ନୂଆଦିଲ୍ଲୀ: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଆଜି ପୁଣି ଏକ ସ୍ୱର୍ଣ୍ଣ ପାଇଛି ଭାରତ। ୬୯ କିଲୋଗ୍ରାମ ମହିଳା ଭାରୋତ୍ତୋଳନ ବର୍ଗରେ ପୁନମ୍ ଯାଦବଙ୍କୁ ମିଳିଛି ସ୍ୱର୍ଣ୍ଣ। ବର୍ତ୍ତମାନ ସୁଦ୍ଧା ଭାରତ ୫ଟି ସ୍ୱର୍ଣ୍ଣ ପଦକ ହାସଲ କରିଛି।
ଏହାପୂର୍ବରୁ ମୀରାବାଇ, ସଞ୍ଜିତା, ଶିବଲିଙ୍ଗମ୍ ଓ ଗାରଲା ଭାରତକୁ ସ୍ୱର୍ଣ୍ଣ ଦେଇଛନ୍ତି। ଭାରତକୁ ପ୍ରଥମ ସ୍ୱର୍ଣ୍ଣ ଦେଇଥିଲେ ମହିଳା ଭାରୋତ୍ତୋଳକ ମୀରାବାଇ ଚାନୁ। ୪୮କେଜି ବର୍ଗରେ ସେ ସ୍ୱର୍ଣ୍ଣ ପଦକ ଜିତିଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।