ଟେଷ୍ଟ ମ୍ୟାଚ୍‌ ଅଧାରୁ ଆଉ ଏକ ଟୁର୍ଣ୍ଣାମେଣ୍ଟ ଖେଳିବାକୁ ଗଲେ ପନ୍ତ ଓ ଶୁବମାନ ଗିଲ

କୋଲକାତା: ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ୍‌ ଅଧାରୁ ଦୁଇ ଭାରତୀୟ କ୍ରିକେଟର ରିଷଭ ପନ୍ତ ଓ ଶୁବମାନ ଗିଲଙ୍କୁ ଅନ୍ୟ ଏକ ଟୁର୍ଣ୍ଣାମେଣ୍ଟ ଖେଳିବାକୁ ଅନୁମତି ମିଳିଛି। ଏମାନେ ୧୫ ଜଣିଆ ଟେଷ୍ଟ ସ୍କ୍ୱାଡ୍‌ରେ ଥିଲେ ହେଁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇନାହାନ୍ତି। ତେଣୁ ଏହି ଦୁଇ ଖେଳାଳିଙ୍କୁ ବିସିସିଆଇ ଚୟନ କମିଟି ସୟଦ ମୁସ୍ତାକ ଅଲୀ ଟ୍ରଫି ଖେଳିବାକୁ ଅନୁମତି ଦେଇଛି। ସେହିପରି ବର୍ତ୍ତମାନ ଟେଷ୍ଟ ମ୍ୟାଚ୍‌ରେ ଭାରତ ପାଇଁ ୱିକେଟ କିପିଂ କରୁଥିବା ରିଦ୍ଧିମାନ […]

cx

cx

Hemant Lenka
  • Published: Saturday, 23 November 2019
  • Updated: 23 November 2019, 04:34 PM IST

Sports

Latest News

କୋଲକାତା: ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ୍‌ ଅଧାରୁ ଦୁଇ ଭାରତୀୟ କ୍ରିକେଟର ରିଷଭ ପନ୍ତ ଓ ଶୁବମାନ ଗିଲଙ୍କୁ ଅନ୍ୟ ଏକ ଟୁର୍ଣ୍ଣାମେଣ୍ଟ ଖେଳିବାକୁ ଅନୁମତି ମିଳିଛି। ଏମାନେ ୧୫ ଜଣିଆ ଟେଷ୍ଟ ସ୍କ୍ୱାଡ୍‌ରେ ଥିଲେ ହେଁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇନାହାନ୍ତି। ତେଣୁ ଏହି ଦୁଇ ଖେଳାଳିଙ୍କୁ ବିସିସିଆଇ ଚୟନ କମିଟି ସୟଦ ମୁସ୍ତାକ ଅଲୀ ଟ୍ରଫି ଖେଳିବାକୁ ଅନୁମତି ଦେଇଛି।

ସେହିପରି ବର୍ତ୍ତମାନ ଟେଷ୍ଟ ମ୍ୟାଚ୍‌ରେ ଭାରତ ପାଇଁ ୱିକେଟ କିପିଂ କରୁଥିବା ରିଦ୍ଧିମାନ ସାହାଙ୍କ ବ୍ୟାକଅପ୍‌ ଭାବେ ବିସିସିଆଇ କେଏସ୍‌ ଭାରତଙ୍କୁ ନିଯୁକ୍ତ କରିଛି। ଆନ୍ଧ୍ରର ଏହି ୱିକେଟ କିପର ବ୍ୟାଟସମ୍ୟାନ୍‌ ଭାରତ ଆଜିଠାରୁ ହିଁ ଟିମ୍‌ ଇଣ୍ଡିଆ ସ୍କ୍ୱାଡ୍‌ରେ ଯୋଗଦେବା ପାଇଁ କୋଲକାତାର ଇଡେନ ଗାର୍ଡେନ୍ସରେ ପହଞ୍ଚିଛନ୍ତି।

ବିସିସିଆଇ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ରିଷଭ ପନ୍ତ ଏହି ଟେଷ୍ଟ ସିରିଜ୍‌ ପରେ ଆରମ୍ଭ ହେବାକୁ ଥିବା ୱେଷ୍ଟଇଣ୍ଡିଜ୍‌ ବିପକ୍ଷ ଟି-୨୦ ଓ ଦିନିକିଆ ସିରିଜ୍‌ ଖେଳିବେ। ତେଣୁ ସେ ଏବେ ଦିଲ୍ଲୀ ପକ୍ଷରୁ ସୟଦ ମୁସ୍ତାକ ଅଲୀ ଟ୍ରଫିରେ ନିଜର ଅଭ୍ୟାସ କରିବେ। ଏହାର ଅର୍ଥ ନଭେମ୍ବର ୨୪ ଓ ନଭେମ୍ବର ୨୭ରେ ଦିଲ୍ଲୀର ଶେଷ ଦୁଇଟି ଯାକ ସୁପର ଲିଗ୍‌ ମ୍ୟାଚ୍‌ରେ ତାଙ୍କୁ ଦେଖିବାକୁ ମିଳିବ।

ଅନ୍ୟପକ୍ଷରେ ଗିଲ ପଞ୍ଜାବ ପକ୍ଷରୁ ସୟଦ ମୁସ୍ତାକ ଅଲୀ ଟ୍ରଫି ଖେଳିବେ। ପଞ୍ଜାବ ଆସନ୍ତା ୨୪ ତାରିଖରେ କର୍ଣ୍ଣାଟକା ଓ ୨୫ ତାରିଖରେ ତାମିଲନାଡୁ ବିପକ୍ଷରେ ମ୍ୟାଚ ଖେଳିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos