ଅନିଲ କୁମ୍ବଲେଙ୍କ ସ୍ଥାନ ନେଇପାରନ୍ତି ରବି ଶାସ୍ତ୍ରୀ: ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ ପଦ ପାଇଁ ଶାସ୍ତ୍ରୀ କଲେ ଆବେଦନ

ମୁମ୍ବାଇ: ଅନିଲ କୁମ୍ବଲେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ ପଦରୁ ଇସ୍ତଫା ଦେବା ପରେ ତାଙ୍କ ସ୍ଥାନ ନେଇ ପାରନ୍ତି ରବି ଶାସ୍ତ୍ରୀ। ଏଥିପାଇଁ ରବି ଶାସ୍ତ୍ରୀ ବିସିସିଆଇ ନିକଟରେ ଆବେଦନ କରିଛନ୍ତି। କୁମ୍ବଲେ ୱେଷ୍ଟଇଣ୍ଡିଜ୍‌ ସିରିଜ ପୂର୍ବରୁ ହଠାତ ଇସ୍ତଫା ଦେବା ପରେ ବିସିସିଆଇ ଟିମ୍‌ ଇଣ୍ଡିଆର କୋଚ୍‌ ପଦ ପାଇଁ ଆବେଦନର ସମୟ ସୀମା ବଢାଇଦେଇଛି। ପୂର୍ବରୁ ବିସିସିଆଇ ଏହି ପଦ ପାଇଁ ଆବେଦନ ସମୟ ସୀମା ମେ ମାସ ୩୧ ତାରିଖ ପର୍ଯ୍ୟନ୍ତ ରଖିଥିଲା। ୨୦୧୫-୧୬ ବର୍ଷ ପାଇଁ ଟିମ୍ ଇଣ୍ଡିଆର ଡାଇରେକ୍ଟର ରହିଥିଲେ ରବି ଶାସ୍ତ୍ରୀ। ଅନ୍ୟପଟେ ଭାରତୀୟ ଅଧିନାୟକ ବିରାଟ କୋହଲି ରବି ଶାସ୍ତ୍ରୀଙ୍କୁ କୋଚ୍‌ କରାଯାଉ ବୋଲି ଇଛା ପ୍ରକାଶ କରିଥିବା ଜଣାପଡିଛି।