ପୁନେ ବିପକ୍ଷରେ ୬ ୱିକେଟ୍‌ରେ ଜିତିଲା ପଞ୍ଜାବ

ଇନ୍ଦୋର: ରାଇଜିଂ ପୁନେ ସୁପରଜ୍ୟାଣ୍ଟ ବିପକ୍ଷରେ ୬ୱିକେଟ୍‌ରେ ଜିତିଲା କିଙ୍ଗ୍ସ ଇଲେଭେନ୍‌ ପଞ୍ଜାବ। ଇନ୍ଦୋର ଠାରେ ଖେଳାଯାଇଥିବା ଚଳିତ ଆଇପିଏଲର ୪ର୍ଥ ମ୍ୟାଚ୍‌ ତଥା ଶନିବାର ଖେଳାଯାଇଥିବା ପ୍ରଥମ ମ୍ୟଚ୍‌ରେ ପୁନେ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୬ୱିକେଟ୍‌ ହରାଇ୧୬୩ ରନ କରିଥିଲା, ଜବାବରେ ପଞ୍ଜାବ ଗୋଟିଏ ଓଭର୍‌ ବାକିଥାଇ ୧୬୪ ରନ୍‌ର ବିଜୟ ଲକ୍ଷକୁ ହାସଲ କରିନେଇଥିଲା। ପଞ୍ଜାବ ପକ୍ଷରୁ ଅଧିନାୟକ ମ୍ୟାକ୍ସୱେଲ୍‌ ୨୦ଟି ବଲ୍‌ରୁ ୪୪ରନ ଓ ଡେଭିଡ୍‌ ମିଲ୍ଲର୍‌ ୩୦ରନର […]

vivo-ipl-2017-m4-kxip-v-rps_62ef4a16-1c61-11e7-8dd7-d947b0232760

vivo-ipl-2017-m4-kxip-v-rps_62ef4a16-1c61-11e7-8dd7-d947b0232760

Rakesh Mallick
  • Published: Saturday, 08 April 2017
  • Updated: 08 April 2017, 10:43 PM IST

ଇନ୍ଦୋର: ରାଇଜିଂ ପୁନେ ସୁପରଜ୍ୟାଣ୍ଟ ବିପକ୍ଷରେ ୬ୱିକେଟ୍‌ରେ ଜିତିଲା କିଙ୍ଗ୍ସ ଇଲେଭେନ୍‌ ପଞ୍ଜାବ। ଇନ୍ଦୋର ଠାରେ ଖେଳାଯାଇଥିବା ଚଳିତ ଆଇପିଏଲର ୪ର୍ଥ ମ୍ୟାଚ୍‌ ତଥା ଶନିବାର ଖେଳାଯାଇଥିବା ପ୍ରଥମ ମ୍ୟଚ୍‌ରେ ପୁନେ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୬ୱିକେଟ୍‌ ହରାଇ୧୬୩ ରନ କରିଥିଲା, ଜବାବରେ ପଞ୍ଜାବ ଗୋଟିଏ ଓଭର୍‌ ବାକିଥାଇ ୧୬୪ ରନ୍‌ର ବିଜୟ ଲକ୍ଷକୁ ହାସଲ କରିନେଇଥିଲା। ପଞ୍ଜାବ ପକ୍ଷରୁ ଅଧିନାୟକ ମ୍ୟାକ୍ସୱେଲ୍‌ ୨୦ଟି ବଲ୍‌ରୁ ୪୪ରନ ଓ ଡେଭିଡ୍‌ ମିଲ୍ଲର୍‌ ୩୦ରନର ଅପରାଜିତ ପାରି ଖେଳି ଦଳକୁ ବିଜୟୀ କରାଇଥିଲେ। ପୁନେ ପକ୍ଷରୁ ଚଳିତ ଆଇପିଏଲର ସବୁଠୁ ଦାମୀ ଖେଳାଳି ବେନ୍‌ ଷ୍ଟୋକ୍ସ୍‌ ୩୨ଟି ବଲ୍‌ରୁ ୫୦ରନ କରିଥିବା ବେଳେ ମନୋଜ ତିୱାରୀ ୪୦ରନ କରିଥିଲେ । ବିସ୍ଫୋରକ ବ୍ୟାଟିଂ କରି ଦଳର ବିଜୟକୁ ସହଜ କରିଥିବା ପଞ୍ଜାବ ଅଧିନାୟକ ମ୍ୟାକ୍ସୱେଲ୍‌ଙ୍କୁ ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ବିବେଚିତ କରାଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos