ରଣଜୀ ମ୍ୟାଚ୍‌: ୪୯୫/୮ରେ ଦିଲ୍ଲୀର ପାଳି ଘୋଷଣା, ଦ୍ୱିତୀୟ ପାଳିରେ ଓଡ଼ିଶା ୧୦୯/୪

ଭୁବନେଶ୍ୱର: ମୋହାଲିର ପଞ୍ଜାବ କ୍ରିକେଟ୍ ଆସୋସିଏସନ୍‌ ଷ୍ଟାଡିୟମ୍‌ରେ ଚାଲିଥିବା ଓଡ଼ିଶା ବିପକ୍ଷ ରଣଜୀ ମ୍ୟାଚ୍‌ର ତୃତୀୟ ଦିନରେ ଦିଲ୍ଲୀ ୮ ୱିକେଟ୍‌ ହରାଇ ୪୯୫ ରନ୍‌ କରି ତା’ର ପ୍ରଥମ ପାଳି ଘୋଷଣା କରିଛି। ଆଜିର ଖେଳ ଶେଷ ସୁଦ୍ଧା ଓଡ଼ିଶା ୪ ୱିକେଟ୍‌ ହରାଇ ୧୦୯ ରନ୍‌ ସଂଗ୍ରହ କରିଛି।

ଗତକାଲିର ୩୫୧ ରନ୍‌ରୁ ଆଜି ଦିଲ୍ଲୀ ଖେଳ ଆରମ୍ଭ କରିଥିଲା। ଆଜି ଏକମାତ୍ର ବ୍ୟାଟ୍ସମ୍ୟାନ ଭାବେ ମାନସ ଶର୍ମା ୮୧ ରନ୍‌ କରି ଆଉଟ୍‌ ହୋଇଥିଲେ। ଗତକାଲି ୩୯ ରନ୍‌ରେ ଅପରାଜିତ ଥିବା ମିଲନ୍ଦ ୧୦୬ ରନ୍‌ର ଶତକୀୟ ପାରି ଖେଳିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଗୌତମ ଗମ୍ଭୀର ୧୪୭ ଏବଂ ରିଷଭ ପନ୍ତ ୬୦ ରନ୍‌ କରି ଆଉଟ୍‌ ହୋଇଥିଲେ।

ଓଡ଼ିଶା ବୋଲର ଧୀରଜ ସିଂହ ୪ଟି ୱିକେଟ୍‌ ନେଇଥିବା ବେଳେ ସୂର୍ଯ୍ୟକାନ୍ତ ପ୍ରଧାନ ଏବଂ ଗୋବିନ୍ଦ ପୋଦ୍ଦାର ୨ଟି ଲେଖାଏଁ ୱିକେଟ୍‌ ଅକ୍ତିଆର କରିଥିଲେ।

ଦ୍ୱିତୀୟ ଇନିଂସ୍‌ରେ ଓଡ଼ିଶା ୱିକେଟ୍‌ ହରାଇ ୧୦୯ ରନ୍‌ କରିଛି। ସନ୍ଦିପ ପଟ୍ଟନାୟକ ୬ ଚୌକା ସହାୟତାରେ ୨୭ ରନ୍‌ କରି ଆଉଟ୍‌ ହୋଇଥିବା ବେଳେ ରଞ୍ଜିତ ସିଂହ ୨, ଏ. ଷଢ଼ଙ୍ଗୀ ୧୮ ଏବଂ ଶୁଭ୍ରାଂଶୁ ସେନାପତି ୨ କରି ଆଉଟ୍‌ ହୋଇଛନ୍ତି। ଅଧିନାୟକ ଗୋବିନ୍ଦ ପୋଦ୍ଦାର (୫୨) ଏବଂ ବିପ୍ଳବ ସାମନ୍ତରାୟ (୭) ଅପରାଜିତ ଅଛନ୍ତି।

ଦିଲ୍ଲୀ ବୋଲର ଇଶାନ୍ତ ଶର୍ମା ୨ଟି, ଏମ୍‌ ଶର୍ମା ଏବଂ ଭି. ଟୋକସ୍‌ ଗୋଟିଏ ଲେଖାଏଁ ୱିକେଟ୍‌ ଅକ୍ତିଆର କରିଛନ୍ତି।

ଟସ୍‌ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ଓଡ଼ିଶା ପ୍ରଥମ ପାଳିରେ ୨୩୭ ରନ୍‌ କରି ଅଲଆଉଟ୍‌ ହୋଇଯାଇଥିଲା।

ଆହୁରି ପଢ଼ନ୍ତୁ

ପ୍ରଥମେ ବ୍ୟାଟିଂ କରିବ ଦିଲ୍ଲୀ: ଡେବ୍ୟୁ କରିବେ ସାମ୍ସ, କମବ୍ୟାକ୍‌ କଲେ ପନ୍ତ

ପାରିବାରିକ ବିବାଦ ଯୋଗୁ ଲଣ୍ଡନ ଚାଲି ଯାଇଛନ୍ତି କି ସିନ୍ଧୁ? ଦେଲେ ସ୍ପଷ୍ଟୀକରଣ

କ’ଣ ଏବେ ବି ଚେନ୍ନାଇ ପାଖରେ ଫ୍ଲେ ଅଫ ଖେଳିବାର ସୁଯୋଗ ଅଛି ? ଜାଣନ୍ତୁ ପୂରା ଗଣିତ

ବଟଲରଙ୍କ ମାଡ଼ରେ ଧୋନିଙ୍କ ଚେନ୍ନାଇ ଚିତପଟାଙ୍ଗ

୧୨୫ ରନ୍‌ରେ ଅଟକିଲେ ଧୋନି ଧୁରନ୍ଧର

ଇତିହାସ ରଚିଲେ ମହେନ୍ଦ୍ର ସିଂହ ଧୋନି

ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଲା ଚେନ୍ନାଇ

ଭାରତୀୟ ହକି ଦଳର ଷ୍ଟାର୍ ଖେଳାଳି ଅମିତ୍ ରୋହିଦାସଙ୍କ ପିତୃ ବିୟୋଗ

ଦ୍ୱିତୀୟ ସୁପର ଓଭରରେ ବାଜି ଜିତିଲା ପଞ୍ଜାବ, ନିରାଶ ହେଲା ମୁମ୍ୱାଇ

ଫର୍ଗୁସନଙ୍କ କମାଲ୍: ସୁପର ଓଭରରେ ହାଇଦ୍ରାବାଦ ଚିତପଟାଙ୍ଗ୍

କଙ୍ଗନାଙ୍କ ଗୀତରେ ଝୁମିଲେ ଶିଖର ଧୱନ୍, ଦେଖନ୍ତୁ ଭିଡିଓ

ଧୱନ୍ ଧମାକା, ଶେଷ ଓଭରରେ ୩ ଛକା ସହ ମ୍ୟାଚ୍ ଛଡ଼ାଇ ନେଲେ ଅକ୍ଷର