ଫାଇନାଲରେ ନ୍ୟୁଜିଲ୍ୟାଣ୍ଡକୁ ୨୪୧ ରନରେ ରୋକିଲା ଇଂଲଣ୍ଡ

ଲର୍ଡ୍ସ: ଐତିହାସିକ ଲର୍ଡ୍ସ ମଇଦାନରେ ରବିବାର ଅନୁଷ୍ଠିତ ବିଶ୍ୱକପ୍ ଫାଇନାଲରେ ଆୟୋଜକ ଟିମର ବୋଲରମାନେ ଦମ୍ ଦେଖାଇଥିବା ବେଳେ ଭ୍ରମଣକାରୀ ନ୍ୟୁଜିଲ୍ୟାଣ୍ଡ୍ ବଡ଼ ସ୍କୋର କରିବାରେ ବିଫଳ ହୋଇଛି। ଏହି ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ୍ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ୍ ହରାଇ ୨୪୧ ରନ୍ କରିବାକୁ ସକ୍ଷମ ହୋଇଛି। ଫଳରେ ପ୍ରଥମଥର ବିଶ୍ୱ ବିଜେତା ହେବା ପାଇଁ ଇଂଲଣ୍ଡକୁ ୨୪୨ ରନ୍ କରିବାକୁ ପଡ଼ିବ। ନ୍ୟୁଜିଲ୍ୟାଣ୍ଡ୍ ପକ୍ଷରୁ ହେନରୀ ନିକୋଲ୍ସ (୫୫) ଓ […]

liam1

liam1

Hemant Lenka
  • Published: Sunday, 14 July 2019
  • Updated: 14 July 2019, 07:15 PM IST

Sports

Latest News

ଲର୍ଡ୍ସ: ଐତିହାସିକ ଲର୍ଡ୍ସ ମଇଦାନରେ ରବିବାର ଅନୁଷ୍ଠିତ ବିଶ୍ୱକପ୍ ଫାଇନାଲରେ ଆୟୋଜକ ଟିମର ବୋଲରମାନେ ଦମ୍ ଦେଖାଇଥିବା ବେଳେ ଭ୍ରମଣକାରୀ ନ୍ୟୁଜିଲ୍ୟାଣ୍ଡ୍ ବଡ଼ ସ୍କୋର କରିବାରେ ବିଫଳ ହୋଇଛି। ଏହି ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ୍ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୫୦ ଓଭରରେ ୮ ୱିକେଟ୍ ହରାଇ ୨୪୧ ରନ୍ କରିବାକୁ ସକ୍ଷମ ହୋଇଛି।

ଫଳରେ ପ୍ରଥମଥର ବିଶ୍ୱ ବିଜେତା ହେବା ପାଇଁ ଇଂଲଣ୍ଡକୁ ୨୪୨ ରନ୍ କରିବାକୁ ପଡ଼ିବ। ନ୍ୟୁଜିଲ୍ୟାଣ୍ଡ୍ ପକ୍ଷରୁ ହେନରୀ ନିକୋଲ୍ସ (୫୫) ଓ ଟମ୍ ଲାଥାମ (୪୭)ଙ୍କୁ ଛାଡ଼ି ଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ଆଖିଦୃଶିଆ ପ୍ରଦର୍ଶନ କରିନାହାନ୍ତି। ଇଂଲଣ୍ଡ ପକ୍ଷରୁ ଲିଆମ୍ ପ୍ଲଙ୍କେଟ୍ ମଝି ଓଭର ଗୁଡ଼ିକରେ ଚମତ୍କାର ବୋଲିଂ କରିଥିବା ବେଳେ ତାଙ୍କୁ କ୍ରିସ୍ ଓକ୍ସ ଭରପୂର ସହଯୋଗ କରିଛନ୍ତି।

ଫାଇନାଲରେ ଟସ୍ ନ୍ୟୁଜିଲ୍ୟାଣ୍ଡ୍ ସପକ୍ଷରେ ଯାଇଥିଲା ଏବଂ ଟିମ୍ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ନ୍ୟୁଜିଲ୍ୟାଣ୍ଡର ଆଉଟ୍ ଫର୍ମ ଓପ୍ନର ମାର୍ଟିନ୍ ଗପ୍ଟିଲ୍ ପୁଣିଥରେ ନିରାଶ କରିଥିଲେ। ସେ ୧୯ ରନ୍ କରି କ୍ରିସ୍ ଓକ୍ସଙ୍କ ବଲରେ ଏଲବିଡବ୍ଲ୍ୟୁ ହୋଇଥିଲେ।

