ରଣଜୀ କ୍ୱାର୍ଟର ଫାଇନାଲ: ଗୁଜରାଟ ୫୧୪/୮, ଗୋହିଲ ଅପରାଜିତ ୨୬୧

ଜୟପୁର: ରଣଜୀ ଟ୍ରଫିରେ ଓଡ଼ିଶା ବିପକ୍ଷ କ୍ୱାର୍ଟର ଫାଇନାଲ୍‌ରେ ଗୁଜରାଟ ଚତୁର୍ଥ ଦିନ ଖେଳ ଶେଷ ସୁଦ୍ଧା ୮ ୱିକେଟ୍‌ ହରାଇ ୫୧୪ ରନ୍‌ କରିଛି। ୬୪ ରନ୍‌ର ପ୍ରଥମ ଇନିଂସ ଲିଡ୍‌ ନେଇ ଦ୍ୱିତୀୟ ପାଳି ଆରମ୍ଭ କରିଥିବା ଗୁଜରାଟ ଦଳ ଏବେ ୫୭୮ ରନ୍‌ର ଅଗ୍ରଣୀ ନେଇଛି। ଦଳ ପକ୍ଷରୁ ପକ୍ଷରୁ ଏସ୍‌ବି ଗୋହିଲ୍‌ ୨୬୧ ରନ୍‌ ଏବଂ ଏଚ୍‌.ପି. ପଟେଲ ୧୧ ରନ୍‌ କରି ଅପରାଜିତ ଅଛନ୍ତି। ଓଡ଼ିଶା ପକ୍ଷରୁ ଧିରଜ ସିଂହ […]

ranji-match

ranji-match

Rakesh Mallick
  • Published: Monday, 26 December 2016
  • Updated: 26 December 2016, 05:46 PM IST

Sports

Latest News

ଜୟପୁର: ରଣଜୀ ଟ୍ରଫିରେ ଓଡ଼ିଶା ବିପକ୍ଷ କ୍ୱାର୍ଟର ଫାଇନାଲ୍‌ରେ ଗୁଜରାଟ ଚତୁର୍ଥ ଦିନ ଖେଳ ଶେଷ ସୁଦ୍ଧା ୮ ୱିକେଟ୍‌ ହରାଇ ୫୧୪ ରନ୍‌ କରିଛି। ୬୪ ରନ୍‌ର ପ୍ରଥମ ଇନିଂସ ଲିଡ୍‌ ନେଇ ଦ୍ୱିତୀୟ ପାଳି ଆରମ୍ଭ କରିଥିବା ଗୁଜରାଟ ଦଳ ଏବେ ୫୭୮ ରନ୍‌ର ଅଗ୍ରଣୀ ନେଇଛି। ଦଳ ପକ୍ଷରୁ ପକ୍ଷରୁ ଏସ୍‌ବି ଗୋହିଲ୍‌ ୨୬୧ ରନ୍‌ ଏବଂ ଏଚ୍‌.ପି. ପଟେଲ ୧୧ ରନ୍‌ କରି ଅପରାଜିତ ଅଛନ୍ତି। ଓଡ଼ିଶା ପକ୍ଷରୁ ଧିରଜ ସିଂହ ୫ଟି ଓ ସୂର୍ଯ୍ୟକାନ୍ତ ପ୍ରଧାନ, ବସନ୍ତ ମହାନ୍ତି ଏବଂ ଗୋବିନ୍ଦ ପୋଦ୍ଦାର ଗୋଟିଏ ଲେଖାଏଁ ୱିକେଟ୍‌ ନେଇଛନ୍ତି।

ଗୁଜରାଟର ପ୍ରଥମ ଇନିଂସର ୨୬୪ ରନ୍‌ର ଜବାବରେ ଓଡ଼ିଶା ମାତ୍ର ୧୯୯ ରନ୍‌ରେ ଅଲ୍‌ଆଉଟ୍ ହୋଇଯାଇଥିଲା। ଗୁଜରାଟର ପକ୍ଷରୁ ଜେଜେ ବୁମ୍‌ରା ୫ଟି ୱିକେଟ୍‌ ନେଇ ଓଡ଼ିଶାର ବ୍ୟାଟିଂ ବିପର୍ଯ୍ୟୟ ସୃଷ୍ଟି କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos