ଭୁବନେଶ୍ୱର: ତିନି ଦିନ ଧରି କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ରଗ୍ବୀ ଚାମ୍ପିଅନ୍ସିପ୍ ଆଜି ଶେଷ ହୋଇଛି। ଏଥିରେ ଓଡ଼ିଶା ୧୭ ଓ ୧୯ ବର୍ଷରୁ କମ୍ ବାଳିକାମାନେ ଚାମ୍ପିଅନ୍ ହୋଇଥିବା ବେଳେ ମହାରାଷ୍ଟ୍ରର ୧୭ ଓ ୧୯ ବର୍ଷରୁ କମ୍ ବାଳକମାନେ ଚାମ୍ପିଅନ୍ ହୋଇଛନ୍ତି।
୧୭ ବର୍ଷରୁ କମ୍ ବାଳିକା ବିଭାଗରେ ମହାରାଷ୍ଟ୍ରକୁ ୨୨-୦ରେ ହରାଇ ଚାମ୍ପିଅନ୍ ହୋଇଛି ଓଡ଼ିଶା। ୧୯ ବର୍ଷରୁ କମ୍ ବାଳିକା ବିଭାଗରେ ମହାରାଷ୍ଟ୍ରକୁ ୩୮-୦ରେ ହରାଇ ଓଡ଼ିଶା ଚାମ୍ପିଅନ୍ ହୋଇଛି।
୧୭ ବର୍ଷରୁ କମ୍ ବାଳକ ବିଭାଗରେ ମହାରାଷ୍ଟ୍ର ଦିଲ୍ଲୀକୁ ୫-୦ରେ ପରାସ୍ତ କରି ଚାମ୍ପିଅନ ହୋଇଛି। ସେହିପରି ୧୯ ବର୍ଷରୁ କମ୍ ବାଳକ ବିଭାଗରେ ଓଡ଼ିଶାକୁ ୧୪-୫ରେ ହରାଇ ମହାରାଷ୍ଟ୍ର ଚାମ୍ପିଅନ୍ ହୋଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।