ରାଞ୍ଚିଠାରୁ ୩-୨ରେ ହାରିଲା କଳିଙ୍ଗ ଲାନସର୍ସ

ରାଞ୍ଚି: ରାଞ୍ଚିରେ ଖେଳାଯାଇଥିବା ହକି ଇଣ୍ଡିଆ ଲିଗର ୧୦ମ ମ୍ୟାଚରେ ରାଞ୍ଚି ରେଜ ଠାରୁ ୩-୨ରେ ହାରିଯାଇଛି କଳିଙ୍ଗ ଲାନସର୍ସ। ଏହି ବଜୟ ସହ ରାଞ୍ଚି ହାଟ୍ରିକ ବିଜୟ ହାସଲ କରି ଟେବୁଲରେ ଶୀର୍ଷରେ ରହିଛି।

କଳିଙ୍ଗ ଲାନସର୍ସ ପକ୍ଷରୁ ମଲକ୍ ସିଂହ ୩୩ ମିନିଟରେ ଗୋଟିଏ ଫିଲ୍ଡ ଗୋଲ ଦେଇ ୨-୦ରେ ଦଳକୁ ଆଗୁଆ କରିଥିଲେ। ରାଞ୍ଚି ପକ୍ଷରୁ ଏ. ଜ୍ୟାକସନ ୩୯ତମ ମିନିଟରେ ଗୋଟିଏ ପେନାଲ୍ଟି କର୍ଣ୍ଣରେ ଗୋଲ ଦେଇ ବ୍ୟବଧାନକୁ ୨-୧ରେ କମାଇ ଦେଇଥିଲେ। ଖେଳର ୪୮ ତମ ମିନିଟରେ ରାଞ୍ଚି ପକ୍ଷରୁ ଟି. ଡିଏଭିନ୍ ଗୋଟିଏ ଫିଲ୍ଡ ଗୋଲ ଦେଇ ଦଳକୁ ୩-୨ରେ ଆଗୁଆ କରିଥିଲେ।

ରାଞ୍ଚି ଏହି ବିଜୟ ପରେ ୧୬ ପଏଣ୍ଟ ପାଇ ଟେବୁଲର ଶୀର୍ଷରେ ପହଞ୍ଚିଛି। କଳିଙ୍ଗ ଲାନସର୍ସ ୪ଟି ମ୍ୟାଚରୁ ୨ଟି ପରାଜୟ ଓ ୨ଟି ବିଜୟ ସହ ୧୨ ପଏଣ୍ଟ ପାଇ ଟେବୁଲର ଦ୍ୱିତୀୟ ସ୍ଥାନରେ ରହିଛି।

ଚଳିତ ସିଜିନରେ କଳିଙ୍ଗ ଲାନସର୍ସ ଦ୍ୱିତୀୟ ଥର ପାଇଁ ପରାଜିତ ହୋଇଛି। ଉଦଘାଟନୀ ମ୍ୟାଚରେ ୟୁପିଠାରୁ ପରାଜିତ ହୋଇଥିଲା କଳିଙ୍ଗ ଲାନସର୍ସ।

ରବିବାର ଦିନ ମୁମ୍ବାଇରେ କଳିଙ୍ଗ ଲାନସର୍ସ ଓ ଦବଙ୍ଗ ମୁମ୍ବାଇକୁ ଭେଟିବ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।