଲେ। ଏହାପରେ ହାସନଙ୍କ କ୍ରିକେଟ ପ୍ରତି ଥିବା ଭଲ ପାଇବାକୁ ଆଇସିସି ସମଗ୍ର ବିଶ୍ୱକୁ ଟ୍ୱିଟ କରି କହିଛି।

ଅଷ୍ଟ୍ରେଲିଆ ଓ ପାକିସ୍ତାନ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ମ୍ୟାଚ୍ ଦିନ ହାସନ ଆମେରିକାରେ ବାହା ହୋଇଥିଲେ। ପରମ୍ପରା ଅନୁସାରେ, ନବ ଦମ୍ପତି ବାହାଘର ପରେ ଘରୁ ଆସି ନିଜ ଲୋକଙ୍କ ସହ ଏକାଠି ହୁଅନ୍ତି।

ଏହି ସମୟରେ ହାସନ ଏବଂ ତାଙ୍କ ବେଗମ ଘରେ ଲାଗିଥିବା ଟିଭିରେ ମ୍ୟାଚର ଅପଡେଟ୍ ନେବାକୁ ଅଧିକ ଆଗ୍ରହ ପ୍ରକାଶ କରିଥିଲେ। ଏହି ସମୟରେ ଦମ୍ପତିଙ୍କ ପାଖରେ ଥିବା ଲୋକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos