ଫେଡେରେସନ୍‌ କପ୍‌ ପାଇଁ କଟକରେ ଷ୍ଟାର୍‌ ଖେଳାଳିଙ୍କ ଭିଡ଼: ଆରମ୍ଭ ହେଲା ଟିକେଟ୍‌ ବିକ୍ରି

କଟକ: ଆସନ୍ତା ୭ତାରିଖରୁ ବାରବାଟୀରେ ଆରମ୍ଭ ହେବ ଫୁଟବଲ ମହାକୁମ୍ଭ। ଖେଳାଯିବ ଅଲ୍‌ ଇଣ୍ଡିଆ ଫେଡେରେସନ୍‌ କପ୍‌। ଏନେଇ ଫାଓ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ଅନ୍ୟପଟେ ମ୍ୟାଚ୍‌ ପୂର୍ବରୁ ବିଭିନ୍ନ ଦଳ ଆଜିଠାରୁ ଅଭ୍ୟାସ ଆରମ୍ଭ କରିଛନ୍ତି। ଦେଶର ଏହି ମର୍ଯ୍ୟାଦାଜନକ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଇଁ ବିଭିନ୍ନ ଟିମ୍‌ ଆଜି ମ୍ୟାଚ ପୂର୍ବରୁ ଆଭ୍ୟାସ ମାଧ୍ୟମରେ ରଣକୈଶଳ ତିଆରି କରିଛନ୍ତି । ବାରବାଟୀ ଷ୍ଟାଡିୟମରେ ଏଥର କ୍ରୀଡ଼ା ପ୍ରେମୀ ଅନେକ ଜାତୀୟ ଓ ଆନ୍ତର୍ଜାତୀୟ […]

fedration

fedration

Rakesh Mallick
  • Published: Friday, 05 May 2017
  • Updated: 06 May 2017, 10:11 AM IST

Sports

Latest News

କଟକ: ଆସନ୍ତା ୭ତାରିଖରୁ ବାରବାଟୀରେ ଆରମ୍ଭ ହେବ ଫୁଟବଲ ମହାକୁମ୍ଭ। ଖେଳାଯିବ ଅଲ୍‌ ଇଣ୍ଡିଆ ଫେଡେରେସନ୍‌ କପ୍‌। ଏନେଇ ଫାଓ ପକ୍ଷରୁ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ। ଅନ୍ୟପଟେ ମ୍ୟାଚ୍‌ ପୂର୍ବରୁ ବିଭିନ୍ନ ଦଳ ଆଜିଠାରୁ ଅଭ୍ୟାସ ଆରମ୍ଭ କରିଛନ୍ତି। ଦେଶର ଏହି ମର୍ଯ୍ୟାଦାଜନକ ଫୁଟବଲ ଟୁର୍ଣ୍ଣାମେଣ୍ଟ ପାଇଁ ବିଭିନ୍ନ ଟିମ୍‌ ଆଜି ମ୍ୟାଚ ପୂର୍ବରୁ ଆଭ୍ୟାସ ମାଧ୍ୟମରେ ରଣକୈଶଳ ତିଆରି କରିଛନ୍ତି । ବାରବାଟୀ ଷ୍ଟାଡିୟମରେ ଏଥର କ୍ରୀଡ଼ା ପ୍ରେମୀ ଅନେକ ଜାତୀୟ ଓ ଆନ୍ତର୍ଜାତୀୟ ଫୁଟବଲରଙ୍କୁ ଅତି ନିକଟରୁ ଦେଖିବାକୁ ସୁଯୋଗ ପାଇବେ। ରବିବାର ଅପରାହ୍ଣ ୪ଟାରୁ  ଇଷ୍ଟ ବେଙ୍ଗଲ ଓ ଚର୍ଚିଲ ବ୍ରଦର୍ସ ମଧ୍ୟରେ ପ୍ରଥମ ମ୍ୟାଚ୍ ଖେଳାଯିବ। ଏହାପରେ ସଂନ୍ଧ୍ୟା ୭ଟାରେ ଏଜୱାଲ ଫୁଟବଲ୍ କ୍ଲବ ଓ ଚେନ୍ନାଇ ସିଟି ଫୁଟବଲ୍ କ୍ଲବ ମଧ୍ୟରେ ହେବ ଟକ୍କର। ଖେଳାଳିମାନେ ରେଭେନ୍ସା ଗ୍ରାଉଣ୍ଡ, ଡ୍ରିମ୍ସ ଗ୍ରାଉଣ୍ଡ ଓ ସତ୍ୟବ୍ରତ ଗ୍ରାଉଣ୍ଡରେ ଅଭ୍ୟାସ କରୁଛନ୍ତି । ସେପଟେ ମ୍ୟାଚ ପାଇଁ ଟିକେଟ ମୂଲ୍ୟ ୩୦ରୁ ୨୦୦ ଟଙ୍କା ପର୍ଯ୍ୟନ୍ତ ରଖାଯାଇଛି । ଆଜିଠାରୁ ଦର୍ଶକଙ୍କ ପାଇଁ ଟିକେଟ ବିକ୍ରି ଆରମ୍ଭ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos