ପ୍ରଥମେ ବ୍ୟାଟିଂ କରିବ ରାଜସ୍ଥାନ, ବିରାଟ ବାହିନୀରେ ଗୋଟିଏ ପରିବର୍ତ୍ତନ

ଦୁବାଇ: ଆଇପିଏଲର ୩୩ତମ ମ୍ୟାଚ୍‌ରେ ଆଜି ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଷ୍ଟିଭ ସ୍ମିଥଙ୍କ ରାଜସ୍ଥାନ ରୟାଲ୍ସ ମୁହାଁମୁହିଁ ହେଉଛନ୍ତି। ଏହି ମ୍ୟାଚ୍‌ରେ ସ୍ମିଥ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ରାଜସ୍ଥାନ ଏଯାଏ ୮ଟି ମ୍ୟାଚ୍‌ରୁ ମାତ୍ର ୩ଟିରେ ଜିତି ପଏଣ୍ଟ ଟେବୁଲର ୭ମ ସ୍ଥାନରେ ରହିଛି। ସେହିପରି ବାଙ୍ଗାଲୋର ୮ଟି ମ୍ୟାଚ୍‌ରୁ ୫ଟି ମ୍ୟାଚ୍‌ ଜିତି ୩ୟ ସ୍ଥାନରେ ରହିଛି। ତେଣୁ ଉଭୟ ଦଳ ପାଇଁ ଆଜିର ମ୍ୟାଚ୍‌ […]

u

u

Hemant Lenka
  • Published: Saturday, 17 October 2020
  • Updated: 17 October 2020, 03:12 PM IST

Sports

Latest News

ଦୁବାଇ: ଆଇପିଏଲର ୩୩ତମ ମ୍ୟାଚ୍‌ରେ ଆଜି ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ଷ୍ଟିଭ ସ୍ମିଥଙ୍କ ରାଜସ୍ଥାନ ରୟାଲ୍ସ ମୁହାଁମୁହିଁ ହେଉଛନ୍ତି। ଏହି ମ୍ୟାଚ୍‌ରେ ସ୍ମିଥ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ରାଜସ୍ଥାନ ଏଯାଏ ୮ଟି ମ୍ୟାଚ୍‌ରୁ ମାତ୍ର ୩ଟିରେ ଜିତି ପଏଣ୍ଟ ଟେବୁଲର ୭ମ ସ୍ଥାନରେ ରହିଛି।

ସେହିପରି ବାଙ୍ଗାଲୋର ୮ଟି ମ୍ୟାଚ୍‌ରୁ ୫ଟି ମ୍ୟାଚ୍‌ ଜିତି ୩ୟ ସ୍ଥାନରେ ରହିଛି। ତେଣୁ ଉଭୟ ଦଳ ପାଇଁ ଆଜିର ମ୍ୟାଚ୍‌ ବେଶ ଗୁରୁତ୍ୱପୂର୍ଣ୍ଣ। ରାଜସ୍ଥାନ ତା’ର ଚୂଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରିନାହିଁ। କିନ୍ତୁ ବାଙ୍ଗାଲୋର ଶିବମ ଦୁବେଙ୍କ ବଦଳରେ ଶାହାବାଜ ଅହମ୍ମଦଙ୍କୁ ସୁଯୋଗ ଦେଇଛି। ଚଳିତ ଆଇପିଏଲରେ ଏହା ଶାହାବାଜଙ୍କ ପ୍ରଥମ ମ୍ୟାଚ୍‌।

ଅନ୍ୟପକ୍ଷରେ ଚଳିତ ଆଇପିଏଲରେ ବିରାଟ ଓ ସ୍ମିଥ ଦ୍ୱିତୀୟଥର ମୁହାଁମୁହିଁ ହେବାକୁ ଯାଉଛନ୍ତି। ପ୍ରଥମ ମ୍ୟାଚ୍‌ରେ ବିରାଟ ବାହିନୀ ୮ ୱିକେଟରେ ରାଜସ୍ଥାନକୁ ପରାସ୍ତ କରିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos