ଟାଇଟଲ୍‌ କବ୍‌ଜା ପାଇଁ ଗୋଟିଏ ପାଦ ଦୂର: ଫାଇନାଲ ମ୍ୟାଚ୍‌ରେ ବିଶ୍ୱର ନମ୍ବର-୧ ଖେଳାଳିଙ୍କ ସହ ଏହି ଭାରତୀୟଙ୍କ ଟକ୍କର

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତର ଷ୍ଟାର ତଥା ବିଶ୍ୱର ୩ ନମ୍ୱର ବ୍ୟାଡମିଣ୍ଟନ ଖେଳାଳି ପି.ଭି ସିନ୍ଧୁ ହଂକଂ ଓପନ ସୁପର ସିରିଜର ଫାଇନାଲରେ ପହଞ୍ଚିଛନ୍ତି।  ସେମିଫାଇନାଲରେ ସିନ୍ଧୁ ବିଶ୍ୱର ୬ ନମ୍ୱର ଖେଳାଳି ଥାଇଲାଣ୍ଡର ରୋଚନୋକ୍‌ ଇଣ୍ଟାନୋନ୍‌ଙ୍କୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛନ୍ତି। ଶନିବାର ଖେଳାଯାଇଥିବା ସେମିଫାଇନା ମ୍ୟାଚ୍‌ରେ ସିନ୍ଧୁ ୨୧-୧୭, ୨୧-୧୭ ସେଟ୍‌ରେ ରୋଚନୋକ୍‌ଙ୍କୁ ପରାସ୍ତ କରିଥିଲେ। ଆସନ୍ତା କାଲି ଫାଇନାଲ ମ୍ୟାଚ୍‌ ଖେଳାଯିବ। ସିନ୍ଧୁ ଫାଇନାଲ ମ୍ୟାଚ୍‌ରେ ବିଶ୍ୱର ନମ୍ୱର-୧ ଖେଳାଳି ଚୀନର […]

6day_Tai-Tzu-Ying-vs-Sindhu

6day_Tai-Tzu-Ying-vs-Sindhu

Rakesh Mallick
  • Published: Saturday, 25 November 2017
  • Updated: 25 November 2017, 10:17 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତର ଷ୍ଟାର ତଥା ବିଶ୍ୱର ୩ ନମ୍ୱର ବ୍ୟାଡମିଣ୍ଟନ ଖେଳାଳି ପି.ଭି ସିନ୍ଧୁ ହଂକଂ ଓପନ ସୁପର ସିରିଜର ଫାଇନାଲରେ ପହଞ୍ଚିଛନ୍ତି।  ସେମିଫାଇନାଲରେ ସିନ୍ଧୁ ବିଶ୍ୱର ୬ ନମ୍ୱର ଖେଳାଳି ଥାଇଲାଣ୍ଡର ରୋଚନୋକ୍‌ ଇଣ୍ଟାନୋନ୍‌ଙ୍କୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଛନ୍ତି। ଶନିବାର ଖେଳାଯାଇଥିବା ସେମିଫାଇନା ମ୍ୟାଚ୍‌ରେ ସିନ୍ଧୁ ୨୧-୧୭, ୨୧-୧୭ ସେଟ୍‌ରେ ରୋଚନୋକ୍‌ଙ୍କୁ ପରାସ୍ତ କରିଥିଲେ।

ଆସନ୍ତା କାଲି ଫାଇନାଲ ମ୍ୟାଚ୍‌ ଖେଳାଯିବ। ସିନ୍ଧୁ ଫାଇନାଲ ମ୍ୟାଚ୍‌ରେ ବିଶ୍ୱର ନମ୍ୱର-୧ ଖେଳାଳି ଚୀନର ‘ଟାଇ ଜୁ ଇଙ୍ଗ୍‌’ଙ୍କୁ ଭେଟିବେ। ଏହି ଦୁଇ ଜଣଙ୍କ ମଧ୍ୟରେ ଏପର୍ଯ୍ୟନ୍ତ ୧୦ଟି ମ୍ୟାଚ୍‌ ଖେଳାଯାଇଛି। ଯେଉଁଥିରେ ସିନ୍ଧୁ ୩ଟିରେ ମାତ୍ର ବିଜୟୀ ହୋଇଥିବା ବେଳେ ୭ଟି ମ୍ୟାଚରେ ପରାସ୍ତ ହୋଇଛନ୍ତି। ଅନ୍ୟପଟେ ଥାଇଲାଣ୍ଡ ଖେଳାଳି ରୋଚନୋକ୍‌ଙ୍କ ସିହିତ ୬ଟି ମ୍ୟାଚ୍‌ ଖେଳିଥିଲେ ମଧ୍ୟ ମାତ୍ର ୨ଟି ମ୍ୟାଚ୍‌ରେ ସିନ୍ଧୁ ଜିତିପାରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos