ରାଜଧାନୀରେ ପହଞ୍ଚିଲେ ପୋଲାଣ୍ଡ ଓ ରୁଷ୍ ଟିମ୍

ଭୁବନେଶ୍ୱର: ବର୍ତ୍ତମାନ ସାରା ବିଶ୍ୱରେ କ୍ରିକେଟ୍ ଫିଭର୍ ଚାଲିଥିବା ବେଳେ ଭୁବନେଶ୍ୱରରେ ହକି ପାଇଁ ସଜବାଜ ଆରମ୍ଭ ହୋଇଗଲାଣି। ଜୁନ୍ ୬ ତାରିଖରୁ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବାକୁଥିବା ଏଫଆଇଏଚ୍ ପୁରୁଷ ସିରିଜ୍ ଫାଇନାଲ୍ସ ପାଇଁ ଶୁକ୍ରବାର ବିଦେଶୀ ଦଳଗୁଡ଼ିକ ଭୁବନେଶ୍ୱରରେ ପହଞ୍ଚିବା ଆରମ୍ଭ କରି ଦେଇଛନ୍ତି। ଏହିକ୍ରମରେ ଆଜି ବିଶ୍ୱର ୨୧ ନମ୍ବର ଟିମ୍ ପୋଲାଣ୍ଡ ଓ ୨୨ ନମ୍ବର ଟିମ୍ ରୁଷ୍ ଭୁବନେଶ୍ୱରେ ପହଞ୍ଚିଛନ୍ତି। ଉଭୟ ପୋଲାଣ୍ଡ ଓ ରୁଷ୍ ଟିମ୍ ଭାରତ ଏବଂ […]

hockey

hockey

Hemant Lenka
  • Published: Friday, 31 May 2019
  • Updated: 31 May 2019, 06:04 PM IST

Sports

Latest News

ଭୁବନେଶ୍ୱର: ବର୍ତ୍ତମାନ ସାରା ବିଶ୍ୱରେ କ୍ରିକେଟ୍ ଫିଭର୍ ଚାଲିଥିବା ବେଳେ ଭୁବନେଶ୍ୱରରେ ହକି ପାଇଁ ସଜବାଜ ଆରମ୍ଭ ହୋଇଗଲାଣି। ଜୁନ୍ ୬ ତାରିଖରୁ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବାକୁଥିବା ଏଫଆଇଏଚ୍ ପୁରୁଷ ସିରିଜ୍ ଫାଇନାଲ୍ସ ପାଇଁ ଶୁକ୍ରବାର ବିଦେଶୀ ଦଳଗୁଡ଼ିକ ଭୁବନେଶ୍ୱରରେ ପହଞ୍ଚିବା ଆରମ୍ଭ କରି ଦେଇଛନ୍ତି। ଏହିକ୍ରମରେ ଆଜି ବିଶ୍ୱର ୨୧ ନମ୍ବର ଟିମ୍ ପୋଲାଣ୍ଡ ଓ ୨୨ ନମ୍ବର ଟିମ୍ ରୁଷ୍ ଭୁବନେଶ୍ୱରେ ପହଞ୍ଚିଛନ୍ତି। ଉଭୟ ପୋଲାଣ୍ଡ ଓ ରୁଷ୍ ଟିମ୍ ଭାରତ ଏବଂ ଉଜବେକିସ୍ତାନ ସହ ଗ୍ରୁପ୍-ଏ'ରେ ସ୍ଥାନ ପାଇଛନ୍ତି।

ଏଠାରେ ପହଞ୍ଚିବା ପରେ ପେଲାଣ୍ଡ ଟିମର ମାସିଜ୍ ଜାନିସଜେସ୍କି କହିଛନ୍ତି, "ଯଦି ଆମେ ତୃତୀୟ କିମ୍ବା ଚତୁର୍ଥ ସ୍ଥାନରେ ରହିଲୁ, ତାହେଲେ ଏହା ଆମ ପାଇଁ ଅଲିମ୍ପିକ୍ସ ଯୋଗ୍ୟତାପର୍ଯ୍ୟାୟରେ ସ୍ଥାନ ହାସଲ କରିବା କଷ୍ଟକର ହେବ। ତେଣୁ ପ୍ରଥମ ଦୁଇଟି ସ୍ଥାନରେ ପହଞ୍ଚିବା ଆମର ମୂଳ ଲକ୍ଷ୍ୟ। ଟୁର୍ଣ୍ଣାମେଣ୍ଟରେ ଆମ କଷ୍ଟସାଧ୍ୟ ପୁଲ-ଏ'ରେ ସ୍ଥାନ ପାଇଛୁ। ଆୟୋଜକ ଭାରତକୁ ହରାଇବା ଆମ ପାଇଁ କଠିନ ହେବ। ପୂର୍ବରୁ ଆମେ ଭାରତ ବିପକ୍ଷରେ ଥରେ ଖେଳିଛୁ, ଯେଉଁଥିରେ ଆମେ ୦-୫ରେ ପରାସ୍ତ ହୋଇଥିଲୁ। କିନ୍ତୁ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଆମେ ଭଲ ପ୍ରସ୍ତୁତି କରିଛୁ ଏବଂ ଭଲ ପ୍ରଦର୍ଶନ କରିବା ନେଇ ଦୃଢ଼ ଆଶାୟୀ ଅଛୁ।'

ଏଠାକାର ପାଣିପାଗ ସମ୍ବନ୍ଧରେ ପୋଲାଣ୍ଡ ଖେଳାଳି ଆହୁରି କହିଛନ୍ତି, ଆମେ ଏଠାକୁ ସପ୍ତାହକ ପୂର୍ବରୁ ଆସିଛୁ। ପରିସ୍ଥିତି ସହ ଅଭ୍ୟସ୍ତ ହେବା ପାଇଁ ଆମ ପାଖରେ ଯଥେଷ୍ଟ ସମୟ ଅଛି। ଏଠାକାର ପାଣିପାଗ ବହୁତ ଗରମ। ଏଭଳି ପରିସ୍ଥିତିରେ ଆମେ ଆଗରୁ ଖେଳିନାହୁଁ। କିନ୍ତୁ ଆମେ ଆଗାମୀ ୪-୫ ଦିନ ଭିତରେ ଟ୍ରେନିଂ ନେବୁ ଏବଂ ଟୁର୍ଣ୍ଣାମେଣ୍ଟ ପାଇଁ ଭଲ ଭାବେ ପ୍ରସ୍ତୁତ ହେବୁ ବୋଲି ମାସିଜ୍ କହିଛନ୍ତି।

ସେହିପରି ରୁଷ୍ କ୍ୟାପଟେନ୍ ଡେନିସ୍ ଶିପାଚେଭ୍ କହିଛନ୍ତି, ଏଫଆଇଏଚ୍ ପୁରୁଷ ସିରିଜ୍ ଫାଇନାଲ୍ସ ପାଇଁ ଆମେ ଭଲ ଭାବେ ପ୍ରସ୍ତୁତି କରିଛୁ। ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଆମେ ରୁଷ ଓ ୟୁରୋପରେ କିଛି କ୍ୟାମ୍ପ୍ କରିଥିଲୁ। ଭାରତ ବିପକ୍ଷରେ ଆମେ ପ୍ରଥମ ମ୍ୟାଚ୍ ଖେଳିବ ଏବଂ ଏହି ମ୍ୟାଚରେ ଷ୍ଟାଡିୟମ ହାଉସଫୁଲ୍ ରହିବ। ଏଭଳି ପରିବେଶରେ ଆମ ଉପରେ ଚାପ ରହିବା ସ୍ୱାଭାବିକ। ଏହା ସତ୍ତ୍ୱେ ଆମେ ଭାରତ ବିପକ୍ଷରେ ଭଲ ପ୍ରଦର୍ଶନ କରିବୁ ବୋଲି ଡେନିସ୍ କହିଛନ୍ତି।

ସୂଚନାଯୋଗ୍ୟ, ଜୁନ୍ ୬ ତାରିଖରେ ରୁଷ୍ ତା'ର ପ୍ରଥମ ମ୍ୟାଚରେ ଆୟୋଜକ ଭାରତକୁ ଭେଟିବ। ସେହିପରି ପୋଲାଣ୍ଡ ତା'ର ପ୍ରଥମ ମ୍ୟାଚରେ ଉଜବେକିସ୍ତାନକୁ ଭେଟିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos