ଆଇପିଏଲର ପ୍ରାୟୋଜକ ହେବ ବାବା ରାମଦେବଙ୍କ ‘ପତଞ୍ଜଳି’!

ନୂଆଦିଲ୍ଲୀ: ବ୍ୟୟ ବହୁଳ ଆଇପିଏଲର ମୁଖ୍ୟ ପ୍ରାୟୋଜକ ଥିବା ଚାଇନିଜ୍‌ କମ୍ପାନୀ ଭିଭୋ ହଟିଯିବା ପରେ ଏବେ ନୂଆ ପ୍ରାୟୋଜକଙ୍କ ସନ୍ଧାନରେ ରହିଛି ବିସିସିଆଇ। ଏସବୁ ଭିତରେ ଯୋଗ ଗୁରୁ ବାବା ରାମଦେବଙ୍କ ପତଞ୍ଜଳି ଆଇପିଏଲର ମୁଖ୍ୟ ପ୍ରାୟୋଜକ ହେବା ପାଇଁ ବିଡିଂ କରିବାକୁ ଲକ୍ଷ୍ୟ ରଖିଥିବା ଜଣାପଡ଼ିଛି। ପତଞ୍ଜଳି କମ୍ପାନୀର ମୁଖପାତ୍ର ଏସକେ ତିଜରୱାଲା କହିଛନ୍ତି, ଆମେମାନେ ଆଇପିଏଲର ଚଳିତ ସଂସ୍କରଣରେ ମୁଖ୍ୟ ପ୍ରାୟୋଜକ ହେବାକୁ ଲକ୍ଷ୍ୟ ରଖିଛୁ। ଏଥିପାଇଁ ଆମର କଥାବାର୍ତ୍ତା ମଧ୍ୟ ଚାଲିଛି। […]

ipl

ipl

Hemant Lenka
  • Published: Monday, 10 August 2020
  • Updated: 10 August 2020, 02:39 PM IST

ନୂଆଦିଲ୍ଲୀ: ବ୍ୟୟ ବହୁଳ ଆଇପିଏଲର ମୁଖ୍ୟ ପ୍ରାୟୋଜକ ଥିବା ଚାଇନିଜ୍‌ କମ୍ପାନୀ ଭିଭୋ ହଟିଯିବା ପରେ ଏବେ ନୂଆ ପ୍ରାୟୋଜକଙ୍କ ସନ୍ଧାନରେ ରହିଛି ବିସିସିଆଇ। ଏସବୁ ଭିତରେ ଯୋଗ ଗୁରୁ ବାବା ରାମଦେବଙ୍କ ପତଞ୍ଜଳି ଆଇପିଏଲର ମୁଖ୍ୟ ପ୍ରାୟୋଜକ ହେବା ପାଇଁ ବିଡିଂ କରିବାକୁ ଲକ୍ଷ୍ୟ ରଖିଥିବା ଜଣାପଡ଼ିଛି।

ପତଞ୍ଜଳି କମ୍ପାନୀର ମୁଖପାତ୍ର ଏସକେ ତିଜରୱାଲା କହିଛନ୍ତି, ଆମେମାନେ ଆଇପିଏଲର ଚଳିତ ସଂସ୍କରଣରେ ମୁଖ୍ୟ ପ୍ରାୟୋଜକ ହେବାକୁ ଲକ୍ଷ୍ୟ ରଖିଛୁ। ଏଥିପାଇଁ ଆମର କଥାବାର୍ତ୍ତା ମଧ୍ୟ ଚାଲିଛି। ପତଞ୍ଜଳି ବ୍ରାଣ୍ଡକୁ ଗୋଟିଏ ଗ୍ଲୋବାଲ ମାର୍କେଟିଂ ପ୍ଲାଟଫର୍ମ ଦେବାକୁ ଆମେ ଚାହୁଁଛୁ। ତେଣୁ ଆଇପିଏଲର ଟାଇଟଲ ପ୍ରାୟୋଜକ ହେବାକୁ ଆମେ ବିଡିଂ ମଧ୍ୟ ଲଗାଇବାକୁ ପ୍ରସ୍ତୁତ ରହିଛୁ ବୋଲି ସେ କହିଛନ୍ତି।

ବର୍ତ୍ତମାନ ସାରା ଦେଶରେ ଆତ୍ମନିର୍ଭର କଥା କୁହାଯାଉଛି। ଲୋକଙ୍କୁ ଜାତୀୟତାବାଦର ଦ୍ୱାହି ଦେଇ ଚାଇନିଜ୍‌ ପ୍ରଡକ୍ଟକୁ ବୟକଟ କରିବାକୁ ଆହ୍ୱାନ ଦିଆଯାଉଛି। ଏଭଳି ସ୍ଥିତିରେ ପତଞ୍ଜଳି ଭାରତୀୟ କମ୍ପାନୀ ହୋଇଥିବାରୁ ଏହା ଆଇପିଏଲ ଟାଇଟଲ ପ୍ରାୟୋଜକ ଦୌଡ଼ରେ ଆଗରେ ରହିଛି ବୋଲି ବିଶେଷଜ୍ଞମାନେ କହିଛନ୍ତି।

୨୦୧୮ରେ ଭିଭୋ ଆଇପିଏଲର ମୁଖ୍ୟ ପ୍ରାୟୋଜକ ଭାବେ ବିସିସିଆଇ ସହ ଚୁକ୍ତି କରିଥିଲା। ବର୍ଷକୁ ଏଥିପାଇଁ ଭିଭୋ ୪୪୦ କୋଟି ଦେଉଥିଲା। ଭିଭୋର ଚୁକ୍ତି ୨୦୨୨ରେ ଶେଷ ହେବା କଥା। କିନ୍ତୁ ଚଳିତ ବର୍ଷ ଭିଭୋ ନିଜ ଆଡ଼ୁ ଆଇପିଏଲ ପ୍ରାୟୋଜକରୁ ହଟି ଯାଇଛି।

ଭାରତ ଓ ଚାଇନା ମଧ୍ୟରେ ବିବାଦ ଲାଗିଥିବାରୁ ଭିଭୋକୁ ଅନଲାଇନରେ ଅନେକ ସମାଲୋଚନା ହେବାକୁ ପଡ଼ିଥିଲା। ଏହାକୁ ଦୃଷ୍ଟିରେ ରଖି ଭିଭୋ ଚଳିତ ବର୍ଷ ଏମିତି ନିଷ୍ପତ୍ତି ନେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story