ରୋହିତ ଓ ରାହୁଲଙ୍କ ଶତକ, ଦୃଢ଼ ସ୍ଥିତିରେ ଭାରତ

ବିଶାଖାପଟନମ: ୱେଷ୍ଟଇଣ୍ଡିଜ ବିପକ୍ଷ କର ବା ମର ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆର ଦୁଇ ଓପନର ଦୁଇ ଓପନର ରୋହିତ ଶର୍ମା ଓ କେଏଲ ରାହୁଲ ଚମକିଛନ୍ତି। ଉଭୟ ୱେଷ୍ଟଇଣ୍ଡିଜ ବୋଲରଙ୍କୁ କଡ଼ା ପ୍ରହାର କରି ନିଜ ନିଜର ଶତକ ହାସଲ କରିଛନ୍ତି। ରୋହିତ ମାତ୍ର ୧୦୭ଟି ବଲରେ ଶତକ ହାସଲ କରିଥିଲେ। ଏହା ତାଙ୍କ ଦିନିକିଆ କ୍ୟାରିୟରରେ ୨୮ତମ ଶତକ। ଏହି ଶତକୀୟ ଇନିଂସରେ ରୋହିତ ୧୧ଟି ଚୌକା ଓ ୨ଟି ଛକା ମାରିଛନ୍ତି। ରିପୋର୍ଟ ଲେଖା […]

e

e

Hemant Lenka
  • Published: Wednesday, 18 December 2019
  • Updated: 18 December 2019, 04:22 PM IST

Sports

Latest News

ବିଶାଖାପଟନମ: ୱେଷ୍ଟଇଣ୍ଡିଜ ବିପକ୍ଷ କର ବା ମର ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆର ଦୁଇ ଓପନର ଦୁଇ ଓପନର ରୋହିତ ଶର୍ମା ଓ କେଏଲ ରାହୁଲ ଚମକିଛନ୍ତି। ଉଭୟ ୱେଷ୍ଟଇଣ୍ଡିଜ ବୋଲରଙ୍କୁ କଡ଼ା ପ୍ରହାର କରି ନିଜ ନିଜର ଶତକ ହାସଲ କରିଛନ୍ତି।

ରୋହିତ ମାତ୍ର ୧୦୭ଟି ବଲରେ ଶତକ ହାସଲ କରିଥିଲେ। ଏହା ତାଙ୍କ ଦିନିକିଆ କ୍ୟାରିୟରରେ ୨୮ତମ ଶତକ। ଏହି ଶତକୀୟ ଇନିଂସରେ ରୋହିତ ୧୧ଟି ଚୌକା ଓ ୨ଟି ଛକା ମାରିଛନ୍ତି। ରିପୋର୍ଟ ଲେଖା ହେବା ବେଳକୁ ରୋହିତ ୧୨୦ ବଲରେ ୧୨୦ ରନ କରି ଅପରାଜିତ ରହିଛନ୍ତି। ଅନ୍ୟପକ୍ଷରେ କେଏଲ ରାହୁଲ ମଧ୍ୟ ଅଲଜାରି ଯୋଜେଫଙ୍କୁ ଚୌକା ମାରି ତାଙ୍କ ଦିନିକିଆ କ୍ୟାରିୟରର ୩ୟ ଶତକ ହାସଲ କରିଥିଲେ।

ତେବେ ଶତକ ହାସଲ କରିବା ପରେ ବଡ଼ ଶଟ ଖେଳିବା ଲୋଭରେ ରାହୁଲ ଆଉଟ ହୋଇଯାଇଛି। ଆଉଟ ହେବା ବେଳକୁ ସେ ୩ଟି ଛକା ଓ ୮ଟି ଚୌକା ବଳରେ ୧୦୨ ରନ୍‌ କରିଥିଲେ। ଏହାପରେ ବ୍ୟାଟିଂ କରିବାକୁ ଆସିଥିବା ଅଧିନାୟକ ବିରାଟ କୋହଲି ପ୍ରଥମ ବଲରେ ହିଁ ପ୍ୟାଭିଲିୟନ ଫେରିଛନ୍ତି। ଶେଷ ଖବର ସୁଦ୍ଧା ଟିମ ଇଣ୍ଡିଆ ୩୮ ଓଭରରେ ୨ ୱିକେଟ ହରାଇ ୨୩୫ ରନ କରିଛି। ରୋହିତଙ୍କ ସହ ଶ୍ରେୟସ ଆୟର ବ୍ୟାଟିଂ କରୁଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos