ବିପର୍ଯ୍ୟୟ: ପ୍ରଥମ ରାଉଣ୍ଡରୁ ବିଦା ହେଲେ ସିନ୍ଧୁ

ବେଜିଂ: ଚାଇନା ଓପନ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ପ୍ରଥମ ରାଉଣ୍ଡରେ ହିଁ ବଡ଼ ବିପର୍ଯ୍ୟୟ ଘଟିଛି। ବିଶ୍ୱ ବିଜେତା ତଥା ଭାରତର ଷ୍ଟାର ଶଟଲର ପିଭି ସିନ୍ଧୁ ପ୍ରଥମ ରାଣ୍ଡରେ ପରାସ୍ତ ହୋଇ ଟୁର୍ଣ୍ଣାମେଣ୍ଟରୁ ବିଦା ହୋଇଛନ୍ତି। ପ୍ରଥମ ରାଉଣ୍ଡରେ ସିନ୍ଧୁଙ୍କ ମୁକାବିଲା ତାଙ୍କ ଠାର ବହୁ କମ୍ ରାଙ୍କରେ ଥିବା ଚାଇନିଜ୍ ତାଇପେଇର ପାଇ ୟୁ ପୋଙ୍କ ସହ ହୋଇଥିଲା। ତେବେ ପାଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ସିନ୍ଧୁଙ୍କୁ ୨-୧ ସେଟରେ ପରାସ୍ତ କରିଦେଇଛନ୍ତି। ପୂର୍ବରୁ […]

aa

aa

Hemant Lenka
  • Published: Tuesday, 05 November 2019
  • Updated: 05 November 2019, 04:34 PM IST

Sports

Latest News

ବେଜିଂ: ଚାଇନା ଓପନ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟର ପ୍ରଥମ ରାଉଣ୍ଡରେ ହିଁ ବଡ଼ ବିପର୍ଯ୍ୟୟ ଘଟିଛି। ବିଶ୍ୱ ବିଜେତା ତଥା ଭାରତର ଷ୍ଟାର ଶଟଲର ପିଭି ସିନ୍ଧୁ ପ୍ରଥମ ରାଣ୍ଡରେ ପରାସ୍ତ ହୋଇ ଟୁର୍ଣ୍ଣାମେଣ୍ଟରୁ ବିଦା ହୋଇଛନ୍ତି।

ପ୍ରଥମ ରାଉଣ୍ଡରେ ସିନ୍ଧୁଙ୍କ ମୁକାବିଲା ତାଙ୍କ ଠାର ବହୁ କମ୍ ରାଙ୍କରେ ଥିବା ଚାଇନିଜ୍ ତାଇପେଇର ପାଇ ୟୁ ପୋଙ୍କ ସହ ହୋଇଥିଲା। ତେବେ ପାଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ସିନ୍ଧୁଙ୍କୁ ୨-୧ ସେଟରେ ପରାସ୍ତ କରିଦେଇଛନ୍ତି।

ପୂର୍ବରୁ ଚାଇନା, କୋରିଆ ଓ ଡେନ୍‌ମାର୍କ ଓପନର ପ୍ରାଥମିକ ପର୍ଯ୍ୟାୟରୁ ବିଦାୟ ନେଇଥିବା ସିନ୍ଧୁ ଏଥର ଭଲ କରିବେ ବୋଲି ସମସ୍ତେ ଆଶା କରିଥିଲେ। ହେଲେ ସେ ପ୍ରଥମ ସେଟ୍‌ରେ ପାଇଙ୍କ ଠାରୁ ୧୩-୨୧ରେ ପରାସ୍ତ ହୋଇଥିଲେ।

ଦ୍ୱିତୀୟ ସେଟକୁ ସଂଘର୍ଷ କରି ୨୧-୧୮ରେ ଜିତିଥିଲେ। ହେଲେ ତୃତୀୟ ସେଟ୍‌ଟିକୁ ସେ ୧୯-୨୧ରେ ପାଇଙ୍କ ଠାରୁ ହାରି ଯାଇଥିଲେ। ଏହି ପରାଜୟ ସହ ସେ ଟୁର୍ଣ୍ଣାମେଣ୍ଟରୁ ମଧ୍ୟ ବିଦାୟ ନେଇଛନ୍ତି।

ବିଶ୍ୱର ୪୨ ତମ ରାଙ୍କରେ ଥିବା ପାଇଙ୍କ ସହ ସିନ୍ଧୁ ଆଜିର ମ୍ୟାଚ୍‌ରେ ୭୪ ମିନିଟ୍‌ ଧରି ଲଢ଼ିଥିଲେ।

ଅନ୍ୟପକ୍ଷରେ ପୁରୁଷ ଏକକ ବର୍ଗରେ ଭାଗ ନେଇଥିବା ଏଚ୍‌ଏସ୍‌ ପ୍ରଣୟ ମଧ୍ୟ ପ୍ରଥମ ରାଉଣ୍ଡରୁ ବିଦାୟ ନେଇଛନ୍ତି। ସେ ଡେନମାର୍କର ରାସମୁସ ଗେମେକ୍‌ଙ୍କ ଠାରୁ ୧୭-୨୧ ଓ ୧୮-୨୧ରେ ପରାସ୍ତ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos