ରିଓ ଅଲିମ୍ପିକ୍‌: କ୍ୱାର୍ଟରରେ ଆହତ ହୋଇ ହାରିଗଲେ ଫୋଗତ

ରିଓ ଡି ଜେନେରିଓ: ଭାରତୀୟ ମହିଳା କୁସ୍ତିଯୋଦ୍ଧା ଭିନେଶ ଫୋଗତ ରିଓ ଅଲିମ୍ପିକ୍‌ର କ୍ୱାର୍ଟର ଫାଇନାଲ୍‌ରେ ହାରି ଯାଇଛନ୍ତି। ଆଜି ୪୮ କେଜି ଫ୍ରିଷ୍ଟାଇଲ୍ ବର୍ଗରେ ସେ ଚୀନର ୟାନାନ ସନ୍‌ଙ୍କଠାରୁ ୧-୨ରେ ହାରି ସେମିଫାଇନାଲ୍‌ରେ ପହଞ୍ଚିବାରେ ବିଫଳ ହୋଇଛନ୍ତି।

ଖେଳ ପ୍ରାରମ୍ଭରେ ଫୋଗତ ୧-୦ରେ ଆଗୁଆ ଥିଲେ। ତେବେ ଆଣ୍ଠୁରେ ଆଘାତ କାରଣରୁ ସେ ଦୁର୍ବଳ ପଡ଼ି ଯାଇଥିଲେ। ଏହା ପରେ ୟାନାନ ୨ ପଏଣ୍ଟ ପାଇ ଯାଇଥିଲେ ଏବଂ ତାଙ୍କୁ ବିଜେତା ଘୋଷଣା କରାଯାଇଥିଲା।

ଫୋଗତଙ୍କୁ ଷ୍ଟ୍ରେଚରରେ ନିଆଯାଇଥିଲା। ତାଙ୍କୁ ଗୁରୁତର ଆଘାତ ଲାଗି ଥିବା କୁହାଯାଉଛି।