ରଣଜୀ ଫାଇନାଲ: ଗୁଜରାଟ ୩୨୮ରେ ଅଲଆଉଟ୍‌, ମୁମ୍ବାଇ ୨୦୮/୩

ଇନ୍ଦୋର: ଇନ୍ଦୋରରେ ଚାଲିଥିବା ରଣଜୀ ଫାଇନାଲର ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ମୁମ୍ବାଇ ୩ ୱିକେଟ୍‌ ହରାଇ ୨୦୮ ରନ୍‌ କରିଛି। ଏହାସହ ମୁମ୍ବାଇ ୧୦୮ ରନ୍‌ର ଅଗ୍ରଣୀ ହାସଲ କରିଛି।

ଗତକାଲିର ୨୯୧/୬ ରନ୍‌ରୁ ଆଜି ଗୁଜରାଟ ଖେଳ ଆରମ୍ଭ କରିଥିଲା। ଆଜି ମାତ୍ର ୩୭ ରନ୍‌ରେ ଗୁଜରାଟର ବାକି ୪ଟି ୱିକେଟ୍‌ ପଡି ଯାଇଥିଲା।

ଟସ୍‌ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ମୁମ୍ବାଇ ପ୍ରଥମ ପାଳିରେ ୨୨୮ ରନ୍‌ କରି ଅଲ୍‌ଆଉଟ୍‌ ହୋଇଯାଇଥିଲା।