ଦକ୍ଷିଣ ଆଫ୍ରିକା ଗ୍ଲୋବାଲ୍‌ ଟି-୨୦ ଲିଗ୍‌ ପାଇଁ ଫ୍ରାଞ୍ଚାଇଜ୍‌ କିଣିଲେ ପ୍ରୀତି

ମୁମ୍ବାଇ(ଓଡ଼ିଶା ରିପୋର୍ଟର): ବଲିଉଡ୍‌ ଅଭିନେତ୍ରୀ ତଥା ଆଇପିଏଲ୍‌ର କିଙ୍ଗ୍ସ ଇଲେଭେନ୍ ପଂଜାବ ଦଳର ମାଲିକାଣୀ ପ୍ରୀତି ଜିଣ୍ଟା ଆଉ ଏକ ଫ୍ରାଞ୍ଚାଇଜ୍‌ କିଣିଛନ୍ତି। ଏହି ଫ୍ରାଞ୍ଚାଇଜ୍‌ ଭାରତରେ ନୁହେଁ ଏହା ଦକ୍ଷିଣ ଆଫ୍ରିକା ଗ୍ଲୋବାଲ ଟି-୨୦ ଲିଗ୍‌ରେ ଅଶଂଗ୍ରହଣ କରିବା ପାଇଁ ପ୍ରୀତି କିଣିଛନ୍ତି। ଷ୍ଟେଲେନବୋସ୍କ ନାଁରେ ଥିବା ଏହି ଫ୍ରାଞ୍ଚାଇଜ୍‌କୁ ପ୍ରୀତି କିଣିଥିବା ଜଣାପଡ଼ିଛି। ଦକ୍ଷିଣ ଆଫ୍ରିକା କ୍ରିକେଟ୍‌ ବୋର୍ଡର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ସୂଚନା ଦେଇ କହିଛନ୍ତି ଯେ ବଲିଉଡ୍‌ ଷ୍ଟାର ଏହି ଲିଗ୍‌ରେ […]

Rakesh Mallick
  • Published: Friday, 08 September 2017
  • Updated: 08 September 2017, 10:34 PM IST

Sports

Latest News

ମୁମ୍ବାଇ(ଓଡ଼ିଶା ରିପୋର୍ଟର): ବଲିଉଡ୍‌ ଅଭିନେତ୍ରୀ ତଥା ଆଇପିଏଲ୍‌ର କିଙ୍ଗ୍ସ ଇଲେଭେନ୍ ପଂଜାବ ଦଳର ମାଲିକାଣୀ ପ୍ରୀତି ଜିଣ୍ଟା ଆଉ ଏକ ଫ୍ରାଞ୍ଚାଇଜ୍‌ କିଣିଛନ୍ତି। ଏହି ଫ୍ରାଞ୍ଚାଇଜ୍‌ ଭାରତରେ ନୁହେଁ ଏହା ଦକ୍ଷିଣ ଆଫ୍ରିକା ଗ୍ଲୋବାଲ ଟି-୨୦ ଲିଗ୍‌ରେ ଅଶଂଗ୍ରହଣ କରିବା ପାଇଁ ପ୍ରୀତି କିଣିଛନ୍ତି। ଷ୍ଟେଲେନବୋସ୍କ ନାଁରେ ଥିବା ଏହି ଫ୍ରାଞ୍ଚାଇଜ୍‌କୁ ପ୍ରୀତି କିଣିଥିବା ଜଣାପଡ଼ିଛି। ଦକ୍ଷିଣ ଆଫ୍ରିକା କ୍ରିକେଟ୍‌ ବୋର୍ଡର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ସୂଚନା ଦେଇ କହିଛନ୍ତି ଯେ ବଲିଉଡ୍‌ ଷ୍ଟାର ଏହି ଲିଗ୍‌ରେ ସାମିଲ ହେବା ପରେ ଏହି ଲିଗ୍‌ର ମାନ ବୃଦ୍ଧି ପାଇଛି। ଏହାସହ ପ୍ରୀତି ଜିଣ୍ଟାଙ୍କୁ ସେ ସ୍ୱାଗତ କରିଥିବା କହିଛନ୍ତି।

ଏହି ଫ୍ରାଞ୍ଚାଇଜ୍‌ କିଣିବା ପରେ ପ୍ରୀତି ଖୁସି ଜାହିର କରିଛନ୍ତି। ଏହାସହ ଏହି ଲିଗ୍‌ରେ ସାମିଲ ହେବାକୁ ସୁଯୋଗ ମିଳିଥିବାରୁ ଦକ୍ଷିଣ ଆଫ୍ରିକା କ୍ରିକେଟ୍‌ ବୋର୍ଡ ଓ ଏହାର କାର୍ଯ୍ୟକାରୀ ଅଧିକାରୀଙ୍କୁ ସେ ଧନ୍ୟବାଦ ଜଣାଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos