ରୋମାଞ୍ଚକର ହେବାକୁ ଯାଉଛି ରାଞ୍ଚି ଟେଷ୍ଟ

ରାଞ୍ଚି: ଇଣ୍ଡିଆ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ତୃତୀୟ ଟେଷ୍ଟ ଏବେ ରୋମାଞ୍ଚକର ହେବାକୁ ଯାଉଛି । ତୃତୀୟ ଦିନର ଖେଳ ଶେଷ ସୁଧା ଇଣ୍ଡିଆ ୬ୱିକେଟ୍‌ ହରାଇ ୩୬୦ ରନ ସଂଗ୍ରହ କରିଛି । ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ୪୫୧ରନ ଜବାବରେ ଇଣ୍ଡିଆ ୩୬୦ରନରେ ବ୍ୟାଟିଂ କରୁଛି । ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ଠାରୁ ୯୧ରନ ପଛରେ ଥିବା ଇଣ୍ଡିଆ ହତାରେ ଆଉ ୪ୱିକେଟ୍‌ ବାକି ଅଛି । ଇଣ୍ଡିଆ ପକ୍ଷରୁ ଚେତେଶ୍ୱର ପୂଜାର ଅପରାଜିତ […]

pujara

pujara

Rakesh Mallick
  • Published: Saturday, 18 March 2017
  • Updated: 18 March 2017, 05:20 PM IST

Sports

Latest News

ରାଞ୍ଚି: ଇଣ୍ଡିଆ ଓ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ତୃତୀୟ ଟେଷ୍ଟ ଏବେ ରୋମାଞ୍ଚକର ହେବାକୁ ଯାଉଛି । ତୃତୀୟ ଦିନର ଖେଳ ଶେଷ ସୁଧା ଇଣ୍ଡିଆ ୬ୱିକେଟ୍‌ ହରାଇ ୩୬୦ ରନ ସଂଗ୍ରହ କରିଛି । ଅଷ୍ଟ୍ରେଲିଆର ପ୍ରଥମ ଇନିଂସ ୪୫୧ରନ ଜବାବରେ ଇଣ୍ଡିଆ ୩୬୦ରନରେ ବ୍ୟାଟିଂ କରୁଛି ।

ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ଠାରୁ ୯୧ରନ ପଛରେ ଥିବା ଇଣ୍ଡିଆ ହତାରେ ଆଉ ୪ୱିକେଟ୍‌ ବାକି ଅଛି । ଇଣ୍ଡିଆ ପକ୍ଷରୁ ଚେତେଶ୍ୱର ପୂଜାର ଅପରାଜିତ ୧୩୦ ରନ କରି ଏକାକି ଗୋଟିଏ ପଟେ ଧର୍ଯ୍ୟର ସହ ବ୍ୟାଟିଂ କରୁଥିବା ଦେଖିବାକୁ ମିଳିଥିବା ବେଳେ ମୁରଲି ବିଜୟ ୮୨, ଲୋକେଶ ରାହୁଲ ୬୭ ରନ କରି ଆଉଟ୍ ହୋଇଯାଇଛନ୍ତି । ପୂଜାରାଙ୍କୁ ସାଥ୍‌ ଦେଇ ରିଦ୍ଧିମାନ ଶାହା ୩ରନ କରି ବ୍ୟାଟିଂ କରୁଛନ୍ତି । ଅନ୍ୟପଟେ ଅଷ୍ଟ୍ରେଲିଆ ପକ୍ଷରୁ ପଟ୍‌ କ୍ୟୁମିନ୍ସ୍‌ ମୁଲ୍ୟବାନ ୪ଟି ୱିକେଟ୍‌ ନେଇଥିବା ବେଳେ ହାଜେଲ୍ ଉଡ୍‌ ଓ କେଫେ ଗୋଟିଏ ଲେଖାଏଁ ୱିକେଟ୍ ଅକ୍ତିଆର କରିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos