୧୫ ବର୍ଷ ପରେ ରଣଜୀ କ୍ୱାର୍ଟର ଫାଇନାଲରେ ଓଡ଼ିଶା

ନୂଆଦିଲ୍ଲୀ: ଓଡ଼ିଶା ରଣଜୀ ଦଳର ଭାଗ୍ୟ ସାଥ ଦେଇଛି। ଦୀର୍ଘ ୧୫ ବର୍ଷ ପରେ  କ୍ୱାର୍ଟର ଫାଇନାଲ ଖେଳିବାକୁ ସୁଯୋଗ ମିଳିଛି। ରଣଜୀ ଶେଷ ଲିଗ୍‌ରେ ଦିଲ୍ଲୀକୁ ସୌରାଷ୍ଟ ହରାଇବା ପରେ ଓଡ଼ିଶାକୁ ଏହି ସୁଯୋଗ ମିଳିଛି। ଗ୍ରୁପ ବିରେ ଓଡ଼ିଶା ୨୨ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛି। ଦିଲ୍ଲୀ ୨୦ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ଥିବା ବେଳେ ସୌରାଷ୍ଟ୍ର ସହ ମ୍ୟାଚ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ଥିଲା। କାରଣ ଏହି ମ୍ୟାଚ ଯଦି ଦିଲ୍ଲୀ ଜିତିଥାନ୍ତା […]

cricket-ball-and-bat-images

cricket-ball-and-bat-images

Rakesh Mallick
  • Published: Saturday, 10 December 2016
  • Updated: 10 December 2016, 07:11 PM IST

Sports

Latest News

ନୂଆଦିଲ୍ଲୀ: ଓଡ଼ିଶା ରଣଜୀ ଦଳର ଭାଗ୍ୟ ସାଥ ଦେଇଛି। ଦୀର୍ଘ ୧୫ ବର୍ଷ ପରେ  କ୍ୱାର୍ଟର ଫାଇନାଲ ଖେଳିବାକୁ ସୁଯୋଗ ମିଳିଛି। ରଣଜୀ ଶେଷ ଲିଗ୍‌ରେ ଦିଲ୍ଲୀକୁ ସୌରାଷ୍ଟ ହରାଇବା ପରେ ଓଡ଼ିଶାକୁ ଏହି ସୁଯୋଗ ମିଳିଛି। ଗ୍ରୁପ ବିରେ ଓଡ଼ିଶା ୨୨ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛି। ଦିଲ୍ଲୀ ୨୦ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ଥିବା ବେଳେ ସୌରାଷ୍ଟ୍ର ସହ ମ୍ୟାଚ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ଥିଲା। କାରଣ ଏହି ମ୍ୟାଚ ଯଦି ଦିଲ୍ଲୀ ଜିତିଥାନ୍ତା କିମ୍ବା ଡ୍ର ରଖିଥାନ୍ତା ତାହାହେଲେ ଓଡ଼ିଶା ଚତୁର୍ଥ ସ୍ଥାନକୁ ଖସି ଯାଇଥାନ୍ତା। ଶେଷ ଲିଗ୍‌ ମ୍ୟାଚରେ ଦିଲ୍ଲୀ ହାରିଯିବା ପରେ ଓଡ଼ିଶା ୨୨ ପଏଣ୍ଟ ସହ ତୃତୀୟ ସ୍ଥାନ ବଜାୟ ରଖିବା ସହ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି। ଓଡ଼ିଶା ତାର ଶେଷ ଲିଗ୍‌ ମ୍ୟାଚରେ ଝାରଖଣ୍ଡକୁ ଭେଟିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos