ଅଶ୍ୱିନ ଟେଷ୍ଟ କ୍ରିକେଟ୍‌ରେ ଏକ ନମ୍ବର ବୋଲର

ଦୁବାଇ: ଭାରତୀୟ ଅଫ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଟେଷ୍ଟ ବୋଲିଂ ତାଲିତାର ଏକ ନମ୍ବର ସ୍ଥାନରେ ପହଞ୍ଚିଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଟେଷ୍ଟରେ ୧୪୦ ରନ ବ୍ୟୟରେ ୧୩ ୱିକେଟ୍‌ ନେବା ପରେ ସେ ଜେମସ୍‌ ଆଣ୍ଡରସନ୍‌ ଏବଂ ଡେଲ୍‌ ଷ୍ଟେନ୍‌ଙ୍କୁ ପଛରେ ପକାଇ ଏକ ନମ୍ବର ସ୍ଥାନ ହାସଲ କରିଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷ ୩ ଟିକିଆ ସିରିଜ୍‌ରେ ଅଶ୍ୱିନ ମୋଟ ୨୭ଟି ୱିକେଟ୍‌ ନେଇଛନ୍ତି। ସିରିଜ୍‌ ପୂର୍ବରୁ ସେ ବିଶ୍ୱ ରାଙ୍କିଙ୍ଗର ତୃତୀୟ ସ୍ଥାନରେ ଥିଲେ। […]

ravichandran-ashwin

ravichandran-ashwin

Rakesh Mallick
  • Published: Wednesday, 12 October 2016
  • Updated: 12 October 2016, 06:27 PM IST

Sports

Latest News

ଦୁବାଇ: ଭାରତୀୟ ଅଫ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଟେଷ୍ଟ ବୋଲିଂ ତାଲିତାର ଏକ ନମ୍ବର ସ୍ଥାନରେ ପହଞ୍ଚିଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଟେଷ୍ଟରେ ୧୪୦ ରନ ବ୍ୟୟରେ ୧୩ ୱିକେଟ୍‌ ନେବା ପରେ ସେ ଜେମସ୍‌ ଆଣ୍ଡରସନ୍‌ ଏବଂ ଡେଲ୍‌ ଷ୍ଟେନ୍‌ଙ୍କୁ ପଛରେ ପକାଇ ଏକ ନମ୍ବର ସ୍ଥାନ ହାସଲ କରିଛନ୍ତି।

ନ୍ୟୁଜିଲାଣ୍ଡ ବିପକ୍ଷ ୩ ଟିକିଆ ସିରିଜ୍‌ରେ ଅଶ୍ୱିନ ମୋଟ ୨୭ଟି ୱିକେଟ୍‌ ନେଇଛନ୍ତି। ସିରିଜ୍‌ ପୂର୍ବରୁ ସେ ବିଶ୍ୱ ରାଙ୍କିଙ୍ଗର ତୃତୀୟ ସ୍ଥାନରେ ଥିଲେ। ସେ ୩୯ ଟେଷ୍ଟରୁ ମୋଟ ୨୨୦ ୱିକେଟ୍‌ ନେଇଛନ୍ତି।

ବ୍ୟାଟିଂ ତାଲିକାରେ ଆଜିଙ୍କ୍ୟ ରାହାଣେ ୫ଟି ସ୍ଥାନ ଉପରକୁ ଉଠି ଷଷ୍ଠ ସ୍ଥାନରେ ପହଞ୍ଚିଛନ୍ତି। ଏହା ତାଙ୍କ କ୍ୟାରିୟରର ବେଷ୍ଟ। ସିରିଜ୍‌ ପୂର୍ବରୁ ସେ ବିଶ୍ୱ ଟେଷ୍ଟ ବ୍ୟାଟିଂ ତାଲିକାର ୧୧ ତମ ସ୍ଥାନରେ ଥିଲେ। ସେହିପରି ଚେତେଶ୍ୱର ପୂଜାରା ଗୋଟିଏ ସ୍ଥାନ ଉପରକୁ ଉଠି ତାଲିକାର ୧୪ ନମ୍ବରରେ ପହଞ୍ଚିଛନ୍ତି। ଅଧିନାୟକ ବିରାଟ କୋହଲିଙ୍କ ରାଙ୍କିଙ୍ଗରେ ମଧ୍ୟ ଉନ୍ନତି ଘଟିଛି। ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଟେଷ୍ଟରେ ୨୧୧ ଓ ୧୭ ରନ ବଳରେ ସେ ୪ଟି ସ୍ଥାନ ଉପରକୁ ଉଠି ତାଲିକାର ୧୬ତମ ସ୍ଥାନରେ ପହଞ୍ଚିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos