ପାଣ୍ଡ୍ୟାଙ୍କ ନିର୍ବନ୍ଧ ସମ୍ପର୍କରେ ପୂର୍ବରୁ ସୂଚନା ପାଇ ନଥିଲେ ବାପା

ମୁମ୍ବାଇ: ଟିମ୍‌ ଇଣ୍ଡିଆର ଯୁବ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ସର୍ବିୟାର ମଡେଲ ନତାସାଙ୍କ ସହ ନିର୍ବନ୍ଧ କରିଛନ୍ତି। ସେ ନିର୍ବନ୍ଧ ବେଳର ଭିଡିଓକୁ ମଧ୍ୟ ସୋଶାଲ ମିଡିଆରେ ପୋଷ୍ଟ କରିଛନ୍ତି। ହେଲେ ପାଣ୍ଡ୍ୟା ଏହି ନିର୍ବନ୍ଧ ଖବର ତାଙ୍କ ବାପାଙ୍କ ଠାରୁ ଲୁଚାଇ ରଖିଥିଲେ। ଅନ୍ୟମାନଙ୍କ ଭଳି ପାଣ୍ଡ୍ୟାଙ୍କ ବାପା ମଧ୍ୟ ଗଣମାଧ୍ୟମରୁ ସେ ନିର୍ବନ୍ଧ କରିଥିବା କଥା ଜାଣିବାକୁ ପାଇଥିବା କହିଛନ୍ତି। ପାଣ୍ଡ୍ୟାଙ୍କ ବାପା ହିମାଂଶୁ କହିଛନ୍ତି, “ନତାସା ଜଣେ ଭଲ ଝିଅ। ଆମେ ତାଙ୍କୁ […]

de

de

Hemant Lenka
  • Published: Saturday, 04 January 2020
  • Updated: 04 January 2020, 06:40 PM IST

Sports

Latest News

ମୁମ୍ବାଇ: ଟିମ୍‌ ଇଣ୍ଡିଆର ଯୁବ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ସର୍ବିୟାର ମଡେଲ ନତାସାଙ୍କ ସହ ନିର୍ବନ୍ଧ କରିଛନ୍ତି। ସେ ନିର୍ବନ୍ଧ ବେଳର ଭିଡିଓକୁ ମଧ୍ୟ ସୋଶାଲ ମିଡିଆରେ ପୋଷ୍ଟ କରିଛନ୍ତି। ହେଲେ ପାଣ୍ଡ୍ୟା ଏହି ନିର୍ବନ୍ଧ ଖବର ତାଙ୍କ ବାପାଙ୍କ ଠାରୁ ଲୁଚାଇ ରଖିଥିଲେ। ଅନ୍ୟମାନଙ୍କ ଭଳି ପାଣ୍ଡ୍ୟାଙ୍କ ବାପା ମଧ୍ୟ ଗଣମାଧ୍ୟମରୁ ସେ ନିର୍ବନ୍ଧ କରିଥିବା କଥା ଜାଣିବାକୁ ପାଇଥିବା କହିଛନ୍ତି।

ପାଣ୍ଡ୍ୟାଙ୍କ ବାପା ହିମାଂଶୁ କହିଛନ୍ତି, “ନତାସା ଜଣେ ଭଲ ଝିଅ। ଆମେ ତାଙ୍କୁ ମୁମ୍ବାଇରେ ଏକାଧିକ ଥର ଭେଟିଥିଲୁ। ଆମେ ଜାଣିଥିଲୁ ଯେ ସେମାନେ ଛୁଟି କାଟିବାକୁ ଦୁବାଇ ଯାଉଛନ୍ତି। କିନ୍ତୁ ସେମାନେ ଯେ ସେଠାରେ ନିର୍ବନ୍ଧ କରିବେ, ସେକଥା ମୁଁ ଜାଣି ନଥିଲି। ନିର୍ବନ୍ଧ କଥା ଶୁଣି ମୁଁ ଆଶ୍ଚର୍ଯ୍ୟ ହୋଇଯାଇଥିଲି। ନିର୍ବନ୍ଧ ସରିବା ପରେ ହିଁ ଆମେ ଏକଥା ଜାଣିବାକୁ ପାଇଥିଲୁ।”

ଜାନୁଆରୀ ୧ରେ ପାଣ୍ଡ୍ୟା ପ୍ରଥମେ ସୋଶାଲ ମିଡିଆରେ ନତାସାଙ୍କ ସହ ଫଟୋ ପୋଷ୍ଟ କରିଥିଲେ। ଏହା ପରେ ଉଭୟ ନିର୍ବନ୍ଧ କରିଥିବା ବେଳର ଭିଡିଓ ଶେୟାର କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos