ରଣଜୀ ଟ୍ରଫି: ଦ୍ୱିତୀୟ ଇନିଂସ୍‌ରେ ସୌରାଷ୍ଟ୍ରର ୫ ୱିକେଟରେ ୯୬ ରନ୍‌

ହାଇଦ୍ରାବାଦ: ହାଇଦ୍ରାବାଦ ରାଜୀବ ଗାନ୍ଧି ଅନ୍ତର୍ଜାତୀୟ ଷ୍ଟାଡିୟମରେ ଚାଲିଥିବା ସୌରାଷ୍ଟ୍ର ବିପକ୍ଷ ରଣଜୀ ମ୍ୟାଚ୍‌ର ତୃତୀୟ ଦିନରେ ଖେଳ ଶେଷ ସୁଦ୍ଧା ଓଡ଼ିଶା ତା’ର ଦ୍ୱିତୀୟ ପାଳିର ୧୬୯ ରନ୍‌ର ଜବାବରେ ସୌରାଷ୍ଟ୍ର ୫ ୱିକେଟ୍‌ ହରାଇ ୯୬ ରନ୍‌ କରିଛି। ସୌରାଷ୍ଟ୍ରର ବ୍ୟାଟ୍ସ ମ୍ୟାନ୍‌ ସାଗର ଯୋଗିଆନି ୪୨ ଓ ଅରପ୍ରିତ୍‌ ୧ ରନ୍‌ କରି ଅପରାଜିତ ଅଛନ୍ତି। ଓଡ଼ିଶା ପକ୍ଷରୁ ସୂର୍ଯ୍ୟକାନ୍ତ ପ୍ରଧାନ ଦୁଇ ଓ ଧୀରଜ ସିଂହ ୨ଟି ୱିକେଟ୍‌ ନେଇଛନ୍ତି।

ଗତକାଲି ଅସମାପ୍ତି ଇନିଂସ୍‌ର ବ୍ୟାଟିଂ ଆରମ୍ଭ କରି ଓଡ଼ିଶା ତାର ସମସ୍ତ ୱିକେଟ୍‌ ହରାଇ ୧୬୯ କରିଥିଲା। ଓଡ଼ିଶା ପକ୍ଷରୁ ଶୁଭ୍ରାଂଶୁ ସେନାପତି ୫୭ ରନ୍‌ କରିଥିବା ବେଳେ ଅନ୍ୟ କୌଣସି ଖେଳାଳି ସୌରାଷ୍ଟ୍ର ବୋଲରଙ୍କ ଆଗରେ ବେଶି ସମୟ ତିଷ୍ଠି ପାରିନଥିଲେ। ପ୍ରଥମ ଇନିଂଶ୍‌ରେ ଶତକ କରିଥିବା ଓଡ଼ିଶାର ସନ୍ଦୀପ ପଟ୍ଟନାୟକ ୧୦ ବଲରୁ ୮ ରନ୍‌, ରଞ୍ଜିତ ସିଂହ ୭୨ ବଲରୁ ୨୫ରନ୍‌,  ଅଧିନାୟକ ଗୋବିନ୍ଦ ପୋଦ୍ଦାର ୨୫ ବଲ୍‌ରୁ ୧୩ ରନ୍‌, ଅନୁରାଗ ଷଡଙ୍ଗୀ ୯୮ ବଲ୍‌ରୁ ୩୨ରନ୍‌ କରି,  ବିପ୍ଳବ ସାମନ୍ତରାୟ ୩୯ ବଲରୁ ୧୧ ରନ୍‌, ସୌରଭ ରାୱତ ୨୦ ବଲରୁ ୧୨ରନ୍‌ ଓ ବସନ୍ତ ମହାନ୍ତି ୮ ରନ୍‌  କରିଥିଲେ। ତେବେ ଦୀପକ ବେହେରା ଓ ଧୀରଜ ସିଂହ ଶୁନ୍‌ରେ ଆଉଟ୍‌ ହୋଇଥିଲେ। ସୌରାଷ୍ଟ୍ର ପକ୍ଷରୁ ଦୀପକ ପୁନିଆ ୫ଟି, ଜୟଦେବ ୩ଟି ଓ ଚିରାଗ ଜେନ୍‌ ୨ଟି ୱିକେଟ ନେଇଥିଲେ।

ଆହୁରି ପଢ଼ନ୍ତୁ

୧୬ ତାରିଖରେ ପଡ଼ିଆକୁ ଫେରିବେ ମାହି!

ଆଇପିଏଲର ପ୍ରାୟୋଜକ ହେବ ବାବା ରାମଦେବଙ୍କ ‘ପତଞ୍ଜଳି’!

‘ଆମେ ୟେସ କହିଲୁ’: ଇନଷ୍ଟାଗ୍ରାମରେ ନିର୍ବନ୍ଧ ସମ୍ପର୍କରେ ଘୋଷଣା କଲେ ଚହଲ

ପାଣ୍ଡ୍ୟାଙ୍କ ପୁଅଙ୍କୁ ବଡ଼ ହେଲେ ଏମିତି ହେବାକୁ ପରାମର୍ଶ ଦେଲେ କେଏଲ ରାହୁଲ

୨୦୨୧ରେ ଭାରତରେ ହେବ ଟି-୨୦ ବିଶ୍ୱକପ, ୨୦୨୨ରେ ଅଷ୍ଟ୍ରେଲିଆ ପାଳି

ହକି ଟିମର ଅଧିନାୟକ ମନପ୍ରୀତ ସିଂହ ଓ ୩ ଖେଳାଳିଙ୍କୁ କରୋନା

ପଡ଼ିଆରେ ଜୋତା ବୋହିଲେ ପାକିସ୍ତାନର ପୂର୍ବତନ ଅଧିନାୟକ ସର୍ଫରାଜ

ଅନୱରଙ୍କ ପରେ ଇଂଲଣ୍ଡରେ ଶାନ ମାସୁଦ କଲେ ଏହି ରେକର୍ଡ

ଆଇପିଏଲ ପାଇଁ ଜାରି ହେଲା ଏସଓପି, ଜାଣନ୍ତୁ କ’ଣ ରହିଛି ନିୟମ

ଆଇପିଏଲରରୁ ହଟିଲା ଚାଇନିଜ କମ୍ପାନୀ ଭିଭୋ

ଦୁନିଆର ସବୁଠାରୁ ଦାମୀ କାର୍‌ କିଣିଲେ ରୋନାଲ୍ଡୋ, ଦାମ ଶୁଣିଲେ ହୋସ ଉଡ଼ିଯିବ

ପ୍ରତିଶୁଭେଚ୍ଛାରେ ଦୂତୀଙ୍କୁ ଏମିତି ଲେଖିଲେ ମୋଦି