ପ୍ରାରମ୍ଭିକ ୱିକେଟ୍ ହରାଇ ସଙ୍କଟରେ ପଡ଼ିଥିବା ନ୍ୟୁଜିଲ୍ୟାଣ୍ଡ୍ ସ୍ଥିତି ସୁଧାରିଥିଲେ ହେନରୀ ନିକୋଲ୍ସ ଓ କ୍ୟାପଟେନ୍ କେନ୍ ୱିଲିୟମସନ୍। ଦୁହେଁ ଟିମ୍ ସ୍କୋରକୁ ୧୦୦ ପାର୍ କରାଇଥିଲେ। କିନ୍ତୁ ଏହି ସେଟ୍ ଯୋଡ଼ିକୁ ଇଂଲଣ୍ଡ ପେସର ଲିଆମ୍ ପ୍ଲଙ୍କେଟ୍ ଭାଙ୍ଗିବାରେ ସଫଳ ହୋଇଥିଲେ। ନ୍ୟୁଜିଲ୍ୟାଣ୍ଡର ଟପ୍ ସ୍କୋରର ୱିଲିୟମସନ୍ ୩୦ ରନ୍ କରିଥିବା ବେଳେ ଇଂଲଣ୍ଡ ୱିକେଟକିପର ଜୋସ ବଟ୍ଟଲରଙ୍କ ଦ୍ୱାରା କ୍ୟାଚ୍ ଆଉଟ୍ ହୋଇଥିଲେ। ଏହା ପରେ ନିକୋଲ୍ସ ୭୧ ବଲରେ ନିଜର ଅର୍ଦ୍ଧଶତକ ପୂରଣ କରିଥିଲେ।

ଅର୍ଦ୍ଧଶତକ ପରେ ନିଜ ସ୍କୋରରେ ଆଉ ୫ ରନ୍ ଯୋଡ଼ି ନିକୋଲ୍ସ କ୍ଲିନ୍ ବୋଲ୍ଡ ହୋଇଥିଲେ। ନିକୋଲ୍ସ ୭୭ ବଲରେ ୪ ଚୌକା ସହ ୫୫ ରନ୍ କରିଥିଲେ। ଏହି ସମୟରେ ଟିମକୁ ଏକ ଭଲ ପାର୍ଟନରଶିପର ଆବଶ୍ୟକତା ହେଉଥିଲା, କିନ୍ତୁ ମଧ୍ୟକ୍ରମରେ କୌଣସି ବ୍ୟାଟ୍ସମ୍ୟାନ୍ ପ୍ରଦର୍ଶନରେ ସ୍ଥିରତା ଦେଖାଇନଥିଲେ। ଟମ୍ ଲାଥାମଙ୍କୁ ଛାଡ଼ି ଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ତାଙ୍କୁ ସହଯୋଗ କରିନଥିଲେ। ଅଭିଜ୍ଞ ରସ୍ ଟେଲର୍ ମାତ୍ର ୧୫ ରନ୍ କରି ମାର୍କ ଉଡଙ୍କ ବଲରେ ଏଲବିଡବ୍ଲ୍ୟୁ ହୋଇଥିଲେ।

ଜେମ୍ସ ନିଶାମ୍ (୧୯) ଓ କଲିନ୍ ଡି'ଗ୍ରାଣ୍ଡହୋମ୍ (୧୬) ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ। ଲାଥାମ ଶେଷ ପର୍ଯ୍ୟନ୍ତ ଲଢ଼ି ଟିମକୁ ସମ୍ମାନଜନକ ସ୍କୋରରେ ପହଞ୍ଚାଇଥିଲେ। ସେ ୫୬ ବଲରେ ୨ ଚୌକା ଓ ୧ ଛକା ସହ ୪୭ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ। ମିଚେଲ୍ ସାଣ୍ଟନର୍ ୫ ରନ୍ କରି ଅପରାଜିତ ଥିଲେ। ଇଂଲଣ୍ଡ ପକ୍ଷରୁ ପ୍ଲଙ୍କେଟ୍ ଓ ଓକ୍ସ ୩ଟି ଲେଖାଏ ୱିକେଟ୍ ନେଇଥିବା ବେଳେ ମାର୍କ ଉଡ୍ ଓ ଜୋଫ୍ରା ଆର୍ଚର୍ ଗୋଟିଏ ୱିକେଟ୍ ହାସଲ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story