ଡେବ୍ୟୁରେ ପ୍ରିୟାଙ୍କ ଅର୍ଦ୍ଧଶତକ, ପ୍ରଥମ ଦିନିକିଆ ଜିତିଲା ଭାରତୀୟ ମହିଳା ଦଳ

ଭଦୋଦରା: ଟିମ୍‌ ଇଣ୍ଡିଆ ମହିଳା ଦଳ ଟି-୨୦ ପରେ ଦିନିକିଆରେ ମଧ୍ୟ ନିଜର ଜଲୱା ଦେଖାଇଛି। ଦଳର ନିୟମିତ ଓପନର ସ୍ମୃତି ମନ୍ଧାନାଙ୍କ ବଦଳରେ ପ୍ରଥମ ଦିନିକିଆରେ ଡେବ୍ୟୁ କରିଥିବା ପ୍ରିୟା ପୁନିଆଙ୍କ ଜବରଦସ୍ତ ଅର୍ଦ୍ଧଶତକ ଓ ବୋଲରଙ୍କ କମାଲ ଯୋଗୁ ଟିମ୍‌ ଇଣ୍ଡିଆ ପ୍ରତିପକ୍ଷ ଦକ୍ଷିଣ ଆଫ୍ରିକା ମହିଳା ଦଳକୁ ୮ ୱିକେଟରେ ପରାସ୍ତ କରିଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଦକ୍ଷିଣ ଆଫ୍ରିକା ଆରମ୍ଭରୁ ହିଁ ରନ୍‌ ପାଇଁ ସଂଘର୍ଷ କରିଥିଲା। ଦଳ […]

p

p

Hemant Lenka
  • Published: Wednesday, 09 October 2019
  • Updated: 09 October 2019, 05:29 PM IST

ଭଦୋଦରା: ଟିମ୍‌ ଇଣ୍ଡିଆ ମହିଳା ଦଳ ଟି-୨୦ ପରେ ଦିନିକିଆରେ ମଧ୍ୟ ନିଜର ଜଲୱା ଦେଖାଇଛି। ଦଳର ନିୟମିତ ଓପନର ସ୍ମୃତି ମନ୍ଧାନାଙ୍କ ବଦଳରେ ପ୍ରଥମ ଦିନିକିଆରେ ଡେବ୍ୟୁ କରିଥିବା ପ୍ରିୟା ପୁନିଆଙ୍କ ଜବରଦସ୍ତ ଅର୍ଦ୍ଧଶତକ ଓ ବୋଲରଙ୍କ କମାଲ ଯୋଗୁ ଟିମ୍‌ ଇଣ୍ଡିଆ ପ୍ରତିପକ୍ଷ ଦକ୍ଷିଣ ଆଫ୍ରିକା ମହିଳା ଦଳକୁ ୮ ୱିକେଟରେ ପରାସ୍ତ କରିଛି।

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଦକ୍ଷିଣ ଆଫ୍ରିକା ଆରମ୍ଭରୁ ହିଁ ରନ୍‌ ପାଇଁ ସଂଘର୍ଷ କରିଥିଲା। ଦଳ ୪୫.୧ ଓଭରରେ ୧୬୪ ରନ୍ କରିବାକୁ ସକ୍ଷମ ହୋଇଥିଲା। ଭାରତ ପକ୍ଷରୁ ଝୁଲନ ଗୋସ୍ୱାମୀ ୩ଟି ୱିକେଟ ନେଇଥିବା ବେଳେ ଶିକ୍ଷା ପାଣ୍ଡେ, ଏକତା ବିଷ୍ଟ ଏବଂ ପୁନମ ଯାଦବ ୨ଟି ଲେଖାଏ ୱିକେଟ ନେଇଥିଲେ।

୧୬୫ ରନ୍‌ର ଟାର୍ଗେଟ ପିଛା କରୁଥିବା ଭାରତକୁ ପ୍ରିୟା ପୁନିଆ ଓ ଜେମିମା ରୋଡ୍ରିଗ୍ସ ଦମଦାର ଆରମ୍ଭ ଦେଇଥିଲେ। ପ୍ରିୟା ଶେଷ ଯାଏ ୧୨୪ଟି ବଲରେ ୭୫ ରନ୍‌ କରି ନଟ ଆଉଟ୍‌ ରହିଥିବା ବେଳେ ଜେମିମା ୬୫ ବଲରେ ୫୫ ରନ୍ କରି ଆଉଟ୍ ହୋଇଥିଲେ।

ଭାରତୀୟ ଦଳ ମାତ୍ର ୪୧.୪ ଓଭରରେ ଧାର୍ଯ୍ୟ ଟାର୍ଗେଟକୁ ହାସଲ କରି ନେଇଥିଲା। ଏହି ବିଜୟ ସହ ଦଳ ୩ଟିକିଆ ଦିନିକିଆ ସିରିଜ୍‌ରେ ଏବେ ୧-୦ରେ ଆଗୁଆ ହୋଇଯାଇଛି।

ପ୍ରିୟା ମାତ୍ର ୩ଟି ଟ୍ୱେଣ୍ଟି ଖେଳିଛନ୍ତି। ମ୍ୟାଚ୍ ପୂର୍ବରୁ ସ୍ମୃତି ମନ୍ଧାନା ଆହତ ହେବାରୁ ପ୍ରିୟାଙ୍କୁ ସୁଯୋଗ ମିଳିଥିଲା। ଏହି ସୁଯୋଗର ସେ ଭରପୂର ଫାଇଦା ଉଠାଇଛନ୍ତି। ଆଜିର ୭୫ ରନର ଇନିଂସରେ ସେ ୮ଟି ଚୌକା ମାରିଛନ୍ତି। ପ୍ରଥମ ୱିକେଟ୍‌ ପାଇଁ ପ୍ରିୟା ଓ ଜେମିମା ୮୩ ରନ୍‌ ଯୋଡ଼ି ଭାରତକୁ ବିଜୟ ନିକଟତର କରିଥିଲେ।

ଅନ୍ୟପକ୍ଷରେ ମାର୍ଚ୍ଚ ମାସରୁ କ୍ରିକେଟ ଖେଳୁ ନଥିବା ଅଧିନାୟକ ମିତାଲି ରାଜ ଆଜି ତାଙ୍କ କ୍ରିକେଟ କ୍ୟାରିୟରର ୨୦ ବର୍ଷରେ ପାଦ ଦେଇଛନ୍ତି। ସେ ପ୍ରଥମ ମହିଳା ଭାବେ ଏତେ ବର୍ଷ ଧରି କ୍ରିକେଟ ଦୁନିଆରେ ସକ୍ରିୟ ରହିଛନ୍ତି। ୧୯୯୯ରେ ସେ ଭାରତ ପାଇଁ ଡେବ୍ୟୁ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story