ରାହଣେଙ୍କ ବିସ୍ଫୋରକ ଶତକ, ଦିଲ୍ଲୀକୁ ୧୯୨ ରନ୍‌ର ଟାର୍ଗେଟ ଦେଲା ରୟାଲ୍ସ

ଜୟପୁର: ଦଳର ଖରାପ ପ୍ରଦର୍ଶନ ପାଇଁ ରାଜସ୍ଥାନ ରୟାଲ୍ସର ଅଧିନାୟକ ପଦ ହରାଇଥିବା ଅଜିଙ୍କ୍ୟ ରାହଣେ ଆଜି ବିସ୍ଫୋରକ ଇନିଂସ୍‌ ଖେଳିଛନ୍ତି। ସେ ମାତ୍ର ୬୩ଟି ବଲ୍‌ରେ ବିସ୍ଫୋରକ ୧୦୫ ରନ୍‌ର ଇନିଂସ୍‌ ଖେଳିଛନ୍ତି। ରାହଣେଙ୍କ ଶତକୀୟ ପାଳିକୁ ଆଧାର କରି ରାଜସ୍ଥାନ ରୟାଲ୍ସ ନିର୍ଦ୍ଧାରିତ ୨୦ ଓଭର୍‌ରେ ୬ ୱିକେଟ୍‌ ହରାଇ ୧୯୧ ରନ୍‌ କରିଛି। ଫଳରେ ଭ୍ରମଣକାରୀ ଦିଲ୍ଲୀକୁ ଏହି ମ୍ୟାଚ୍‌ଟିକୁ ଜିତିବାକୁ ବିଶାଳ ୧୯୨ ରନ୍‌ର ଟାର୍ଗେଟ ମିଳିଛି। ଆଜିର ମ୍ୟାଚ୍‌ରେ ଆଉ […]

sv

sv

Hemant Lenka
  • Published: Monday, 22 April 2019
  • Updated: 22 April 2019, 09:58 PM IST

Sports

Latest News

ଜୟପୁର: ଦଳର ଖରାପ ପ୍ରଦର୍ଶନ ପାଇଁ ରାଜସ୍ଥାନ ରୟାଲ୍ସର ଅଧିନାୟକ ପଦ ହରାଇଥିବା ଅଜିଙ୍କ୍ୟ ରାହଣେ ଆଜି ବିସ୍ଫୋରକ ଇନିଂସ୍‌ ଖେଳିଛନ୍ତି। ସେ ମାତ୍ର ୬୩ଟି ବଲ୍‌ରେ ବିସ୍ଫୋରକ ୧୦୫ ରନ୍‌ର ଇନିଂସ୍‌ ଖେଳିଛନ୍ତି। ରାହଣେଙ୍କ ଶତକୀୟ ପାଳିକୁ ଆଧାର କରି ରାଜସ୍ଥାନ ରୟାଲ୍ସ ନିର୍ଦ୍ଧାରିତ ୨୦ ଓଭର୍‌ରେ ୬ ୱିକେଟ୍‌ ହରାଇ ୧୯୧ ରନ୍‌ କରିଛି।

ଫଳରେ ଭ୍ରମଣକାରୀ ଦିଲ୍ଲୀକୁ ଏହି ମ୍ୟାଚ୍‌ଟିକୁ ଜିତିବାକୁ ବିଶାଳ ୧୯୨ ରନ୍‌ର ଟାର୍ଗେଟ ମିଳିଛି। ଆଜିର ମ୍ୟାଚ୍‌ରେ ଆଉ ଏକ ବିରଳ ରେକର୍ଡ ଦେଖିବାକୁ ମିଳିଛି। ରାଜସ୍ଥାନ ପକ୍ଷରୁ ଖେଳୁଥିବା ଆଷ୍ଟନ ଟର୍ଣ୍ଣର କ୍ରମାଗତ ୩ ତୃତୀୟ ଥର ପାଇଁ ପ୍ରଥମ ବଲ୍‌ରେ ଆଉଟ୍‌ ହେବାର ରେକର୍ଡ କରିଛନ୍ତି।

ଆଜି ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଶ୍ରେୟସ ଆୟର ଟସ୍‌ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତ୍ତି ନେଇଥିଲେ। ଦଳୀୟ ସ୍କୋର ୫ ଥିବା ବେଳେ ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଭାବେ ସଞ୍ଜୁ ସାମସନ(୦) ରନ୍‌ ଆଉଟ୍‌ ହୋଇ ପ୍ୟାଭିଲିୟନ ଫେରିଥିଲେ।

ଦ୍ୱିତୀୟ ୱିକେଟ୍‌ ପାଇଁ ରାହଣେ ଓ ଷ୍ଟିଭ୍‌ ସ୍ମିଥ ସ୍ଥିତି ସମ୍ଭାଳିବା ସହ ଦ୍ରୁତ ଗତିରେ ରନ୍‌ ସଂଗ୍ରହ କରିଥିଲେ। ବିଶେଷ କରି ରାହଣେ ବେଶ ବିସ୍ଫୋରକ ଢଙ୍ଗରେ ବ୍ୟାଟିଂ କରିଥିଲେ। ଉଭୟ ଦ୍ୱିତୀୟ ୱିକେଟ୍‌ ପାଇଁ ୧୩୦ ରନ୍‌ର ଭାଗିଦାରୀ କରି ଦୃଢ଼ ମୂଳଦୁଆ ପକାଇଥିଲେ।

ତେବେ ୩୨ଟି ବଲ୍‌ରେ ୫୦ ରନ୍‌ କରିଥିବା ସ୍ମିଥଙ୍କୁ ଅକ୍ସର ପଟେଲ୍‌ ଆଉଟ୍‌ କରି ରାଜସ୍ଥାନର ରନ୍‌ ହାର ଉପରେ ରୋକ ଲଗାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ରାହଣେ ଏହା କରିବାକୁ ଦେଇ ନଥିଲେ। ସେ ପୂର୍ବଭଳି ଦ୍ରୁତ ଗତିରେ ରନ୍‌ ସଂଗ୍ରହ କରିଥିଲେ।

ଅନ୍ୟ ପଟେ ରହିଥିବା ବେନ୍‌ ଷ୍ଟୋକ୍ସ ବଡ଼ ଶଟ୍‌ ଖେଳିବା ଲୋଭରେ ମାତ୍ର ୮ ରନ୍‌ କରି କ୍ରିସ୍‌ ମରିସଙ୍କ ବଲ୍‌ରେ ପ୍ୟାଭିଲିୟନ୍‌ ଫେରି ଥିଲେ। ଆଷ୍ଟନ୍‌ ଟର୍ଣ୍ଣର ମାତ୍ର ଗୋଟିଏ ବଲ୍‌ ଖେଳି ଈଶାନ୍ତ ଶର୍ମାଙ୍କ ବଲ୍‌ରେ ଆଉଟ୍‌ ହୋଇଯାଇଥିଲେ। ରାହଣେ କିନ୍ତୁ ୫୮ଟି ବଲ୍‌ରେ ଶତକ ହାସଲ କରି ଦଳୀୟ ସ୍କୋରକୁ ଆଗକୁ ନେବାକୁ ଚେଷ୍ଟା କରିଥିଲେ। ତାଙ୍କୁ ଷ୍ଟୁଆର୍ଟ ବିନ୍ନି ଭରପୂର ସହଯୋଗ କରିଥିଲେ। ବିନ୍ନି ମାତ୍ର ୧୩ଟି ବଲ୍‌ରେ ୧୯ ରନ୍‌ କରି କାଗିସୋ ରବାଡ଼ାଙ୍କ ବଲ୍‌ରେ ଆଉଟ୍‌ ହୋଇଥିଲେ। ରାହଣେ ଶେଷ ପର୍ଯ୍ୟନ୍ତ ୬୩ଟି ବଲ୍‌ରେ ୧୦୫ ରନ୍‌ କରି ଅପରାଜିତ ରହିଥିଲେ। ଶେଷ ବଲ୍‌ରେ ରବାଡା ରିୟାନ ପରାଗ(୪)ଙ୍କୁ ଆଉଟ୍‌ କରି ରାଜସ୍ଥାନ ଇନିଂସ୍‌ରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ।

ଦିଲ୍ଲୀ ପକ୍ଷରୁ ରବାଡା ୨ଟି ୱିକେଟ୍‌ ନେଇଥିବା ବେଳେ ଅକ୍ସର ପଟେଲ, ମରିସ୍‌ ଓ ଈଶାନ୍ତ ଶର୍ମା ଗୋଟିଏ ଲେଖାଏ ୱିକେଟ୍‌ ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos