ଦ୍ରାବିଡ଼ଙ୍କ ପୁରସ୍କାର ରାଶିକୁ ନେଇ ସୋସିଆଲ ମିଡ଼ିଆରେ ବିବାଦ: ଜାତୀୟ ଟିମ୍‌ର କୋଚ୍ କରିବାକୁ ଦାବି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତକୁ ୧୯ ବର୍ଷରୁ କମ୍ ବିଶ୍ୱକପ କ୍ରିକେଟ ଟାଇଟଲ୍  ମିଳିବା ପରେ ଚାରିଆଡୁ ପ୍ରଶଂସାର ସୁଅ ଛୁଟିଛି।  ଓପନର ମନଜୋତ କାଲରାଙ୍କ ଅପରାଜିତ ଶତକ ସହାୟତାରେ ଟିମ୍ ଇଣ୍ଡିଆ ଫାଇନାଲରେ ଅଷ୍ଟ୍ରେଲିଆକୁ ହରାଇ ହାତେଇଛି  ବିଶ୍ୱକପ୍ ଟ୍ରଫି। ପ୍ରଥମ ଥର ଲାଗି କୌଣସି ଦଳ ଚତୁର୍ଥ ଥର ଲାଗି ବିଶ୍ୱକପ୍ ଜିତିଛି। ଫାଇନାଲରେ ୨୧୭ ରନ ଟାର୍ଗେଟକୁ ଭାରତୀୟ ଯୁବ ଦଳ ୩୮ ଓଭର ୫ଟି ବଲରେ ୨ଟି ଓ୍ୱିକେଟ ହରାଇ ହାସଲ କରି […]

2_1517738856 (1)

2_1517738856 (1)

Rakesh Mallick
  • Published: Sunday, 04 February 2018
  • Updated: 04 February 2018, 10:26 PM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଭାରତକୁ ୧୯ ବର୍ଷରୁ କମ୍ ବିଶ୍ୱକପ କ୍ରିକେଟ ଟାଇଟଲ୍  ମିଳିବା ପରେ ଚାରିଆଡୁ ପ୍ରଶଂସାର ସୁଅ ଛୁଟିଛି।  ଓପନର ମନଜୋତ କାଲରାଙ୍କ ଅପରାଜିତ ଶତକ ସହାୟତାରେ ଟିମ୍ ଇଣ୍ଡିଆ ଫାଇନାଲରେ ଅଷ୍ଟ୍ରେଲିଆକୁ ହରାଇ ହାତେଇଛି  ବିଶ୍ୱକପ୍ ଟ୍ରଫି। ପ୍ରଥମ ଥର ଲାଗି କୌଣସି ଦଳ ଚତୁର୍ଥ ଥର ଲାଗି ବିଶ୍ୱକପ୍ ଜିତିଛି। ଫାଇନାଲରେ ୨୧୭ ରନ ଟାର୍ଗେଟକୁ ଭାରତୀୟ ଯୁବ ଦଳ ୩୮ ଓଭର ୫ଟି ବଲରେ ୨ଟି ଓ୍ୱିକେଟ ହରାଇ ହାସଲ କରି ନେଇଥିଲା। ବିଜୟ ପରେ ଖେଳାଳି ଓ ସପୋର୍ଟ ଷ୍ଟାଫଙ୍କ ପାଇଁ ବିସିସିଆଇ ତରଫରୁ ପୁରସ୍କାର ଘୋଷଣା କରାଯାଇଥିଲା। ପ୍ରତି ଖେଳାଳିଙ୍କୁ ୩୦ ଲକ୍ଷ, କୋଚ ଦ୍ରାବିଡଙ୍କୁ ୫୦ ଲକ୍ଷ ଏବଂ ସପୋର୍ଟ ଷ୍ଟାଫଙ୍କୁ ୨୦ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଘୋଷଣା କରିଥିଲା ବିସିସିଆଇ।

ସୋସିଆଲ ମିଡ଼ିଆରେ ଏହାକୁ ନଇ ଚର୍ଚ୍ଚା ଜୋର ଧରିଛି। ସୋସିଆଲ ମିଡିଆରେ ଲୋକେ କହିବାକୁ ଲାଗିଲେଣି ଯେ ଦ୍ରାବିଡ଼ଙ୍କ କଠିନ ପରିଶ୍ରମ ପାଇଁ  ଅଣ୍ଡର-୧୯ ବିଶ୍ୱକପରେ ଭାରତ ବିଜୟୀ ହୋଇଛି। ହେଲେ ବିସିସିଆଇ ଦୁନିଆର ସବୁଠୁ ଧନୀ କ୍ରିକେଟ୍‌ ସଂଘ ହୋଇଥିଲେ ମଧ୍ୟ ଦ୍ରାବିଡ଼ଙ୍କୁ ମାତ୍ର ୫୦ ଲକ୍ଷ ଟଙ୍କା ପୁରସ୍କାର ପ୍ରଦାନ କରିଛି।

ଜଣେ ୟୁଜର୍ସ କହିଥିଲେ ଯେ ଦ୍ରାବିଡ଼ଙ୍କ ଏତେବଡ଼ ଅବଦାନ ପାଇଁ ତାଙ୍କୁ ୧କୋଟି ପୁରସ୍କାର ବି କମ ହେବ। ସେପଟେ ଅନ୍ୟଜଣେ ୟୁଜର୍ସ କହିଥିଲେ, ଭାରତ ଚାମ୍ପିୟନ ହେବାପାଇଁ ଦ୍ରାବିଡ଼ଙ୍କୁ ସବୁ ଶ୍ରେୟ ଯାଉଛି। ତେଣୁ ତାଙ୍କ ପାଇଁ ୫୦ହଜାର କୋଟି ଟଙ୍କା ବି କମ ହେବ। ଆଉ ଜଣେ ଦାବି କରିଛନ୍ତି ଦ୍ରାବିଡଙ୍କୁ ଟିମ୍‌ ଇଣ୍ଡିଆର ଜାତୀୟ ଦଳରେ କୋଚ୍‌ ନିଯୁକ୍ତି କରାଯାଉ।ପୂର୍ବରୁ ୨୦୦୦ ମସିହାରେ ମହମ୍ମଦ କୈଫ, ୨୦୦୮ରେ ବିରାଟ କୋହଲି ଓ ୨୦୧୨ରେ ଉନ୍ମୁକ୍ତ ଚାନ୍ଦଙ୍କ ଅଧିନାୟକତ୍ୱରେ ଭାରତ ଜୁନିଅର ବିଶ୍ୱକପ ଚାଂପିଅନ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos