ଆଇସିସି ଟେଷ୍ଟ ବ୍ୟାଟସ୍‌ମ୍ୟାନ୍‌ ରାଙ୍କିଂରେ ପୃଥ୍ଵୀ ଶ’ଙ୍କ ପ୍ରବେଶ

ନୂଆଦିଲ୍ଲୀ: ୱେଷ୍ଟଇଣ୍ତିଜ୍‌ ବିପକ୍ଷ ରାଜକୋଟ୍‌ରେ ଭାରତ ପାଇଁ ଟେଷ୍ଟ କ୍ରିକେଟ୍‌ରେ ଡେବ୍ୟୁ କରିଥିବା ପୃଥ୍ୱୀ ଶ’ ପ୍ରଥମ ଥର ପାଇଁ ଆଇସିସି ଟେଷ୍ଟ ବ୍ୟାଟସ୍‌ମ୍ୟାନ୍‌ ତାଲିକାରେ ପ୍ରବେଶ କରିଛନ୍ତି। ସେ ପ୍ରଥମ ମ୍ୟାଚ୍‌ର ପ୍ରଥମ ଇନିଂସ୍‌ରେ ଶତକ ହାସଲ କରିଥିବାରୁ ତାଙ୍କ ନାମ ବ୍ୟାଟସ୍‌ମ୍ୟାନ୍‌ ରା଼ଙ୍କିଂରେ ୭୩ ନମ୍ବରରେ ରହିଛି। ଅନ୍ୟପକ୍ଷରେ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ୍‌ କୋହଲି ନିଜର ଏକ ନମ୍ବର ସ୍ଥାନକୁ ଅଧିକ ମଜଭୁତ କରିଛନ୍ତି। ସେ ମଧ୍ୟ ରାଜକୋଟ୍‌ ଟେଷ୍ଟରେ ଶତକ ହାସଲ […]

p

p

Hemant Lenka
  • Published: Friday, 12 October 2018
  • Updated: 12 October 2018, 09:01 PM IST

ନୂଆଦିଲ୍ଲୀ: ୱେଷ୍ଟଇଣ୍ତିଜ୍‌ ବିପକ୍ଷ ରାଜକୋଟ୍‌ରେ ଭାରତ ପାଇଁ ଟେଷ୍ଟ କ୍ରିକେଟ୍‌ରେ ଡେବ୍ୟୁ କରିଥିବା ପୃଥ୍ୱୀ ଶ’ ପ୍ରଥମ ଥର ପାଇଁ ଆଇସିସି ଟେଷ୍ଟ ବ୍ୟାଟସ୍‌ମ୍ୟାନ୍‌ ତାଲିକାରେ ପ୍ରବେଶ କରିଛନ୍ତି। ସେ ପ୍ରଥମ ମ୍ୟାଚ୍‌ର ପ୍ରଥମ ଇନିଂସ୍‌ରେ ଶତକ ହାସଲ କରିଥିବାରୁ ତାଙ୍କ ନାମ ବ୍ୟାଟସ୍‌ମ୍ୟାନ୍‌ ରା଼ଙ୍କିଂରେ ୭୩ ନମ୍ବରରେ ରହିଛି।

ଅନ୍ୟପକ୍ଷରେ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ୍‌ କୋହଲି ନିଜର ଏକ ନମ୍ବର ସ୍ଥାନକୁ ଅଧିକ ମଜଭୁତ କରିଛନ୍ତି। ସେ ମଧ୍ୟ ରାଜକୋଟ୍‌ ଟେଷ୍ଟରେ ଶତକ ହାସଲ କରିଥିଲେ। ସେ ୯୩୬ ପଏଣ୍ଟ ସହ ବ୍ୟାଟସ୍‌ମ୍ୟାନ୍‌ ତାଲିକାର ଏକ ନମ୍ବର ସ୍ଥାନରେ ପୂର୍ବ ପରି ସୁରକ୍ଷିତ ରହିଛନ୍ତି।

ସେହିପରି ରବୀନ୍ଦ୍ର ଜାଡେଜାଙ୍କ ମାନ୍ୟତାରେ ମଧ୍ୟ ଉନ୍ନତି ଘଟିଛି। ସେ ରାଜକୋଟ୍‌ ଟେଷ୍ଟ ପରେ ୬ଟି ସ୍ଥାନ ଉଠି ଟେଷ୍ଟ୍‌ ବ୍ୟାଟସ୍‌ମ୍ୟାନ୍‌ ତାଲିକାର ୫୧ ନଂ ସ୍ଥାନରେ ପହଞ୍ଚିଛନ୍ତି। ସେହିପରି ଟେଷ୍ଟ ଅଲରାଉଣ୍ଡର ତାଲିକାରେ ଜାଡେଜା ଏବେ ଏକ ନମ୍ବର ସ୍ଥାନରେ ଥିବା ସାକିବ ଅଲ ହାସନଙ୍କଠାରୁ ମାତ୍ର ୨ ପଏଣ୍ଟ ପଛରେ ରହିଛନ୍ତି।

ରାଜକୋଟ୍‌ରେ ପ୍ରଥମଥର ପାଇଁ ନିଜ ଟେଷ୍ଟ୍‌ କ୍ୟାରିୟର୍‌ରେ ୫ ୱିକେଟ୍‌ ଦଖଲ କରିଥିବା ଚାଇନା ମ୍ୟାନ୍‌ ବୋଲର୍‌ କୁଲଦୀପ ଯାଦବ୧୬ ସ୍ଥାନ ଉଠି ବୋଲିଂ ତାଲିକାର ୫୨ ତମ ସ୍ଥାନରେ ପହଞ୍ଚିଛନ୍ତି।

ଅନ୍ୟପକ୍ଷରେ ପ୍ରଥମଥର ପାଇଁ ଅଷ୍ଟ୍ରେଲିଆ ଓପନର୍‌ ଉସମାନ ଖ୍ୱାଜା ଟେଷ୍ଟ ବ୍ୟାଟିଂ ରାକିଂର ଟପ୍‌ ୧୦ରେ ପ୍ରବେଶ କରିଛନ୍ତି। ଖ୍ୱାଜା ପାକିସ୍ତାନ ବିପକ୍ଷ ପ୍ରଥମ ଟେଷ୍ଟ୍‌ରେ ଯଥାକ୍ରମେ ୮୫ ଓ ୧୪୧ ରନ୍‌ କରିଥିଲେ। ଏହାପରେ ସେ ସିଧାସଳଖ ୭୪୭ ପଏଣ୍ଟ ସହ ଆଇସିସି ଟେଷ୍ଟ୍‌ ବ୍ୟାଟିଂ ତାଲିକାର ୯ ନଂ ସ୍ଥାନରେ ପହଞ୍ଚିଛନ୍ତି। ପୂର୍ବରୁ ସେ ୧୧ ନଂ ସ୍ଥାନରେ ରହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos