ପିଡବ୍ଲ୍ୟୁଏଲ୍‌ ଫାଇନାଲରେ ହରିୟାନା

ନୂଆଦିଲ୍ଲୀ: ଜୟପୁରକୁ ୬-୩ ସେଟ୍‌ରେ ପରାସ୍ତ କରି ହରିୟାନା ପ୍ରି ରେସଲିଂ ଲିଗ୍‌ (ପିଡବ୍ଲ୍ୟୁଏଲ୍‌) ଫାଇନାଲରେ ପ୍ରବେଶ କରିଛି। ଏହାଦ୍ୱାରା ହରିୟାନା ଦ୍ୱିତୀୟ ଥର ପାଇଁ ପିଡବ୍ଲ୍ୟୁଏଲ୍‌ ଫାଇନାଲକୁ ଯାଇଛି।

ଗତବର୍ଷ ମୁମ୍ବାଇଠାରୁ ହରିୟାନା ଫାଇନାଲରେ ପରାସ୍ତ ହୋଇଥିଲା।

ଗତକାଲି ମୁମ୍ବାଇ ଓ ପଞ୍ଜାବ ମଧ୍ୟରେ ହେବାକୁ ଥିବା ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍‌ର ବିଜେତାକୁ ଫାଇନାଲରେ ହରିୟାନା ଭେଟିବ।