ରଣଜୀ ଫାଇନାଲ: ମୁମ୍ବାଇ ୨୮୮ରେ ଅଲ୍‌ଆଉଟ୍‌

ଇନ୍ଦୋର: ଇନ୍ଦୋରରେ ଆଜିଠାରୁ ମୁମ୍ବାଇ ଓ ଗୁଜରାଟ୍‌ ମଧ୍ୟରେ ରଣଜୀ ଟ୍ରଫି ଫାଇନାଲ ମ୍ୟାଚ୍‌ ଆରମ୍ଭ ହୋଇଛି। ଟସ୍‌ ହାରି ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ମୁମ୍ବାଇ ସମସ୍ତ ୱିକେଟ୍‌ ହରାଇ ୨୨୮ ରନ୍‌ ସଂଗ୍ରହ କରିଥିଲା। ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଗୁଜରାଟ ବିନା କୌଣସି ୱିକେଟ୍‌ ହରାଇ ୨ ରନ୍‌ ସଂଗ୍ରହ କରି ନେଇଛି।

ମୁମ୍ବାଇ ପକ୍ଷରୁ ପି.ଶାହା ୭୧ ଏବଂ ସୂର୍ଯ୍ୟ କୁମାର ଯାଦବ ୫୭ ରନ୍‌ କରିଥିବା ବେଳେ ଅନ୍ୟ କୌଣସି ଖେଳାଳି ଭଲ କରିପାରି ନ ଥିଲେ। ଗୁଜରାଟ ପକ୍ଷରୁ ଆରପି ସିଂହ, ସି.ଟି. ଜଗା ଏବଂ ଆରଏଚ୍‌ ଭଟ୍ଟ ୨ଟି ଲେଖାଏଁ ଓ ଆରବି କାଲରିଆ ଏବଂ ଏଚ୍‌ପି ପଟେଲ ଗୋଟିଏ ଲେଖାଏଁ ୱିକେଟ୍‌ ଅକ୍ତିଆର କରିଛନ୍ତି।