ଧୋନି ପୁନେ ସୁପରଜ୍ୟାଣ୍ଟର ଅଧିନାୟକ

କୋଲକାତା: ଆଇପିଏଲର ନବମ ସଂସ୍କରଣରେ ନୂତନ ଦଳ ଭାବେ ଉଭା ହୋଇଥିବା ପୁନେ ସୁପରଜ୍ୟାଣ୍ଟର ଅଧିନାୟକ ଭାବେ ସୋମବାର ନିଯୁକ୍ତି ପାଇଛନ୍ତି ଚେନ୍ନାଇ ସୁପରକିଙ୍ଗସର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି। ଦଳର ଲୋଗୋ ଉନ୍ମୋଚନ ଅବସରରେ ଫ୍ରାଞ୍ଚାଇଜର ମାଲିକ ସଞ୍ଜୀବ ଗୋଏଙ୍ଗା ଏହି ଘୋଷଣା କରିଥିଲେ। ୨୦୧୬ ଆଇପିଏଲରେ ଦଳ ଧୋନିଙ୍କ ନେତୃତ୍ୱରେ ସଫଳତା ହାସଲ କରିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।

ସୂଚନାଯୋଗ୍ୟ, ଗତ ଜାନୁଆରୀ ୧୧ ତାରିଖରେ ସିଏସକେର ପୂର୍ବତନ କୋଚ୍ ଷ୍ଟିଫେନ ଫ୍ଲେମିଂଙ୍କୁ ପୁନେ ଦଳର କୋଚ ଭାବେ ନିଯୁକ୍ତି ମିଳିଥିଲା। ଏଥର ଦେଖିବା କଥା ସିଏସକେକୁ ଆଇପିଏଲରେ ସଫଳତା ଦେଇଥିବା ଫ୍ଲେମିଂ-ଧୋନି ଯୋଡି ପୁନେ ସୁପରଜ୍ୟାଣ୍ଟକୁ କେତେ ସଫଳ କରାଉଛନ୍ତି। ସ୍ପଟ ଫିକ୍ସିଂ ନେଇ ସିଏସକେ ଓ ରାଜସ୍ତାନ ରୟାଲ୍ସ ଆଇପିଏଲରୁ ୨ ବର୍ଷ ପାଇଁ ବାଦ ପଡିଛନ୍ତି।