ରବିବାର ଅଷ୍ଟ୍ରେଲିଆ ବିପକ୍ଷ ଶେଷ ଟି-ଟ୍ୱେଣ୍ଟି, କ୍ଲିନ୍ ସୁଇପ୍ ଲକ୍ଷ୍ୟରେ ଭାରତ

ସିଡନୀ: ରବିବାର ସିଡନୀରେ ଅଷ୍ଟ୍ରେଲିଆ ବିପକ୍ଷରେ ଶେଷ ଟି-ଟ୍ୱେଣ୍ଟି ଖେଳିବ ଭାରତ। ଭାରତୀୟ ସମୟ ଅପରାହ୍ନ ୨ଟା ୧୦ରେ ସିଡନୀ କ୍ରିକେଟ୍ ଗ୍ରାଉଣ୍ଡରେ ଏହି ମ୍ୟାଚ୍ ଖେଳାଯିବ। ଶେଷ ଟି-ଟ୍ୱଣ୍ଟି ଜିତି ଭାରତ ସିରିଜରେ କ୍ଲନ୍ ସୁଇପ୍ କରିବା ଲକ୍ଷ୍ୟରେ ରହିଛି। ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ ଗତ ଦୁଇଟି ମ୍ୟାଚରେ କରିଥିବା ତ୍ରୁଟିକୁ ସୁଧାରି ୩ ମ୍ୟାଚ୍ ବିଶିଷ୍ଟ ଏହି ସିରିଜର ଶେଷ ମ୍ୟାଚ୍ ଜିତି ସମ୍ମାନ ରଖିବାକୁ ଚେଷ୍ଠା କରିବ।

ଗତ ଦୁଇଟି ମ୍ୟାଚରେ ଅଷ୍ଟ୍ରେଲିଆ ଭଲ ଆରମ୍ଭ କରିଥିଲେ ମଧ୍ୟ କ୍ରମାଗତ ୱିକେଟ ପତ୍ତନ ଯୋଗୁଁ ପରାଜିତ ହୋଇଛି। ଏଥିପାଇଁ ଦଳର ମଧ୍ୟମକ୍ରମ ବ୍ୟାଟ୍ସମ୍ୟାନଙ୍କୁ ଦୃଢ଼ତାର ସହ ବ୍ୟାଟିଂ କରିବାକୁ ପଡ଼ିବ। ଶେଷ ମ୍ୟାଚ୍ ଲାଗି ଦଳ କିଛି ଅଦଳବଦଳ କରିବାର ସମ୍ଭାବନା ରହିଛି।

ଦିନିକିଆ ସିରିଜର ଶେଷ ଓ ଟି-ଟ୍ୱଣ୍ଟିର ପ୍ରଥମ ଦୁଇଟି ମ୍ୟାଚ୍ ଜିତି ଭାରତ ଖେଳାଳିଙ୍କ ମନୋବଳ ଦୃଢ ରହିଛି। ବ୍ୟାଟିଂ ଓ ବୋଲିଂ ସହ ଫିଲ୍ଡିଂରେ ମଧ୍ୟ ଦଳ ଭଲ ପ୍ରଦର୍ଶନ କରୁଛି।