ରଣଜୀ ମ୍ୟାଚ୍‌: କିଟ୍‌ରେ ତ୍ରିପୁରା ୨୮୩/୧୦, ଡ୍ରିମ୍ସରେ ତାମିଲନାଡୁ ୨୬୨/୪

ଭୁବନେଶ୍ୱର/କଟକ: ରଣଜୀ ଟ୍ରଫିର ଦୁଇଟି ମ୍ୟାଚ୍‌ ଆଜି ଓଡିଶାରେ ଆରମ୍ଭ ହୋଇଛି। ଭୁବନେଶ୍ୱର କିଟ୍‌ କ୍ରିକେଟ୍‌ ଷ୍ଟାଡିୟମରେ ତ୍ରିପୁରା ଓ ଗୋଆ ମଧ୍ୟରେ ଓ କଟକ ଡ୍ରିମ୍ସ ଷ୍ଟାଡିୟମରେ ତାମିଲନାଡୁ ଏବଂ ମଧ୍ୟପ୍ରଦେଶ ମଧ୍ୟରେ ମ୍ୟାଚ୍‌ ଖେଳାଯାଉଛି। କିଟ୍‌ରେ ଚାଲିଥିବା ମ୍ୟାଚ୍‌ର ପ୍ରଥମ ଦିନରେ ତ୍ରିପୁରା ସମସ୍ତ ୱିକେଟ୍‌ ହରାଇ ୨୮୩ ରନ୍‌ ସଂଗ୍ରହ କରିଛି। ଦଳ ପକ୍ଷରୁ ଆର.ଏ. ଦେ, ୮୭, ଏ.ଏ. ଦେ ୫୮ ଏବଂ ୱାଇ ସିଂହ ୩୬ ରନ୍‌ କରିବାକୁ ସକ୍ଷମ […]

ranjitrophy

ranjitrophy

Rakesh Mallick
  • Published: Thursday, 27 October 2016
  • Updated: 27 October 2016, 10:26 PM IST

Sports

Latest News

ଭୁବନେଶ୍ୱର/କଟକ: ରଣଜୀ ଟ୍ରଫିର ଦୁଇଟି ମ୍ୟାଚ୍‌ ଆଜି ଓଡିଶାରେ ଆରମ୍ଭ ହୋଇଛି। ଭୁବନେଶ୍ୱର କିଟ୍‌ କ୍ରିକେଟ୍‌ ଷ୍ଟାଡିୟମରେ ତ୍ରିପୁରା ଓ ଗୋଆ ମଧ୍ୟରେ ଓ କଟକ ଡ୍ରିମ୍ସ ଷ୍ଟାଡିୟମରେ ତାମିଲନାଡୁ ଏବଂ ମଧ୍ୟପ୍ରଦେଶ ମଧ୍ୟରେ ମ୍ୟାଚ୍‌ ଖେଳାଯାଉଛି।

କିଟ୍‌ରେ ଚାଲିଥିବା ମ୍ୟାଚ୍‌ର ପ୍ରଥମ ଦିନରେ ତ୍ରିପୁରା ସମସ୍ତ ୱିକେଟ୍‌ ହରାଇ ୨୮୩ ରନ୍‌ ସଂଗ୍ରହ କରିଛି। ଦଳ ପକ୍ଷରୁ ଆର.ଏ. ଦେ, ୮୭, ଏ.ଏ. ଦେ ୫୮ ଏବଂ ୱାଇ ସିଂହ ୩୬ ରନ୍‌ କରିବାକୁ ସକ୍ଷମ ହୋଇଥିଲେ। ଗୋଆ ବୋଲର ଏସ୍‌. ଜାକାଟି ୪ଟି ୱିକେଟ୍‌ ନେଇଥିଲେ। ଏସ୍‌.ଏସ୍‌. ବାନ୍ଦେକର ୩ଟି, ଆର.ଆର. ସିଂହ ଏବଂ ଡି. ମିଶାଲ ଗୋଟିଏ ଲେଖାଏଁ ୱିକେଟ୍‌ ଅକ୍ତିଆର କରିଥିଲେ।

ସେହିପରି କଟକ ଡ୍ରିମ୍ସ ଷ୍ଟାଡିୟମରେ ଚାଲିଥିବା ମ୍ୟାଚ୍‌ରେ ତାମିଲନାଡୁ ପ୍ରଥମେ ବ୍ୟାଟିଂ କରି ୪ ୱିକେଟ୍‌ ବିନିମୟରେ ୨୬୨ ରନ୍‌ କରିଛି। ଦୀନେଶ କାର୍ତ୍ତିକ ୯୫ ରନ୍‌ କରିଛନ୍ତି। କେ. ଗାନ୍ଧି ୭୧,  ଭି. ଶଙ୍କର ୪୧ ଏବଂ ବି. ଇନ୍ଦ୍ରଜିଥ୍‌ ୪୪ ରନ୍‌ କରିଛନ୍ତି। ମଧ୍ୟପ୍ରଦେଶ ପକ୍ଷରୁ ସି. ସାକୁରେ ୨ଟି ୱିକେଟ୍‌ ନେଇଥିବା ବେଳେ ଆଇ. ପାଣ୍ଡେ ଏବଂ ଏ. ଦାସ ଗୋଟିଏ ଲେଖାଏଁ ୱିକେଟ୍‌ ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos