ରଣଜୀ ମ୍ୟାଚ୍‌: ତ୍ରିପୁରା-ଗୋଆ ଏବଂ ତାମିଲନାଡୁ-ମଧ୍ୟପ୍ରଦେଶ ମ୍ୟାଚ୍‌ ଡ୍ର

ଭୁବନେଶ୍ୱର/କଟକ: ଓଡ଼ିଶାରେ ଖେଳାଯାଇଥିବା ତ୍ରିପୁରା-ଗୋଆ ଏବଂ ତାମିଲନାଡୁ-ମଧ୍ୟପ୍ରଦେଶ ରଣଜୀ ମ୍ୟାଚ୍‌ ଡ୍ର ହୋଇଯାଇଛି।

ଭୁବନେଶ୍ୱର କିଟ୍‌ କ୍ରିକେଟ୍‌ ଷ୍ଟାଡିୟମରେ ହୋଇଥିବା ମ୍ୟାଚ୍‌ରେ ପ୍ରଥମ ପାଳିରେ ୨୮୩ ରନ୍‌ କରିଥିବା ବେଳେ ଦ୍ୱିତୀୟ ପାଳିରେ ୯ ୱିକେଟ୍‌ ବିନିମୟରେ ୩୨୮ ରନ୍‌ କରି ପାଳି ଘୋଷଣା କରିଥିଲା। ପ୍ରତିପକ୍ଷ ଗୋଆ ପ୍ରଥମ ପାଳିରେ ସମସ୍ତ ୱିକେଟ୍‌ ହରାଇ ୨୬୯ କରିଥିଲା। ଦ୍ୱିତୀୟ ପାଳିରେ ଗୋଆ ୮ ୱିକେଟ୍‌ ହରାଇ ୩୨୮ ରନ୍‌ କରିଥିଲା। ପ୍ରଥମ ଇଂନିସ୍‌ ଅଗ୍ରଣୀ ଭିତ୍ତିରେ ୩ ପଏଣ୍ଟ ପାଇଥିବା ବେଳେ ଗୋଆ ଏକ ପଏଣ୍ଟ ପାଇଛି।

ସେହିପରି କଟକ ଡ୍ରିମ୍ସ ଷ୍ଟାଡିୟମ ଖେଳାଯାଇଥିବା ତାମିଲନାଡୁ ଏବଂ ମଧ୍ୟପ୍ରଦେଶ ମ୍ୟାଚ୍‌ ମଧ୍ୟ ଡ୍ର’ରେ ଶେଷ ହୋଇଛି। ମଧ୍ୟପ୍ରଦେଶ ପ୍ରଥମ ପାଳିରେ ସମସ୍ତ ୱିକେଟ୍‌ ହରାଇ ୨୭୩ ରନ୍‌ କରିଥିଲା। ତାମିଲନାଡୁ ୭ ୱିକେଟ୍‌ ବିନିମୟରେ ୫୫୫ ରନ କରି ପ୍ରଥମ ପାଳି ଘୋଷଣା କରିଥିଲା। ମଧ୍ୟପ୍ରଦେଶ ଦ୍ୱିତୀୟ ପାଳିରେ ୫ ୱିକେଟ୍‌ ବିନିମୟରେ ୨୨୨ ରନ୍‌ କରିଥିଲା।

ପ୍ରଥମ ପାଳି ଅଗ୍ରଣୀ ଭିତ୍ତିରେ ତାମିଲନାଡୁ ୩ ପଏଣ୍ଟ ପାଇଥିବା ବେଳେ ମଧ୍ୟପ୍ରଦେଶ ଏକ ପଏଣ୍ଟ ଯାଇଛି।

ଆହୁରି ପଢ଼ନ୍ତୁ

୧୬ ତାରିଖରେ ପଡ଼ିଆକୁ ଫେରିବେ ମାହି!

ଆଇପିଏଲର ପ୍ରାୟୋଜକ ହେବ ବାବା ରାମଦେବଙ୍କ ‘ପତଞ୍ଜଳି’!

‘ଆମେ ୟେସ କହିଲୁ’: ଇନଷ୍ଟାଗ୍ରାମରେ ନିର୍ବନ୍ଧ ସମ୍ପର୍କରେ ଘୋଷଣା କଲେ ଚହଲ

ପାଣ୍ଡ୍ୟାଙ୍କ ପୁଅଙ୍କୁ ବଡ଼ ହେଲେ ଏମିତି ହେବାକୁ ପରାମର୍ଶ ଦେଲେ କେଏଲ ରାହୁଲ

୨୦୨୧ରେ ଭାରତରେ ହେବ ଟି-୨୦ ବିଶ୍ୱକପ, ୨୦୨୨ରେ ଅଷ୍ଟ୍ରେଲିଆ ପାଳି

ହକି ଟିମର ଅଧିନାୟକ ମନପ୍ରୀତ ସିଂହ ଓ ୩ ଖେଳାଳିଙ୍କୁ କରୋନା

ପଡ଼ିଆରେ ଜୋତା ବୋହିଲେ ପାକିସ୍ତାନର ପୂର୍ବତନ ଅଧିନାୟକ ସର୍ଫରାଜ

ଅନୱରଙ୍କ ପରେ ଇଂଲଣ୍ଡରେ ଶାନ ମାସୁଦ କଲେ ଏହି ରେକର୍ଡ

ଆଇପିଏଲ ପାଇଁ ଜାରି ହେଲା ଏସଓପି, ଜାଣନ୍ତୁ କ’ଣ ରହିଛି ନିୟମ

ଆଇପିଏଲରରୁ ହଟିଲା ଚାଇନିଜ କମ୍ପାନୀ ଭିଭୋ

ଦୁନିଆର ସବୁଠାରୁ ଦାମୀ କାର୍‌ କିଣିଲେ ରୋନାଲ୍ଡୋ, ଦାମ ଶୁଣିଲେ ହୋସ ଉଡ଼ିଯିବ

ପ୍ରତିଶୁଭେଚ୍ଛାରେ ଦୂତୀଙ୍କୁ ଏମିତି ଲେଖିଲେ ମୋଦି