ଭାରତ-ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟେଷ୍ଟ: ପୁଣେ ପିଚ୍ ଓ କ୍ୟୁରେଟର ସାଲଗାଓଁକରଙ୍କ ଉପରେ ନଜର

ପୁଣେ: ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ୍‌ ଷ୍ଟାଡିୟମର ପୁଣେ ପିଚ୍‌ ଉପରେ ଏବେ ସମସ୍ତଙ୍କ ନଜର। କାରଣ ଆସନ୍ତାକାଲିଠାରୁ ଏଠାରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟେଷ୍ଟ ଆରମ୍ଭ ହେବ। ସ୍ପିନରଙ୍କ ଭୂସ୍ୱର୍ଗ କୁହାଯାଉଥିବା ଏହି ପିଚ୍‌ ବ୍ୟାଟସମ୍ୟାନ କି ବୋଲରଙ୍କୁ ସହାୟକ ହେବ, ତା’କୁ ଦେଖିବାକୁ ସମସ୍ତେ ଚାହିଁ ବସିଛନ୍ତି। ଏହି ମ୍ୟାଚ୍‌ରେ ପୁଣେ ପିଚ୍‌ କ୍ୟୁରେଟର ପାଣ୍ଡୁରଙ୍ଗ ସାଲଗାଓଁକରଙ୍କ ଉପରେ ମଧ୍ୟ ନଜର ରହିବ। ମହାରାଷ୍ଟ୍ରର ସଂସ୍କୃତି ରାଜଧାନୀ ଭାବେ ପରିଚିତ ପୁଣେରେ […]

ss

ss

Hemant Lenka
  • Published: Wednesday, 09 October 2019
  • Updated: 09 October 2019, 05:06 PM IST

Sports

Latest News

ପୁଣେ: ମହାରାଷ୍ଟ୍ର କ୍ରିକେଟ ଆସୋସିଏସନ୍‌ ଷ୍ଟାଡିୟମର ପୁଣେ ପିଚ୍‌ ଉପରେ ଏବେ ସମସ୍ତଙ୍କ ନଜର। କାରଣ ଆସନ୍ତାକାଲିଠାରୁ ଏଠାରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଟେଷ୍ଟ ଆରମ୍ଭ ହେବ। ସ୍ପିନରଙ୍କ ଭୂସ୍ୱର୍ଗ କୁହାଯାଉଥିବା ଏହି ପିଚ୍‌ ବ୍ୟାଟସମ୍ୟାନ କି ବୋଲରଙ୍କୁ ସହାୟକ ହେବ, ତା’କୁ ଦେଖିବାକୁ ସମସ୍ତେ ଚାହିଁ ବସିଛନ୍ତି।

ଏହି ମ୍ୟାଚ୍‌ରେ ପୁଣେ ପିଚ୍‌ କ୍ୟୁରେଟର ପାଣ୍ଡୁରଙ୍ଗ ସାଲଗାଓଁକରଙ୍କ ଉପରେ ମଧ୍ୟ ନଜର ରହିବ। ମହାରାଷ୍ଟ୍ରର ସଂସ୍କୃତି ରାଜଧାନୀ ଭାବେ ପରିଚିତ ପୁଣେରେ ଦ୍ୱିତୀୟ ଥର ପାଇଁ ଟେଷ୍ଟ ଖେଳାଯାଉଛି। ପ୍ରଥମଥର ପାଇଁ ପୁଣେରେ ଖେଳାଯାଇଥିବା ଟେଷ୍ଟ ମ୍ୟାଚ୍‌ରେ ପ୍ରସ୍ତୁତ ପିଚ୍‌କୁ ଆଇସିସି ଖୁବ କମ ମାର୍କ ଦେଇଥିଲା। କାରଣ ୨୦୧୭ରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟଟି ମାତ୍ର ୩ ଦିନ ମଧ୍ୟରେ ଶେଷ ହୋଇଯାଇଥିଲା।

ଅଷ୍ଟ୍ରେଲିଆର ବାମହାତୀ ସ୍ପିନର ଷ୍ଟିଭ ଓକେଫେ ପ୍ରତିଟି ଇନିଂସରେ ୬ଟି ଲେଖାଏ ୱିକେଟ ନେଇ ଭାରତର ବ୍ୟାଟିଂ ଲାଇନ ଅପ୍‌କୁ ଭୁଶୁଡ଼ାଇ ଦେଇଥିଲେ। ଭାରତ ଯଥାକ୍ରମେ ୧୦୫ ଓ ୧୦୭ ରନ୍‌ କରିପାରିଥିଲା। ଏହି ମ୍ୟାଚ୍‌ରେ ସ୍ପିନରମାନେ ମିଳିତ ଭାବେ ୩୧ଟି ୱିକେଟ୍ ଦଖଲ କରିଥିଲେ।

ଆଇସିସି ଏଥିପାଇଁ ଏମସିଏ ଷ୍ଟାଡିୟମ କର୍ମକର୍ତ୍ତାଙ୍କ ଉପରେ କ୍ଷୁବ୍ଧ ହୋଇଥିଲା। ଏହାପରେ ରାଜ୍ୟ କ୍ରିକେଟ ସଂଘ ସାଲଗାଓଁକରଙ୍କୁ ସହାୟତା କରିବାକୁ ବାଧ୍ୟ ହୋଇ ପୂର୍ବତନ ଜାତୀୟ ଟିମ୍‌ ଚୟନକର୍ତ୍ତା ସୁରେନ୍ଦ୍ର ଭାବେଙ୍କୁ ନିଯୁକ୍ତି ଦେଇଥିଲା। ଏହାର ବର୍ଷକ ପରେ ସାଲଗାଓଁକରଙ୍କ ଅଡ଼ୁଆ ବଢ଼ିଥିଲା।

ଭାରତ ଓ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆ ପୂର୍ବରୁ ଏକ ଜାତୀୟ ଗଣମାଧ୍ୟମ କରିଥିବା ଷ୍ଟିଙ୍ଗ ଅପରେସନରେ ସେ ଧରା ପଡ଼ିଥିଲେ। ସେ ଚଦ୍ମବେଶରେ ଯାଇଥିବା ଜଣେ ବୁକିଙ୍କ କଥାରେ ପିଚ୍‌ ତିଆରି ହୋଇପାରିବ ବୋଲି ମଧ୍ୟ କହିଥିଲେ। ଏପରି କି ସେ ଉକ୍ତ ବୁକିଙ୍କୁ ପିଚ୍‌ର ଅନୁଧ୍ୟାନ ପାଇଁ ମଧ୍ୟ ଅନୁମତି ଦେଇଥିଲେ।

ଏଥିପାଇଁ ତାଙ୍କୁ ୬ ମାସ ନିଲମ୍ବିତ କରାଯାଇଥିଲା। ଏହାପରେ ସେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଏକ ଦିନିକିଆ ମ୍ୟାଚ୍‌ ପାଇଁ ପିଚ୍‌ ନିର୍ମାଣ କରିଥିଲେ। ଏବେ ସେ କେମିତି ପିଚ୍‌ କରୁଛନ୍ତି, ତା’ ଉପରେ ସମସ୍ତଙ୍କ ନଜର।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story